ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ଜରୁରୀ

ଲୋଇସିଂହା,୧୩।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ୭୦ତମ ବନ ମହୋସତ୍ବ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ମେହେର ବାନୁଙ୍କ ଅଧ୍ୟକ୍ଷତା କରିଥିଲେ। ସଭାରେ ସ୍ଥାନୀୟ ରେଞ୍ଜ ଅଫିସର ରାଜକିଶୋର ନାଏକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ, ପରିବେଶ ସନ୍ତୁଳନ ରକ୍ଷା ପାଇଁ ସ୍ଥଳଭାଗର ୩୩ ପ୍ରତିଶତ ଜଙ୍ଗଲ ରହିବା ଆବଶ୍ୟକ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ୧୮ରୁ ୨୦ ପ୍ରତିଶତ ଜଙ୍ଗଲ ରହିଛି। ବିଭିନ୍ନ କାରଣରୁ ଜଙ୍ଗଲ ସମ୍ପଦ ହ୍ରାସ ପାଉଛି। ଯାହାର କୁପରିଣାମ ଆମକୁ ଭୋଗିବାକୁ ପଡୁଛି। ପରିବେଶ ସନ୍ତୁଳନ ରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ଥିବା ବିଦ୍ୟାଳୟର ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦିଗମ୍ବର ନାଏକ, ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ଭକ୍ତବନ୍ଧୁ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଜିଲାର ବିଭିନ୍ନ ସ୍କୁଲର ବିଜ୍ଞାନ ଶିକ୍ଷକ ଯୋଗଦେଇ ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପରେ ବିଦ୍ୟାଳୟର ଛାତ୍ର, ଶିକ୍ଷକ, ଅତିଥି ଶିକ୍ଷକ, ବନ ଅଧିକାରୀ ଏବଂ କର୍ମଚାରୀ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ।