Posted inରାଜ୍ୟ

ପରିବେଶ ପର୍ଯ୍ୟଟନସ୍ଥଳୀ ସୁନାମୁହିଁ ଅସୁରକ୍ଷିତ: ଦୁର୍ବୃତ୍ତମାନେ ଭାଙ୍ଗିଦେଲେ ମୂଲ୍ୟବାନ୍‌ ସାମଗ୍ରୀ

ଖଣ୍ଡପଡା,୪ା୭(ସ୍ବ.ପ୍ର.): ଖଣ୍ଡପଡା ସହର ଉପକଣ୍ଠ ଖଣ୍ଡପଡା-ନୟାଗଡ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀ ଏବେ ଅସୁରକ୍ଷିତ ହୋଇପଡିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ସିମେଣ୍ଟ ବେଞ୍ଚ, ଚୌକି ସହ ଶାରୀରିକ ବ୍ୟାୟାମ ନିମନ୍ତେ ଅନେକ ମୂଲ୍ୟବାନ ଉପକରଣ ସ୍ଥାପନ କରାଯାଇଥିଲା। ହେଲେ କେତେକ ଅସାମାଜିକ ବ୍ୟକ୍ତି ଆଡ୍ଡା ଜମାଇ ଉକ୍ତ ବେଞ୍ଚ, ଚୌକି ଓ ବାହ୍ୟ ସୁରକ୍ଷା ପ୍ରାଚୀର ଭଙ୍ଗାରୁଜା କରିଥିଲେ। ନିକଟରେ ୨ଦିନ ତଳେ ଏହା ପରିସରରେ ଥିବା ବଉଳମାଳିଆ ପଥରରେ ନିର୍ମିତ ଅଶୋକଚକ୍ରକୁ ମଧ୍ୟ କେହି ଭାଙ୍ଗିଦେଇଛନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏହାକୁ ନେଇ ନୀରବଦ୍ରଷ୍ଟା ସାଜିଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାର ଖଣ୍ଡପଡା କ୍ଷୁଦ୍ର ଜଳସେଚନ ବିଭାଗ ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି । ଗତ ୫ବର୍ଷ ମଧ୍ୟରେ ଏଠାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ପର୍ଯ୍ୟଟକଙ୍କ ନିମନ୍ତେ ବିଭିନ୍ନ ପ୍ରକାର ଦୋଳି ଓ ଖେଳନା ସାମଗ୍ରୀ ସହ ଶାରୀରିକ ବ୍ୟାୟାମ କରିବା ପାଇଁ ମୂଲ୍ୟବାନ ଉପକରଣ ସ୍ଥାପନ କରାଯାଇଛି । ମାତ୍ର ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଅସାମାଜିକ ତଥା ନିଶାଖୋର ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପୋଲିସ ପ୍ରଶାସନ କିମ୍ବା ଏନ୍‌ଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ନେବା ପରିତାପର ବିଷୟ। ଏନ୍‌ଏସି ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ସର୍ବୋପରି ନୟାଗଡ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ଖଣ୍ଡପଡାରେ ଏଭଳି ଏକ ପର୍ଯ୍ୟଟନସ୍ଥଳୀ ତିଆରି କରାଯାଇଥିଲା ଯେଉଁଠିକୁ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ । କିନ୍ତୁ କେତେକ ଖଳ ପ୍ରକୃତିର ଲୋକଙ୍କ ଏପରି କାର୍ଯ୍ୟ ସେମାନଙ୍କ ମନରେ ଗଭୀର ଆଘାତ ଦେଇଛି । ଏହାର ସୁରକ୍ଷା ପାଇଁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା। ଏପରି କି ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କରାଯାଇଥିଲା। ଏନ୍‌ଏସି ପକ୍ଷରୁ ଯଦି ଏହି ଦାୟିତ୍ୱ ନିଆଯାଆନ୍ତା ତେବେ ଆଗାମୀ ଦିନରେ ଏହା ଏକ ରାଜ୍ୟସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇପାରନ୍ତା। ଏଠାରେ ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଉ ୩କୋଟି ଟଙ୍କା ପର୍ଯ୍ୟଟନ ବିଭାଗ ପକ୍ଷରୁ ମଞ୍ଜୁର ହୋଇରହିଛି। କିନ୍ତୁ ପ୍ରଶାସନିକ ଅବହେଳା ବିଶେଷ କରି ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ପ୍ରକଳ୍ପ ନଷ୍ଟ ହେବାକୁ ବସିଛି । ଏହି ପରିପ୍ରେକ୍ଷୀରେ ଖଣ୍ଡପଡାବାସୀ ଏକାଠି ହୋଇ ଏହା ବିରୋଧରେ ସ୍ବର ଉଠାଇବା ଜରୁରୀ ବୋଲି ପଟ୍ଟନାୟକ ମତପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri