ପରିବେଶର ସୁରକ୍ଷା ଲାଗି ବୃକ୍ଷରୋପଣ ଜରୁରୀ

ଖପ୍ରାଖୋଲ,୫।୬(ଡି.ଏନ.ଏ.): ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟାଠାରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲା। ପରେ ବିଦ୍ୟାଳୟ ପରିସରରେ ବନ ସୁରକ୍ଷା ସମିତି ସଭାପତି ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରା, ମୁଖ୍ୟ ବକ୍ତା ଘୁନସର ପୂର୍ବତନ ସରପଞ୍ଚ ମୋହନ ସୁନା, ସମ୍ମାନିତ ଅତିଥି ପରିବେଶ କର୍ମୀ ଅଭୟ ତ୍ରିପାଠୀ, ସ୍ଥାନୀୟ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଜରୁରୀ ବୋଲି କହିଥିଲେ। ଏପରି କି ଜଙ୍ଗଲର ସୁରକ୍ଷା ସହିତ ବିଭିନ୍ନ ପ୍ରଦୂଷଣ ରୋକିବା ପାଇଁ ସମସ୍ତେ ସଂଗଠିତ ହେବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖପ୍ରାଖୋଲ ବନପାଳ ଗୁଣନିଧି ପରିଡା, ପିଙ୍କୁ ଭୋଇ, ରାମଚନ୍ଦ୍ର ନାଏକ, ଡିଲେଶ୍ୱର ହୋତା, ବିଜ୍ଞାନନ୍ଦ ପାଣିଗ୍ରାହୀ, ହରିବୋଲ ପୋଢଙ୍କ ସହ ବନ ବିଭାଗ କର୍ମଚାରୀ, ବନସୁରକ୍ଷା ସମିତି ସଦସ୍ୟ, ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର, ପରିବେଶ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବନ କର୍ମଚାରୀ ଡୋଳାମଣି ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।