Categories: କଟକ

ପରିବା ବ୍ୟବସାୟୀ ଫେରାଇଲେ ମନିପର୍ସ

ବାରଙ୍ଗ,୧ା୪(ଡି.ଏନ୍‌.ଏ)- ତ୍ରିଶୁଳିଆ ବଜାର ଛକରୁ ମଙ୍ଗଳବାର ବିଳମ୍ବିତ ରାତିରେ ପାଇଥିବା ଏକ ମନିପର୍ସକୁ ଫେରାଇଲେ ଜଣେ ପରିବା ବ୍ୟବସୟୀ। ରାତି ସାଢେତିନିଟା ସମୟରେ ମଧୁପୁର ପଞ୍ଚାୟତର ଦେଉଳି ଗ୍ରାମର ପରିବା ବ୍ୟବସାୟୀ ଜିତୁ ସ୍ବାଇଁ ଛତ୍ରବଜାରକୁ ପରିବା ଆଣିବା ପାଇଁ ଯାଉଥିବାବେଳେ ରାସ୍ତାରେ ମନିପର୍ସଟି ପଡିଥିବାର ଦେଖିବାକୁ ପାଇଥିଲେ। ପରେ ମନିପର୍ସଟିକୁ ଉଠାଇ ସେଥିରେ ୨ ହଜାର ଟଙ୍କା, ପରିଚୟପତ୍ର ସହ ଦରକାରୀ କାଗଜପତ୍ର ଥିବାର ଦେଖିଥିଲେ। ଛତ୍ରବଜାରରୁ ଫେରିବାପରେ ଜିତୁ ବୁଧବାର ସକାଳେ ବାରଙ୍ଗ ପ୍ରେସ୍‌ କ୍ଲବର ସଦସ୍ୟମାନଙ୍କ ସହ ପାଇଥିବା ପର୍ସ ବିଷୟରେ ଯୋଗାଯୋଗ କରିଥିଲେ। ପରେ ପର୍ସ ହଜିଥିବା ଲୋକର ପତ୍ତା ମିଳିବା ପରେ ତାଙ୍କୁ ଡକାଯାଇ ପର୍ସଟିକୁ ଫେରାଇଥିଲେ ଜିତୁ। ଜିତୁଙ୍କର ଏହି ମାନବିକତା ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ।