ପରିବାର ସଦସ୍ୟଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ୫ଜଣଙ୍କ ଆତ୍ମହତ୍ୟା ଘଟଣା: ମା’, ସାନ ଝିଅ ମୃତ

ଝାରସୁଗୁଡ଼ା ଅଫିସ,୪।୬: ଝାରସୁଗୁଡ଼ା ସହରରେ ମଙ୍ଗଳବାର ଗୋଟିଏ ପରିବାରର ୫ଜଣ ସଦସ୍ୟ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଗୁରୁବାର ମା’ ଓ ସାନ ଝିଅଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବୁଧବାର ରାତିରେ ଉଭୟଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରକାଶ ଯେ, ଦୀର୍ଘ ୨ ବର୍ଷ କୋମାରେ ରହି ଗତ ସୋମବାର ବିଳମ୍ବିତ ରାତିରେ ଦୀପକ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ସହି ନ ପାରି ତାଙ୍କ ମା’, ୩ ଭଉଣୀ ଓ ବଡ଼ ଭାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସମସ୍ତଙ୍କୁ ପୋଲିସ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ବୁଧବାର ସକାଳୁ ବଡ଼ ଭାଇଙ୍କ ମୃତ୍ୟୁ ଘଟିଥିଲା।