ପରିବାର ଲୁକ୍‌କର ଅଭିଯୋଗ: ପିଇଓ ଦେଇଛନ୍‌ ଭୁଲ ରିପୋର୍ଟ

ଲୋଇସିଂହା, ୫ା୧୨ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟା ଗାଁର ୯୦ ପରତିଶତ ଦିବ୍ୟାଙ୍ଗ ବିଭୀଷଣ ତରିଆ(୩୫)। ଦିବ୍ୟାଙ୍ଗ ଭତାକେ ଛାଡ଼ିଦେଲେ ବାକି ସବୁ ପରକାର ସରକାରୀ ଯୋଜନାରୁ ସେ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଗଲା ନଭେମ୍ବର ୨୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ସରକାରୀ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ବିଭୀଷଣ’ ଶୀର୍‌ଷକରେ ଖବର ବାହାରିଥିଲା। ଖବର ବାହାରଲାରୁ ପିଇଓ ଓକିଲ ଜୁଏଡ଼ ବିଭୀଷଣକଁର ଘରକେ ଯାଇ ଘଟନାର ତଦଁତ୍‌ କରି ଜିଲାପାଳକୁଁ ଗୁଟେ ରିପୋର୍ଟ ଦେଇଛନ୍‌।
ସୂଚନା ହିସାବେ, ଯୋଗୀସର୍ଡ଼ା ପଁଚେତ୍‌ ଅଧୀନ ଗୁର୍ଜିଭଟା ଗାଁର ମା’ ବେଦମତୀ ତରିଆ, ସ୍ବର୍ଗତ ବାପା ମୁଖୀରାମ ତରିଆକଁର ୩ ପୁଅରୁ ବିଭୀଷଣ ତରିଆ (୩୫) ହେଉଛନ୍‌ ସବାସାନ। ପରିବାର କହେଲେ ମାଏକିନା ସରସ୍ବତୀ ଆର ଝି’ ଆଦ୍ୟାଶାକୁଁ ନେଇ ତାକର ସଁସାର। ବିଭୀଷନ ଝନେ ମୁକ, ବଧିର। ତାକର ପାସେ ୯୦ ପରତିଶତ ଦିବ୍ୟାଙ୍ଗ ପରମାନପତର ବି ରହିଛେ। ଭତାକେ ଛାଡ଼ିଦେଲେ ବାକି କେହେନ୍‌ସି ପରକାର ସରକାରୀ ଯୋଜନାରେ ସେ ଆଏଜ୍‌ତକ ସାମିଲ ହେଇ ନାଇଁପାରି। ତାକଁର ପରିବାର ଲୁକ୍‌କର ଅଭିଯୋଗକେ ଆଧାର କରି ଧରିତ୍ରୀରେ ଖବର ବାହାରିଥିଲା। ସେ ଖବରକେ ସାମାଜିକ କରମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀ, ବଲାଙ୍ଗୀର ଜିଲାପାଳକୁଁ ଟୁଇଟ କରିଥିଲେ। ଇତାର ପରେ ପିଇଓ ଓକିଲ ଜୁଏଡ ବିଭୀଷଣକଁର ଘରକେ ଘଟନାର ତଦଁତ୍‌ ଲାଗି ଯାଇଥିଲେ। ବରଷା ଦିନେ ବିଭୀଷଣକଁର ଭାଂଗିଯାଇଥିବାର ଘରର ଫଟୋ ନେବାର ସଂଗେ ଦିବ୍ୟାଙ୍ଗ ପରମାନପତରର ଗୁଟେ ନକଲ ନେଇଥିଲେ। ବିଭିଷଣର ଘର ଭାଂଗ୍‌ଲା ଦିନୁ କୁଟୁମବସିଆ ଆମର ଘରେ ଆଶ୍‌ରେ ନେଇଛନ୍‌ ବଲି ଜଳ ତରିଆ କହିଛନ୍‌। ହେଲେ ପିଇଓ ଜିଲା ପରଶାସନକେ ଦେଇଥିବାର ରିପୋର୍ଟରେ ସବୁ ଉଲଟାପୁଲଟା ଲେଖିଥିବାର ଜାନଲାରୁ ସେ ଦୁଖ୍‌ମନା ହେଇଛନ୍‌। ସେ କହିଛନ୍‌ ଯେ, ବିଭୀଷଣ ଖାଲି ଭତ୍ତା ୩ ଶହ ଟଁକା ମିଲୁଛେ। ଯେହେତୁ ସେ ଝନେ ଦିବ୍ୟାଙ୍ଗ ସେଥିରଲାଗି ସେ ସରକାରକଁର ଆବାସ, ଖାଏଦ୍‌ ସୁରକ୍ଷା ଯୋଜନାରେ ସାମିଲ ହେବାର କଥା। ହେଲେ ଦୁଖର କଥା ଆଏଜ୍‌ତକ ସେ ଇ ସବୁ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛେ। ସେ ଚାଷବାସ କରୁଛେ, ହେଲେ କାଳିଆ ଯୋଜନାରେ ବି ତାହାକେ ଗୁରୁତ୍‌ ନାଇଁ ଦିଆଯାଇ। ଇ ବାବ୍‌ଦେ ଥାନୀଅ ସରପଁଚ୍‌କୁଁ ସେ କହିଥିଲେ। ସରପଁଚ୍‌ ବିଡିଓକୁଁ ଭେଟି ସବୁ କଥା କହେବାକେ ପରାମଶ ଦେଇଥିବାର ବିଭୀଷଣକଁର ବଡ଼ ଭାଇ କହିଛନ୍‌। ଇ ବାବ୍‌ଦେ ପିଇଓ ଓକିଲ ଜୁଏଡ଼କୁଁ ପଚରାଲାରୁ ବିଡିଓକଁର ନିରଦେଶରେ ମୁଇଁ ଘଟନାର ତଦଁତ କରି ରିପୋର୍ଟ ଦେଇଛେଁ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିଡିଓକୁଁ ପଚରାଲାରୁ ପିଇଓ ବିଭୀଷଣକଁର ପକାଘର ଅଛେ ବଲି ରିପୋର୍ଟ ଦେଇଛନ୍‌ ବଲି ସେ କହିଛନ୍‌।