ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ଏହି ୪ ଜଣଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର। ମାତ୍ର ଏହି ପରିବାରର ଜଣେ ସ୍ତ୍ରୀ ଲୋକ ଏବଂ ତାଙ୍କ ଛୋଟ ଝିଅ କରୋନା ସଂକ୍ରମଣରୁ ବର୍ତ୍ତୀ ଯାଇଛନ୍ତି। ଅନ୍ୟଜଣକ ସେମାନଙ୍କ ସମ୍ପର୍କୀୟ। ଏହି ସୂଚନା ମିଳିବା ପରେ ସାରା ଜିଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରିୟରଞ୍ଜନ ଶତପଥୀ, ନାଉଗାଁ ଥାନା ଅଧିକାରୀ ଗୋବର୍ଦ୍ଧନ ସାହୁ ପ୍ରମୁଖ କରୋନା ସଂକ୍ରମିତମାନେ ରହୁଥିବା ଜାମୁଗାଁ ପଞ୍ଚାୟତ ଅନ୍ତର୍ଗତ କଣ୍ଟୁଣିଆହାଟ ହାଇସ୍କୁଲ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାଥମିକ ଭାବେ ଏହି ହାଇସ୍କୁଲ ଫାଟକ ନିକଟରେ ବ୍ୟାରିକେଡ୍‌ କରାଯିବା ସହ ୪ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ କିମ୍ବା ପାରାଦୀପସ୍ଥିତ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ନିଆଯିବ ସେ ଉପରେ ବିଚାରବିମର୍ଷ ଚାଲିଛି। ମାତ୍ର କେନ୍ଦ୍ରରେ ୧୩ ଜଣ ରହୁଥିବା ଏବଂ ଗୋଟିଏ ପାଇଖାନା ବ୍ୟବହାର କରୁଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଉଛି।
ସୂଚନା ମୁତାବକ ଜାମୁଗାଁ ପଞ୍ଚାୟତର ଗୋଟିଏ ପରିବାରର ୫ (୪୭, ୩୨, ୨୭, ୨୬ ଓ ୩ ବର୍ଷର) ଓ ସେମାନଙ୍କ ସମ୍ପର୍କୀୟ ତଥା ତିରୁଣା ପଞ୍ଚାୟତର ଜଣେ ବ୍ୟକ୍ତି (୩୦) ଜଣକା ୩,୫୦୦ ଟଙ୍କା ଲେଖାଏଁ ଭଡା ଦେଇ ସୁରଟରୁ ଏକ ବସ୍‌ରେ କଟକ ଆସିିଥିଲେ। ୫ ଜଣିଆ ପରିବାରରେ ସ୍ତ୍ରୀ, ସ୍ବାମୀ, ଦାଦା ଓ ସେମାନଙ୍କ ଛୋଟ ଝିଅ ଅନ୍ତର୍ଭୁକ୍ତ। ତେବେ କଟକରେ ପହଞ୍ଚତ୍ଲା ପରେ ସେମାନଙ୍କୁ ଚାଉଳିଆଗଞ୍ଜସ୍ଥିତ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ସେଠାରେ ଗୋଟିଏ କୋଠରୀରେ ୬ ଜଣ ରହିଥିଲେ। ୨ ତାରିଖ ଦିନ ଜିଲା ପ୍ରଶାସନ ତରଫରୁ ସେମାନଙ୍କୁ ଜଗତ୍‌ସିଂହପୁର ଅଣାଯିବା ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ସ୍ବାବ୍‌ ପରୀକ୍ଷା କରା ନ ଯାଇ ସିଧାସଳଖ ସେମାନଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ମଙ୍ଗଳବାର ଜଗତ୍‌ସିଂହପୁର ଅଣାଯାଇ ସରଳାଦେବୀ କଲ୍ୟାଣ ମଣ୍ଡପରେ ସ୍ବାବ୍‌ ସଂଗ୍ରହ ପରେ ପୁଣି କଣ୍ଟୁଣିଆହାଟ ହାଇସ୍କୁଲ ପଠାଇ ଦିଆଯାଇଥିଲା। ବୁଧବାର ଏହି ନମୁନା ରିପୋର୍ଟ ଆସିଛି। ରିପୋର୍ଟ ଆସିଲା ପରେ ଶଙ୍କା ବଢିବାରେ ଲାଗିଛି। କାରଣ ଏହି କେନ୍ଦ୍ରରେ ମୋଟ ୧୩ ଜଣ ରହୁଛନ୍ତି। ଗୋଟିଏ କୋଠରୀରେ ୬ ଓ ଅନ୍ୟଟିରେ ୭ ଜଣ ରହୁଛନ୍ତି। ଏହି ୭ ଜଣଙ୍କ ମଧ୍ୟରୁ ହାଇଦ୍ରାବାଦ୍‌ରୁ ୩ ଓ ଯାଜପୁର ଫେରନ୍ତା ହେଉଛନ୍ତି ୪। ଅନ୍ୟ ଜଣେ ମଧ୍ୟପ୍ରଦେଶରୁ ଫେରିଥିବା କୁହାଯାଉଥିଲେ ସୁଦ୍ଧା ସେ କେଉଁଠି ରହୁଛନ୍ତି ସ୍ପଷ୍ଟ ହୋଇନାହିଁ। ଏହି ୧୩ ଜଣ ଗୋଟିଏ ପାଇଖାନା ବ୍ୟବହାର କରୁଥିଲେ। ଏ ସମ୍ପର୍କରେ କଣ୍ଟୁଣିଆହାଟର କିଛି ଲୋକଙ୍କ କହିବା କଥା ହେଲା ଯେହେତୁ ବଜାରଟି ପାଖ ତେଣୁ ସେମାନେ ବଜାର ବୁଲିବାକୁ ଯାଇଥିଲେ ଆଗକୁ ବିପଦ ରହିଛି। କେତେଜଣ ପାନ ଆଦି ସେବନ କରନ୍ତି ତେଣୁ ଲୋକ ସମ୍ପର୍କରେ ଆସିଥିବା ସନ୍ଦେହ କରାଯାଉଛି। ସେହିପରି ତିରୁଣାର ବ୍ୟକ୍ତିଙ୍କ ଭାଇ ମଙ୍ଗଳବାର ତାଙ୍କୁ ଦେଖା କରିବାକୁ ଯାଇଥିଲେ। ମାତ୍ର ସେମାନେ ସାମାଜିକ ଦୂରତା ଅବଲମ୍ବନ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କହିବାକୁ ଗଲେ ସେମାନଙ୍କ ସହ ଆଲୋଚନା କରାଗଲେ ଅଧିକ କିଛି ତଥ୍ୟ ମିଳିପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ଜିଲାକୁ ୧୩୨ଜଣ ରାଜ୍ୟ ବାହାରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୯୮ଜଣଙ୍କ ସ୍ବାବ୍‌ ଟେଷ୍ଟ ହୋଇଛି। ସେଥିରୁ ୯୪ ଜଣଙ୍କ ସ୍ବାବ୍‌ ନେଗେଟିଭ ଆସିଛି। ଆକ୍ରାନ୍ତମାନେ ୪ ତାରିଖରେ ଫେରିଛନ୍ତି। ପ୍ରଥମର ୪ ପିଜିଟିଭ ହୋଇଥିବାରୁ ସେମାନଙ୍କୁ କଣ୍ଟେନମେଣ୍ଟରେ ରଖାଯାଇଛି। ତେବେ ସେମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri