ପରଜଙ୍ଗ ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ: ଥାନାଠାରୁ ଅନତି ଦୂରରେ ପୁଣି ଲୁଟ୍‌ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ଯୁବକ

ପରଜଙ୍ଗ,୧୫।୭(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ- ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗାଁ ନିକଟରେ ସୋମବାର ପୁଣି ଜଣେ ଯୁବକଙ୍କଠାରୁ ଲୁଟ ଉଦ୍ୟମ ହୋଇଛି। ସେ ହେଲେ ବିଶ୍ୱଜିତ ସାହୁ।

ବିଶ୍ୱଜିତ ପଥରଖମ୍ବ ପଞ୍ଚାୟତର ଆବାସ ମିତ୍ର ଭାବେ କାର୍ଯ୍ୟରତ ଅଛନ୍ତି। ସେ ସୋମବାର ବ୍ଲକକୁ ଆସି ତାଙ୍କର କିଛି ସାର୍ଟିଫିକେଟ୍‌ ପାଇଁ ସାଆନ୍ଦା କଲେଜକୁ ନିଜ ସ୍କୁଟି(ଓଡି ୦୬ ଜି ୭୬୮୬) ଯୋଗେ ଯାଉଥିଲେ। ଏହି ସମୟରେ ପଛରୁ ଏକ ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ପଛରେ ବସିଥିବା ଯୁବକଜଣଙ୍କ ଭୁଜାଲି ଦେଖାଇ ତାଙ୍କୁ ଟଙ୍କା ମାଗିଥିଲେ। ସେ ଟଙ୍କା ନାହିଁ କହିବାରୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ଘଟଣାସ୍ଥଳରୁ ବିଶ୍ୱଜିତ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ସେମାନେ ବିଶ୍ୱଜିତଙ୍କ ପିଛା କରିଥିଲେ ସୁୁଦ୍ଧା ସେ ଖସିଯିବାରେ ସଫଳ ହୋଇଥିଲେ। ପରେ ଦୁର୍ବୃତ୍ତମାନେ ସ୍କୁଟିର ଡିକି ଭାଙ୍ଗି ସେଥିରେ ଥିବା କାଗଜପତ୍ର ଫିଙ୍ଗି ଦେଇଥିଲେ। ତେବେ ଦୌଡ଼ିବା ସମୟରେ ବିଶ୍ୱଜିତ୍‌ ଆହତ ହୋଇଥିବା ଯୋଗୁ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଖବର ପାଇ ପରଜଙ୍ଗ ଥାନା ଏସ୍‌ଆଇ ଜନ୍ମେଜୟ ପାତ୍ର, ସସ୍ମିତା ପାଲ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨ ତାରିଖ ମଙ୍ଗଳବାର ଉକ୍ତ ସ୍ଥାନରୁ ଭାରତ ଫାଇନାନ୍ସ କର୍ମଚାରୀ ଆଶିଷ କୁମାର ନାୟକଙ୍କଠାରୁ ଏକ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଦୁର୍ର୍ବୃତ୍ତ ଲୁଟି ନେଇଥିଲେ। ଏଥିସହ ଉକ୍ତ ଯୁବକଙ୍କଠାରୁ କିଛି ଦିନ ପୂର୍ବେ ୧୪୯ ନଂ ଜାତୀୟ ରାଜପଥର ରାଣା ସ୍ପଞ୍ଜ ଆଇରନ କାରଖାନା ନିକଟରେ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଲୁଟେରାଙ୍କୁ ଗିରଫ କରିପାରିନାହିଁ। ଏପରିସ୍ଥଳେ ପୁଣି ଥରେ ପରଜଙ୍ଗ ଅଞ୍ଚଳରେ ଲୁଟ୍‌ ଉଦ୍ୟମ କରାଯାଇଥିବାରୁ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ଲୁଟ ଟଙ୍କାରେ ମଉଜମସ୍ତି, ୨ ଗିରଫ

ପରଜଙ୍ଗ, ୨୫।୭ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ବିଭିନ୍ନ ଚୋରି, ଲୁଟ୍‌, ଡକାୟତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri