ପବନରେ ଇଟା ଖସିଲା: ୩ ହବିଷିଆଳି ଆହତ

ପୁରୀ ଅଫିସ, ୧୦।୧୧: ବାତ୍ୟା ବୁଲବୁଲ ପ୍ରଭାବରେ ୩ଜଣ ହବିଷିଆଳି ଆହତ ହୋଇଛନ୍ତି। ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ସେମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଆଶ୍ରୟସ୍ଥଳୀକୁ ଫେରିଛନ୍ତି। ସୂଚନା ମୁତାବକ, ନିର୍ମାଣାଧୀନ ନରେନ୍ଦ୍ରକୋଣ ଆଶ୍ରୟସ୍ଥଳୀରେ ପ୍ରାୟ ୧,୨୦୦ ହବିଷିଆଳି ଅଛନ୍ତି। ଏହି ଆଶ୍ରୟସ୍ଥଳୀ ଘରଗୁଡ଼ିିକର କାମ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ଝରକାରେ ପାଲ ଦିଆଯାଇ ସେଟ କରାଯାଇଛି। ବାତ୍ୟା ବୁଲବୁଲ ପ୍ରଭାବରେ ବର୍ଷା ପବନ ଆଶଙ୍କା କରାଯାଇ ଝରକା ଏବଂ ଅନ୍ୟ ଖୋଲା ଜାଗାରେ ପଟା ଦିଆଯାଇ ଥିଲା। ଶୁକ୍ରବାର ରାତିରେ ପବନରେ ପଟା ଖସିଯିବାରୁ ସେହି ସ୍ଥାନରୁ କିଛି ଇଟା ତଳକୁ ପଡ଼ିଯାଇଥିଲା। ଫଳରେ ୩ଜଣ ହବିଷିଆଳି ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ଆଶ୍ରୟସ୍ଥଳୀକୁ ଫେରିଥିଲେ। ପୁଣି ଶନିବାର ସକାଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା।