ପଦାର୍ଥ ବିଜ୍ଞାନର ପରିଚୟ

ଆଜିକୁ ୫୫ ଲକ୍ଷ ବର୍ଷ ତଳେ ମଣିଷ ଜାତି ପୃଥିବୀପୃଷ୍ଠରେ ଜନ୍ମ ନେଲା। ସେବେଠାରୁ ଆମର ଗବେଷଣା ଜାରି ରହିଛି। କିନ୍ତୁ ଆଜି ଯେଉଁ ଯୁଗକୁ ‘ବିଜ୍ଞାନର ଯୁଗ’ ବୋଲି କୁହାଯାଉଛି, ସେହି ବିଜ୍ଞାନ ଓ ଗବେଷଣା ଆରମ୍ଭ ହୋଇଛି ମାତ୍ର ୩୦୦ ବର୍ଷ ତଳେ। ଏଇ ୩୦୦ ବର୍ଷର ଗବେଷଣା ଆମକୁ ସୁଖସୁବିଧା ଦେଇଛି। ଆମର ଭାବନାକୁ ଉନ୍ନତ କରିଛି। ଆମ ହୃଦୟରେ ଆଶା ଓ ଆକାଙ୍‌କ୍ଷାର ଜୁଆର ସୃଷ୍ଟିକରିଛି।
ଆଜିର ଯୁଗକୁ ବିଜ୍ଞାନର ଯୁଗ କୁହାଯିବାର ଯଥେଷ୍ଟ କାରଣ ରହିଛି। ସବୁ କାରଣକୁ ଗୋଟିଏ ବାକ୍ୟରେ କହିଲେ, ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ବିଜ୍ଞାନ ପ୍ରଭାବିତ କରିଛି। ଆମେ ବିଭିନ୍ନ ପ୍ରକାର ଆଉ ବିଭିନ୍ନ ଆକାରର ଜିନିଷପତ୍ର ଦେଖୁ। ସବୁ ଜିନିଷର ରଙ୍ଗ ସମାନ ନଥାଏ। ଅଥବା, ସମସ୍ତଙ୍କର ଆକୃତି ବି ସମାନ ନଥାଏ। ରଙ୍ଗ ଦେଖିବାରେ ହେଉ, କିମ୍ବା ବିଭିନ୍ନ ବସ୍ତୁର ଭିନ୍ନ ଭିନ୍ନ ଆକାର ଓ ଆକୃତି ହେଉ, ସେସବୁ ପଛରେ ରହୁଥିବା କାରଣ ବିଷୟରେ ଅନୁଶୀଳନ କଲେ, କଅଣ-କିପରି-କାହିଁକି ବୋଲି ପ୍ରଶ୍ନର ଉତ୍ତର ଖୋଜିଲେ, ସବୁଠି ବିଜ୍ଞାନର ସ୍ବାକ୍ଷର ଦେଖିବାକୁ ମିଳେ। ପ୍ରକୃତିରେ ଘଟୁଥିବା ଘଟଣାଗୁଡିକୁ ବୁଝିବା ପାଇଁ ଆମେ କେତେବେଳେ ପଦାର୍ଥ ବିଜ୍ଞାନର ସହାୟତା ନେଉ ପୁଣି ଆଉ କେତେବେଳେ ରସାୟନ ବିଜ୍ଞାନର ସହାୟତା ନେଉ। କେତେବେଳେ ଗଣିତ, ପୁଣି ଆଉ କେତେବେଳେ ଉଦ୍ଭିଦ ବିଜ୍ଞାନ ଅଥବା ପ୍ରାଣୀବିଜ୍ଞାନର ସହାୟତା ନେଉ। ଆମେ ଏଠାରେ ପଦାର୍ଥ ବିଜ୍ଞାନର ଅର୍ଥ ବିଷୟରେ ଆଲୋଚନା କରିବା। ପଦାର୍ଥ ବିଜ୍ଞାନ ଦ୍ୱାରା ବୁଝି ହେଉଥିବା କେତେକ ସାଧାରଣ ଘଟଣା ବିଷୟରେ ଆଲୋଚନା କରିବା।
ସ୍ଥିର ଥିବା ବସ୍ତୁକୁ ଠେଲିଲେ କାହିଁକି ଚାଲେ? ଚାଲୁଥିବା ସାଇକେଲକୁ ପଛରୁ ଟାଣିଲେ କାହିଁକି ଅଟକି ଯାଏ? ବେଲୁନ୍‌କୁ ଜୋର୍‌ ଚିପିଲେ କାହିଁକି ଫାଟିଯାଏ? ଏସବୁ ହେଉଛି ବସ୍ତୁର କଥା ଏବଂ ବସ୍ତୁର ଗତି ଓ ଶକ୍ତିର କଥା। ବସ୍ତୁ ଏବଂ ବସ୍ତୁର ଗତି ଓ ଶକ୍ତି ପଛରେ ରହିଥିବା ବିଜ୍ଞାନ ହେଉଛି ପଦାର୍ଥ ବିଜ୍ଞାନ। ବସ୍ତୁଟି ଏମିତି କାହିଁକି ଦିଶିଲା, ବସ୍ତୁଟି କାହିଁକି ଚାଲିଲା, ଯଦି ଚାଲୁଥିଲା, ତେବେ କାହିଁକି ଅଟକିଲା, ପଦାର୍ଥ ବିଜ୍ଞାନ ପାଖରେ ଏଭଳି ଅଗଣିତ ପ୍ରଶ୍ନର ଉତ୍ତର ରହିଛି। ଆମର ଦୈନନ୍ଦିନ ଜୀବନରେ ପଦାର୍ଥ ବିଜ୍ଞାନ ସମ୍ପର୍କିତ ଅନେକ ଘଟଣା ଦେଖିବାକୁ ମିଳେ। ଆମର ଦୈନନ୍ଦିନ ଜୀବନକୁ ସରସ ଓ ସୁନ୍ଦର କରିବାରେ ପଦାର୍ଥ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱ ବ୍ରହ୍ମାଣ୍ଡରେ ଘଟୁଥିବା ଅଗଣିତ ଘଟଣା ପଛରେ ପଦାର୍ଥ ବିଜ୍ଞାନ ରହିଛି। ଗଛରୁ ଫଳ ତଳକୁ ପଡେ କାହିଁକି, ପୃଥିବୀ ଚାରିପଟେ ଜହ୍ନମାମୁ ବୁଲୁଛି କାହିଁକି, ଆକାଶ କାହିଁକି ନୀଳ ଦିଶେ, ସକାଳର ସୂର୍ଯ୍ୟ କାହିଁକି ଲାଲ, କନିଅର ଫୁଲ କାହିଁକି ହଳଦିଆ, ଇନ୍ଦ୍ରଧନୁ ଏତେ ରଙ୍ଗିନ କାହିଁକି, ପୁନେଇଁ ଜହ୍ନ ଗୋଲ କାହିଁକି, ଶଙ୍ଖ ଫୁଙ୍କିଲେ ଶବ୍ଦ ବାହାରେ କାହିଁକି, ଘଣ୍ଟା ବାଜିଲେ ଶବ୍ଦ ବାହାରେ କାହିଁକି, ପାଣିରେ ଲୁହାକଣ୍ଟା ବୁଡିଯାଏ, କିନ୍ତୁ ଜାହାଜ କେମିତି ଭାସେ, ଏ.ସି. ଲାଗିଥିବା ଦୋକାନରେ କାଚର କାନ୍ଥ କରାଯାଏ କାହିଁକି, ବିଜୁଳି ମାରିଲା ପରେ ଘଡଘଡି ଶୁଣାଯାଏ କାହିଁକି – ଏମିତି ଲକ୍ଷ ଲକ୍ଷ ପ୍ରଶ୍ନର ସରଳ ଉତର ହେଉଛି ପଦାର୍ଥ ବିଜ୍ଞାନ। ଏସବୁ ଘଟଣାକୁ ଆମେ ପଦାର୍ଥ ବିଜ୍ଞାନ ଦ୍ୱାରା ବୁଝି ପାରିବା। ପ୍ରକୃତିକୁ ବିରାଟ ଗବେଷଣାଗାର କହିଲେ, ପଦାର୍ଥ ବିଜ୍ଞାନ ହେଉଛି ପ୍ରକୃତି ଉପରେ ଗବେଷଣା ଜାରି ରଖିଥିବା ଗବେଷକ ଛାତ୍ର।
ପଦାର୍ଥ ବିଜ୍ଞାନ ପ୍ରସଙ୍ଗ ଆସିଲେ ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କ କଥା ମନେ ପଡେ। ବସ୍ତୁର ଗତି ଓ ଶକ୍ତି ପଛରେ ରହିଥିବା ବିଜ୍ଞାନ ହେଉଛି ପଦାର୍ଥ ବିଜ୍ଞାନର ସଂଜ୍ଞା। କିନ୍ତୁ ନିଉଟନ୍‌ ହେଉଛନ୍ତିି ପଦାର୍ଥ ବିଜ୍ଞାନର ସୂତ୍ରଧର, ପଦାର୍ଥ ବିଜ୍ଞାନର ପିତା। କାରଣ, ସେ ପଦାର୍ଥ ବିଜ୍ଞାନର ମୂଳମନ୍ତ୍ର ଉଚ୍ଚାରଣ କରିଥିଲେ। ବିଶ୍ୱ ବ୍ରହ୍ମାଣ୍ଡରେ ଅନେକ ଘଟଣା ଘଟୁଛି। ପ୍ରତ୍ୟେକ ଘଟଣା ପଛରେ କିଛି ନା କିଛି କାରଣ ରହିଛି। ସେହି କାରଣ ସଂପର୍କରେ ବିଶେଷ ଭାବରେ ଜାଣିବା ହେଉଛି ବିଜ୍ଞାନ। ଗଛରୁ ତଳକୁ ଫଳ ପଡିବା ବି ସେମିତିକା ଗୋଟିଏ ଘଟଣା। ଆମ ପାଇଁ ଅତି ସାଧାରଣ ଘଟଣା। କିନ୍ତୁ ନିଉଟନ୍‌ଙ୍କ ପାଇଁ ଏହା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା। ସେଓ ଗଛରୁ ସେଓ ପଡିବା ଘଟଣା ତାଙ୍କୁ ପୃଥିବୀର ମାଧ୍ୟାକର୍ଷଣ ବିଷୟରେ ଗଭୀର ଭାବରେ ଚିନ୍ତା କରିବା ପାଇଁ ପ୍ରେରଣା ଯୋଗାଇଥିଲା। ସେ ଚନ୍ଦ୍ର ଉପରେ ପୃଥିବୀର ଆକର୍ଷଣ ବିଷୟରେ ଅନେକ ତଥ୍ୟର ସନ୍ଧାନ ପାଇଲେ। ବସ୍ତୁ ଉପରେ ବଳ ପ୍ରୟୋଗ କଲେ କିପରି ତା’ର ଅବସ୍ଥାର ପରିବର୍ତ୍ତନ ହୁଏ, ସେହି ବିଷୟରେ ଅନେକ ନିୟମ ଦୁନିଆକୁ ଜଣାଇଲେ। ଏହା ହେଉଛି ପଦାର୍ଥ ବିଜ୍ଞାନର ମୂଳ ମନ୍ତ୍ର।
ପୃଥିବୀ ଗୋଟିଏ ଗ୍ରହ, ଚନ୍ଦ୍ର ତାହାର ଉପଗ୍ରହ। ଆମେ ଜାଣୁ ପୃଥିବୀ ଚାରିପଟେ ଚନ୍ଦ୍ର ବୁଲୁଛି।ଏଥିରେ ମାଧ୍ୟାକର୍ଷଣ ବଳର ଭୂମିକା ରହିଛି। ପୃଥିବୀ ଯେମିତି ମାଧ୍ୟାକର୍ଷଣ ବଳ ଦ୍ୱାରା ଫଳକୁ ନିଜ ଆଡକୁ ଟାଣେ, ସେମିତି ଚନ୍ଦ୍ରକୁ ମଧ୍ୟ ନିଜ ଆଡକୁ ଟାଣୁଛି। ପଦାର୍ଥ ବିଜ୍ଞାନରେ ଅନୁଶୀଳନ କଲେ, ପୃଥିବୀର ମାଧ୍ୟାକର୍ଷଣ ବଳ ନଥିଲେ ଚନ୍ଦ୍ର ବୁଲିପାରିବ ନାହିଁ, ନିଜର କକ୍ଷପଥରୁ ଖସି ଶୂନ୍ୟକୁ ପଳେଇବ। ଆକାଶ ଆମକୁ ନୀଳ ଦେଖାଯିବାର କାରଣ ପଛରେ ରହିଛି ପଦାର୍ଥ ବିଜ୍ଞାନ। ସୂର୍ଯ୍ୟକିରଣ ଧଳା, କିନ୍ତୁୁ ସେଥିରେ ସାତଟି ରଙ୍ଗ ରହିଛି, ଯାହାକୁ ଆମେ କହୁ ବା-ଘ-ନୀ-ସ-ହ-ନା-ଲା। ଗବେଷଣାରୁ ଜଣାପଡିଛି ଯେ, ଆକାଶରେ ରହିଥିବା କ୍ଷୁଦ୍ର କଣିକାଗୁଡିକ ବାଇଗଣି ଓ ନୀଳ ରଙ୍ଗର ଆଲୋକକୁ ସବୁଠାରୁ ଅଧିକ ଶୋଷିପାରନ୍ତି, ତେଣୁ କଣିକାଗୁଡିକରୁ ନୀଳ ଓ ବାଇଗଣି ରଙ୍ଗର ଆଲୋକ ବାହାରୁଥାଏ। ଆମର ଆଖି ବାଇଗଣି ତୁଳନାରେ ନୀଳ ରଙ୍ଗର ଆଲୋକକୁ ଭଲ ଦେଖିପାରେ। ତେଣୁ ଆକାଶ ଆମକୁ ନୀଳ ଦେଖାଯାଏ।
ବର୍ଷାଦିନେ ଆମେ ଆକାଶରେ ଇନ୍ଦ୍ରଧନୁ ଦେଖୁ। ସୂର୍ଯ୍ୟକିରଣରେ ଥିବା ରଙ୍ଗରୁ ଇନ୍ଦ୍ରଧନୁରେ ୭ଟି ରଙ୍ଗ ଆସୁଛି। ବର୍ଷା ପାଇଁ ବାୟୁମଣ୍ଡଳରେ ଭାସି ବୁଲୁଥିବା କ୍ଷୁଦ୍ର କ୍ଷୁଦ୍ର ଜଳକଣା ଭିତରେ ସୂର୍ଯ୍ୟକିରଣ ପଶିଲେ, ୭ଟି ରଙ୍ଗର ଆଲୋକ ୭ଟି ଅଲଗା ଅଲଗା କୋଣରେ ବଙ୍କେଇ ଯାଆନ୍ତି। ପୁଣି ଥରେ ସେଗୁଡିକ ଜଳବିନ୍ଦୁ ଭିତରେ ବଙ୍କେଇ ଯାଇ ଭୂଇଁ ଆଡକୁ ଗତି କରନ୍ତି। ସେହି ଆଲୋକ ଆମ ଆଖିରେ ପଡିଲେ ଆମେ ୭ଟି ରଙ୍ଗ ଥିବା ଇନ୍ଦ୍ରଧନୁ ଦେଖୁ। ବର୍ଷାଦିନେ ବିଜୁଳି ମାରିବାର କିଛି ସମୟ ପରେ ଘଡଘଡି ଶୁଣାଯାଏ। ଏସବୁ ପାଇଁ ଦାୟୀ ହେଉଛି ବାଦଲରେ ରହିଥିବା ଚାର୍ଜକଣିକା। ବିଜୁଳି ଓ ଘଡଘଡି ଏକ ସଙ୍ଗରେ ସୃଷ୍ଟି ହେଲେ ବି ଆଲୋକ କ୍ଷୀପ୍ର ବେଗରେ ଆମ ପାଖରେ ପହଞ୍ଚତ୍ୟାଏ। ଆମେ ବିଜୁଳି ଦେଖିପାରୁ। ହେଲେ ଶବ୍ଦ ଧୀରେ ଧୀରେ ଆସି ଆମ କାନପାଖରେ ପହଞ୍ଚେ। ତେଣୁ ବିଜୁଳି ମାରିବାର କିଛି ସମୟ ପରେ ଘଡଘଡି ଶୁଣୁ।ଆମ ନିତିଦିନିଆ ଜୀବନରେ ଏମିତି ଅନେକ ଘଟଣାକୁ ପଦାର୍ଥ ବିଜ୍ଞାନ ସହାୟତାରେ ବୁଝି ପାରିବା।
ନିଉଟନ୍‌ ଯେମିତି ପଦାର୍ଥ ବିଜ୍ଞାନର ସୂତ୍ରଧର, ସେମିତି ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ହେଉଛନ୍ତି ଆଧୁନିକ ପଦାର୍ଥ ବିଜ୍ଞାନର ସୂତ୍ରଧର। କେବଳ ନିଉଟନ୍‌ଙ୍କର ଅନୁଶୀଳନ ଦ୍ୱାରା ବିଶ୍ୱବ୍ରହ୍ମାଣ୍ଡକୁ ସଂପୂର୍ଣ୍ଣ ଭାବରେ ବୁଝିବା ସମ୍ଭବ ନଥିଲା। ହୁଏତ ଆଇନ୍‌ଷ୍ଟାଇନ୍‌ ତାଙ୍କର ଗବେଷଣା ତଥ୍ୟକୁ ଆମ ଭିତରେ ବାଣ୍ଟି ନଥିଲେ, ଆଜି ବିଶ୍ୱବ୍ରହ୍ମାଣ୍ଡର ଗୂଢତଥ୍ୟକୁ ବୁଝିବା ସମ୍ଭବ ହୋଇପାରି ନଥାନ୍ତି। ତେଣୁ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ହେଉଛନ୍ତିି ଆଧୁନିକ ପଦାର୍ଥ ବିଜ୍ଞାନର ପିତା। ତାଙ୍କର ଆପେକ୍ଷିକତା ତତ୍ୱ ଆଜି ପଦାର୍ଥ ବିଜ୍ଞାନକୁ ଶ୍ରେଷ୍ଠତ୍ୱର ଅଧିକାରୀ କରିପାରିଛି। ଶୂନ୍ୟରେ ଆଲୋକର ବେଗ ସବୁଠାରୁ ଅଧିକ ବୋଲି ସେ କହିଥିଲେ। ସେ ପ୍ରମାଣ କରିଥିଲେ, ତୀବ୍ରଗତିରେ ଯାଉଥିବା ବସ୍ତୁର ଲମ୍ବ କମିଯାଏ ଓ ବସ୍ତୁତ୍ୱ ବଢିଯାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ମହାକାଶରେ ଗତି କରୁଥିବା ରକେଟ୍‌ ଭିତରେ ବସିଥିବା ମହାକାଶଚାରୀର ବୟସ ଆମ ପରି ନବଢି ଧୀରେ ଧୀରେ ବଢେ। ଏଭଳି ଚମତ୍କାର ତଥ୍ୟ କେବଳ ଆଇନ୍‌ଷ୍ଟାଇନ୍‌ ଦେଇପାରିଥିଲେ, ଯାହାକୁ ନେଇ ଆଜି ଆମେ ଟାଇମ୍‌ ମେଶିନ୍‌ ତିଆରି କରିବା ପାଇଁ ଯୋଜନା କରୁଛୁ। ଟାଇମ୍‌ ମେଶିନ୍‌ ଭିତରେ ବସିଲେ ଆମର ବୟସ କମିଯାଇ ପାରିବ ଓ ବଢିଯାଇ ପାରିବ। କମିବା ବଢିବା ଆମର ଇଚ୍ଛା ଉପରେ ନିର୍ଭର କରେ। ଏସବୁ ଚମତ୍କାରିତା ଆଉ କୌଣସି ବିଜ୍ଞାନର କଥା ନୁହେଁ, ବରଂ ଆମ ପଦାର୍ଥ ବିଜ୍ଞାନର କଥା।

କମଳାକାନ୍ତ ଜେନା

-ମୁଖ୍ୟ କୋଅର୍ଡିନେଟର, ଏମ୍‌. ଏସ୍‌ସି. (ଆପ୍ଲାଏଡ୍‌ ଫିଜିକ୍ସ), ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri