Odisha Elections 2024

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ରହିଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବ୍ୟୟ ଅଟକଳ କରାଯାଇ ନିର୍ମାଣ କାର୍ଯ୍ୟ ଚାଲିଥିଲା। ସେ ସମୟରେ ସୁକିନ୍ଦା ବ୍ଲକ ପକ୍ଷରୁ କାଳିଆପାଣି ପଞ୍ଚାୟତ ବିର୍ସାନଗରରେ ଏକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ଆହ୍ବାନ ବେଳେ ଏକ ପଥର ଛଇକୁ ପୋଖରୀ ଦର୍ଶାଇ ୨୦ ଲକ୍ଷ ବ୍ୟୟବରାଦ କରାଯାଇଥିଲା। ଦୀର୍ଘ ବର୍ଷ ହେବ ସେହି ସ୍ଥାନରେ ମାଙ୍କଡା ପଥର କଟାଯାଇ ଏକ ପୋଖରୀ ସଦୃଶ୍ୟ ଗଭୀର ହୋଇଥିଲା। ଯାହାକୁ ପୋଖରୀ ବୋଲି ଦର୍ଶାଯାଇଥିଲା ା ୨୦୨୨-୨୩ ମସିହାରେ ବ୍ୟୟ ଅଟକଳ କରାଯାଇ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଜ୍ୟୋତି ବଳ ନାମକ ଠିକାଦାର ସେହି କାମକୁୁ ହାତେଇଥିଲେ । ଚୁକ୍ତି ଅନୁଯାୟୀ ୧୪ ଲକ୍ଷ ୪୦ ହଜାର ୮୪୯ ଟଙ୍କା ଧାର୍ଯ୍ୟ ହୋଇଥିଲା । ହେଲେ ପଥର ଛଇକୁ ପୋଖରୀ ଦର୍ଶାଇ ପ୍ରଥମେ ଭିତ୍ତପ୍ରସ୍ତର ସ୍ଥାପନ ହେଲା ପରେ ଅଳ୍ପ କିଛି ମୋରମ ପଥର ଛଇ ଖାଲରୁ ଉଠାଇ ୨ଟି ପର୍ଯ୍ୟାୟରେ ବିଲ ଉଠାଇ ନିଆଯାଇଥିଲା। ପ୍ରକୃତରେ ପୋଖରୀର କ’ଣ କାମ ହେବ ଫଳକରେ ଉଲ୍ଲେଖ ନ ଥିବା ବେଳେ ଚୁକ୍ତି ପରିମାଣ ଲେଖା ହୋଇଛି। ତେଣୁ ସ୍ଥାନୀୟ ଜନସାଧାରଣ କିଛି ଜାଣି ପାରିଲେ ନାହିଁ। ଠିକାଦାର କାଳିଆପାଣିର କେତେଜଣ ପ୍ରଭାବଶାଳୀ ଲୋକଙ୍କୁ ହାତ କରି ପଥର ଛଇକୁ ପୋଖରୀ ଦର୍ଶାଇ ଅଳ୍ପ କାମ କରି ଲକ୍ଷାଧିକ ଚଳୁ କରିବା ଯୋଗୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କାର୍ଯ୍ୟର ତଦନ୍ତ କରିବା ପାଇଁ କଳିଆପାଣି ଗାଁର ଲୋକମାନେ ଦାବି କରିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ସୁକିନ୍ଦା ବିଡ଼ିଓ ଅଭିଷେକ ସ୍ବାଇଁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା...

ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦%...

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri