ପଥଚାରୀଙ୍କ ଉପରେ ପଡିଲା ବରଗଛ

ଶଙ୍କରାଖୋଲ,୧୨ା୬(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମ ବରସାହି ଦେଇ ଯାଇଥିବା ୧୫୭ ନଂ. ଜାତୀୟ ରାଜପଥରେ ଶୁକ୍ରବାର ଏକ ବଡ ବରଗଛ ଉପୁଡି ଜଣେ ବ୍ୟକ୍ତିଙ୍କ ଉପରେ ପଡିବାରୁ ସେ ଗୁରୁତର ହୋଇଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ର ସୁମଙ୍ଗଲ ରାଏ। ସୁମଙ୍ଗଲ ସକାଳ ପ୍ରାୟ ୯ଟାରେ ଉକ୍ତ ରାସ୍ତାଦେଇ ଚାଲିଚାଲି ଯାଉଥିବାବେଳେ ଗଛଟି ଉପୁଡି ତାଙ୍କ ଉପରେ ପଡିଥିଲା। ଶଙ୍କରାଖୋଲ ସରପଞ୍ଚ ଚିତ୍ର କହଁର ପ୍ରଶ୍ନ କୁମାର ଦାସଙ୍କ କାରରେ ତାଙ୍କୁ ଫୁଲବାଣୀ ମୂଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଟିକାବାଲି ଅଗ୍ନିଶମ ବାହିନୀ ପହଞ୍ଚତ୍ ଗଛ କାଟି ରାସ୍ତା ସଫା କରିଥିଲା।