ପଠାଣି ସାମନ୍ତ ଥିଲେ ଅସାଧାରଣ ପ୍ରତିଭାର ଅଧିକାରୀ

ଖଣ୍ଡପଡା,୨୦।୧୨(ସ୍ବ.ପ୍ର.)-ଓଡିଶା ସାହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ ପରିଷଦର ମିଳିତ ଆନୁକୂଲ୍ୟରେ ଗୁରୁବାର ଖଣ୍ଡପଡା ସାଇ ବୃନ୍ଦାବନ ସେବାଧାମ ପରିସରରେ ବିଶ୍ୱ ବରେଣ୍ୟ ଜ୍ୟୋତିର୍ବିଦ୍‌ ପଠାଣି ସାମନ୍ତଙ୍କ ୧୮୫ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ତିଥି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ା ଏହି ଅବସରରେ ୩୦ ତମ ଶିଶୁମେଳା ମଧ୍ୟ ଆୟୋଜିତ ହୋଇଥିଲା। ଉତ୍ସବରେ ପଠାଣି ସାମନ୍ତ ମେମୋରିଆଲ ପରିଷଦର ସମ୍ପାଦକ ତଥା ଆଇନଜୀବୀ ଗିରିଜା ଶଙ୍କର ତରାସିଆ ଅଧ୍ୟକ୍ଷତା କରି ପଠାଣି ସାମନ୍ତଙ୍କ ଜୀବନୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ା ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଚିବ ଜୟନ୍ତୀ ରଥ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଉକତ୍ଳ ବିଶ୍ୱବିଦ୍ୟାଳୟର ଓଡିଆ ପ୍ରଫେସର ଡ. ରମେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ। ସେହିପରି ସମ୍ମାନିତ ବକ୍ତା ଭାବେ କଟକ ଜିଲା ବିଜ୍ଞାନ ତତ୍ତ୍ୱାବଧାରକ ଅକ୍ଷୟ କୁମାର ଷଡ଼ଙ୍ଗୀ ଏବଂ ସମ୍ମାନିତ ଅତିଥି ଭାବେ ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ନିର୍ମଳଚନ୍ଦ୍ର ଶୂରଦେଓ, ଅବସରପ୍ରାପ୍ତ ପ୍ରଶାସକ ଭାରତୀ ଭୂଷଣ ମିଶ୍ର, ଶିଶୁ କବି କାଶୀନାଥ ଦାସ ଓ କୁନି ପ୍ରତିଭା ରୁପାଲୀ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ସାମନ୍ତଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ ଉଦ୍‌ଘାଟନ କରିଥିଲେ ା ଏହି ଅବସରରେ ଖଣ୍ଡପଡା ସହରର ବିଶିଷ୍ଟ ଚିତ୍ରଶିଳ୍ପୀ ଲଡୁ କିଶୋର ସିଂହ ସାମନ୍ତଙ୍କ ଦ୍ୱାରା ପ୍ରସ୍ତୁତ ସାଇବାବାଙ୍କ ଏକ ତୈଳଚିତ୍ର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ା ପଠାଣି ସାମନ୍ତ ସାରା ବିଶ୍ୱରେ ଜଣେ ବିଶିଷ୍ଟ ବୈଜ୍ଞାନିକ ଥିଲେ ା ସାମନ୍ତ ଚନ୍ଦ୍ର ଶେଖର ଦୁଇଖଣ୍ଡ ବାଉଁଶ ନଳୀ ସାହାଯ୍ୟରେ ଗ୍ରହ ନକ୍ଷତ୍ରର ଗତିବିଧି ଲକ୍ଷ୍ୟ କରି ପାରୁଥିବା ବେଳେ ଦୂର ପାହାଡକୁ ମାପି ତାହାର ଉଚ୍ଚତା ନିରୂପଣ କରି ପାରୁଥିଲେ ା ସେ ସିଦ୍ଧାନ୍ତ ଦର୍ପଣ ରଚନା କରିଥିଲେ ା ଗଭୀର ଆମତ୍ବିଶ୍ୱାସରୁ ତାଙ୍କୁ ସଫଳତା ମିଳିଥିଲା ା ପଠାଣି ସାମନ୍ତ ଥିଲେ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ ା ଏଭଳି ଜଣେ ପ୍ରତିଭାବାନ୍‌ ବ୍ୟକ୍ତି ଖଣ୍ଡପଡ଼ା ମାଟିରେ ଜନ୍ମଗ୍ରହଣ କରି ସାରା ବିଶ୍ୱବାସୀଙ୍କୁ ଦିଗ୍‌ଦର୍ଶନ ଦେଇଥିବାରୁ ଖଣ୍ଡପଡା ମାଟି ଆଜି ଧନ୍ୟ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ା ଏହି ଅବସରରେ ଆୟୋଜିତ ଶିଶୁମେଳାରେ ସରସ୍ବତୀ ଶିଶୁମନ୍ଦିର ଖଣ୍ଡପଡା ଓ ଖଳିସାହିର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ା ଖଣ୍ଡପଡା ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ଛାତ୍ରୀଛାତ୍ରମାନେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ା ପଦାରବିନ୍ଦ ଦାଶ ଓ କ୍ରିଷ୍ଣା ପଣ୍ଡା ଗୀତା ଶ୍ଳୋକ ଆବୃତ୍ତି କରିଥିବା ବେଳେ କୁନି ପ୍ରତିଭା ରୁପାଲୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ା ଏହି ଉତ୍ସବରେ ଖଣ୍ଡପଡା ସମେତ ଆଖପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସାମନ୍ତଙ୍କ ଫଟୋଚିତ୍ର ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ବିଭିନ୍ନ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯିବା ସହ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri