Categories: ଜାତୀୟ

ପଞ୍ଚ ନ୍ୟାୟାଧୀଶ: ଦେଶକୁ ବାନ୍ଧିଲେ ଏକତା ରଜ୍ଜୁରେ

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟାକୁ ନେଇ ଐତିହାସିକ ରାୟ ପ୍ରକାଶ ପାଇଛି। ଦୀର୍ଘ ଦିନ ଧରି ଲାଗିଥିବା ସମସ୍ୟାର ଅନ୍ତ ଘଟିଛି। ଦେଶରେ ପୁଣି ସୃଷ୍ଟି ହୋଇଛି ଶାନ୍ତିର ବାତାବରଣ। ଦେଶବାସୀଙ୍କୁ ଏକତା ରଜ୍ଜୁରେ ବାନ୍ଧିଥିବା ପଞ୍ଚ ନ୍ୟାୟଧୀଶ ସବୁଦିନ ପାଇଁ ଦେଶର ଇତିହାସରେ ନ୍ୟାୟପାଳିକା ରାୟକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ବିଚାରପତି ଏସ.ଏ. ବୋବ୍‌ଦେ, ବିଚାରପତି ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ବିଚାରପତି ଏସ. ଅବଦୁଲ ନଜିର୍‌ଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ୪୦ ଦିନ ଧରି ଏହି ମାମଲାର ଶୁଣାଣି କରିଥିଲେ। ଏହାପରେ ସମସ୍ତ ବିଚାରପତିଙ୍କ ମଧ୍ୟରେ ସହମତି କ୍ରମେ ଐତିହାସିକ ରାୟ ପ୍ରକାଶ କରାଯାଇଥିଲା।

Share