ପଞ୍ଚମ ପର୍ଯ୍ୟାୟ ନିର୍ବାଚନ;ମଇଦାନରେ ୧୮୪ କୋଟିପତି: ପୁନମ୍‌ ସିହ୍ନା ସବୁଠୁ

ନୂଆଦିଲ୍ଲୀ,୧ା୫(ପି.ଟି.): ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ସବୁଠୁ ଧନୀ ହେଉଛନ୍ତି ଲକ୍ଷ୍ନୌ ଲୋକ ସଭା ଆସନର ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରାର୍ଥୀ ପୁନମ୍‌ ସିହ୍ନା। ପୁନମଙ୍କ ସମ୍ପତ୍ତି ୧୯୩ କୋଟି ଟଙ୍କା ବୋଲି ନିର୍ବାଚନ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ନ୍ୟାଶନାଲ ଇଲେକ୍ସନ୍‌ ଓ୍ବାଚ୍‌ (ଏନ୍‌ଇଡବ୍ଲ୍ୟୁ) ଏବଂ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର) ପକ୍ଷରୁ ମଙ୍ଗଳବାର କୁହାଯାଇଛି।
ମେ ୬ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୭ ରାଜ୍ୟର ଯେଉଁ ୫୧ ଆସନରେ ମତଦାନ ହେବ ସେଗୁଡ଼ିକ ହେଲା ବିହାର (୫), ଜମ୍ମୁ ଓ କଶ୍ମୀର (୨), ଝାଡ଼ଖଣ୍ଡ (୪), ମଧ୍ୟପ୍ରଦେଶ (୭), ରାଜସ୍ଥାନ (୧୨), ୟୁପି (୧୪) ଓ ପଶ୍ଚିମବଙ୍ଗ (୭)। ଏହି ପର୍ଯ୍ୟାୟରେ ମୋଟ ୬୬୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ। ସେମାନଙ୍କ ମଧ୍ୟରୁ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ସ୍ତ୍ରୀ ପୁନମ୍‌ ଲକ୍ଷ୍ନୌ ଆସନରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ବିରୋଧରେ ମହାମେଣ୍ଟ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୯୩ କୋଟିର ମାଲିକାଣୀ ପୁନମ ସବୁଠୁ ଧନୀ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ତଳକୁ ଅଛନ୍ତି ୟୁପି ସୀତାପୁରର ପ୍ରଗତିଶୀଳ ସମାଜବାଦୀ ପାର୍ଟି (ଲୋହିଆ) ପ୍ରାର୍ଥୀ ବିଜୟ କୁମାର ମିଶ୍ର, ଯାହାଙ୍କ ସମ୍ପତ୍ତି ୧୭୭ କୋଟି ଟଙ୍କା। ତୃତୀୟରେ ଝାଡ଼ଖଣ୍ଡ ହଜାରିବାଗର ଭାଜପା ପ୍ରାର୍ଥୀ ଜୟନ୍ତ ସିହ୍ନା। କେନ୍ଦ୍ରମନ୍ତ୍ରୀ ସିହ୍ନାଙ୍କ ସମ୍ପତ୍ତିର ମୂଲ୍ୟ ୭୭ କୋଟି ଟଙ୍କା। ମଇଦାନରେ ଏପରି ୩ ଜଣ ପ୍ରାର୍ଥୀ ଅଛନ୍ତି, ଯାହାଙ୍କ ନିକଟରେ କିଛି ସମ୍ପତ୍ତି ନାହିଁ ବୋଲି ସେମାନେ ନାମାଙ୍କନପତ୍ର ଦାଖଲ ବେଳେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏନ୍‌ଇଡବ୍ଲ୍ୟ ଏବଂ ଏଡିଆର୍‌ ଅନୁସାରେ ଏଭଳି ୧୮୪ ପ୍ରାର୍ଥୀ ରହିଛନ୍ତି, ଯାହାଙ୍କ ସମ୍ପତ୍ତି ୧ କୋଟି କିମ୍ବା ତଦୂର୍ଦ୍ଧ୍ୱ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାଜପାର। ଏହି ଦଳର ୪୮ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ କୋଟିପତି। ସେହିପରି କଂଗ୍ରେସର ୪୫ରୁ ୩୨, ବିଏସ୍‌ପିର ୩୩ରୁ ୧୭, ଏସ୍‌ପିର ୯ରୁ ୮ଏବଂ ସ୍ବାଧୀନ ୨୫୨ରୁ ୩୧ ପ୍ରାର୍ଥୀ ନିଜକୁ କୋଟିପତି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଅର୍ଥାତ୍‌ ଏହି ପର୍ଯ୍ୟାୟର ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୫୭ କୋଟି ଟଙ୍କା। ୨୬୪ ଜଣ ପ୍ରାର୍ଥୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ବୋଲି ସ୍ବୀକାର କରିଛନ୍ତି। ୩୪୮ ପ୍ରାର୍ଥୀ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ପାଠ ପଢ଼ିଛନ୍ତି। ୪୩ ପ୍ରାର୍ଥୀ ନାମକୁ ମାତ୍ର ସାକ୍ଷର ହୋଇଥିବାବେଳେ ୬ ଜଣ ନିରକ୍ଷର ବୋଲି ସେମାନଙ୍କ ସତ୍ୟପାଠ ବିଶ୍ଳେଷଣ କରିବା ପରେ ଜଣାପଡ଼ିଛି। ଧନୀ


Enter your email to get our daily news in your inbox.

All Right Reserved By Dharitri.Com

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri