Posted inଖେଳ

ପ୍ରଜ୍ଞାନ ଓଝାଙ୍କ ଅବସର

ହାଇଦ୍ରାବାଦ,୨୧।୨(ପି.ଟି.)- ରାଜ୍ୟ ତଥା ଦେଶ ପାଇଁ ବହୁ ସଫଳତା ଆଣିଥିବା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୩୩ ବର୍ଷୀୟ ବାମହାତୀ ସ୍ପିନର ହାଇଦ୍ରାବାଦ୍‌ ପାଇଁ ଖେଳି ସୁନାମ ଅର୍ଜନ କରିବା ପରେ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ସେ ୨୦୦୫ରେ ରେଲ୍‌ଓ୍ବେ ବିପକ୍ଷରେ ରଣଜୀ ପଦାର୍ପଣ କରିଥିଲେ। ପରେ ସେ ହାଇଦ୍ରାବାଦ ଛାଡ଼ି ବେଙ୍ଗଲ ଓ ବିହାର ପକ୍ଷରୁ ମଧ୍ୟ ଖେଳିଥିଲେ। ସେ ୧୦୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୪୨୪ ଉଇକେଟ ନେଇଛନ୍ତି। ଭୁବନେଶ୍ୱରରେ ଜନ୍ମିତ ଓଝା ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଟେଷ୍ଟ ପଦାର୍ପଣ ମ୍ୟାଚ୍‌ ଖେଳିଥିଲେ। ମୋଟ ୨୪ ଟେଷ୍ଟ ଖେଳିଥିବା ଓଝା ୧୧୩ ଉଇକେଟ ନେଇଥିଲେ। ୭ ଥର ଇନିଂସରେ ୫ ଉଇକେଟ ସଫଳତା ପାଇଥିଲେ। ଟେଷ୍ଟ ବ୍ୟତୀତ ଭାରତ ପାଇଁ ୧୮ ଦିନିକିଆ ଓ ୬ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଏକଦା ପଞ୍ଚମ ସ୍ଥାନ ଅକ୍ତିଆର କରିଥିଲେ। ଆଉ ଆଇପିଏଲରେ ପର୍ପଲ କ୍ୟାପ ଜିତିବାରେ ସେ ପ୍ରଥମ ବୋଲର। ଏହା ଥିଲା ତାଙ୍କ କ୍ୟାରିୟରର ଉଲ୍ଲେଖନୀୟ ଘଟଣା। ମୁଁ ଏବେ କମେଣ୍ଟ୍ରି କରିବାକୁ ଚାହୁଁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ମୋ ପୁଅ ୟୋହାନ ସହ ସମୟ ବିତାଇବି ବୋଲି ଓଝା କହିଛନ୍ତି। ସମୟ ଆସିଯାଇଛି ଜୀବନର ଏକ ପର୍ଯ୍ୟାୟ ଶେଷ କରିବାର। ଯେଉଁ ଭଲପାଇବା ଓ ସମର୍ଥନ ପାଇଛି, ତାହା ମନେ ରହିବ ଓ ମୋତେ ଅନୁପ୍ରାଣିତ କରିବ ବୋଲି ଓଝା ଟୁଇଟ୍‌ କରି ଲେଖ୍‌ତ୍ଛନ୍ତି। ଦଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ମୋ ସ୍ବପ୍ନ ଥିଲା। ମୁଁ କେତେ ଭାଗ୍ୟବାନ, ତାହା ବାଖ୍ୟା କରିବା ଲାଗି ମୋ ପାଖରେ ଶଦ୍ଧ ନାହିଁ। ମୋ ସ୍ବପ୍ନ ପୂରା କରିଛି। ଦେଶ ବାସୀଙ୍କଠାରୁ ଭଲ ପାଇବା ଓ ସମ୍ମାନ ପାଇଛି। ଜଣେ କ୍ରୀଡ଼ାବିତ ପାଇଁ ଏହାଠାରୁ ଆଉ କ’ଣ ବଡ଼ ସଫଳତା। କ୍ୟାରିୟରରେ ବହୁ ଉତ୍‌ଥାନ ଓ ପତନ ଦେଇ ଗତି କରିଛି। ଜଣେ କ୍ରୀଡ଼ାବିତ ପାଇଁ କଠିନ ପରିଶ୍ରମ ଓ ନିଷ୍ଠାର ଫଳାଫଳ ହିଁ ସବୁକିଛି ନୁହେଁ। ଟିମ୍‌ ମ୍ୟାନେଜମେଣ୍ଟ, ଦଳୀୟ ସଦସ୍ୟ, କୋଚ୍‌, ଟ୍ରେନର ଓ ପ୍ରଶଂସକଙ୍କ ବିଶ୍ୱାସ ମଧ୍ୟ ଦରକାର। ପ୍ରଜ୍ଞାନ ବିସିସିଆଇ, ଏଚ୍‌ସିଏ, ସିଏବି, ବିହାର ସିଏ ଓ ଆଇପିଏଲ ଦଳ ଡେକାନ ଚାଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପ୍ରତି ଧନ୍ୟବାଦ୍‌ ଦେଇଛନ୍ତି। ଏହା ବ୍ୟତୀତ ଓଝା ସିନିୟର ଓ ସାଥି ଖେଳାଳିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭିଭିଏସ୍‌ ଲକ୍ଷ୍ମଣ ମୋତେ ସାନ ଭାଇ ଭଳି ଭଲ କ୍ରୀଡ଼ାବିତ ହେବାରେ ସାହାଯ୍ୟ କରିଥିଲେ। ହରଭଜନ ସିଂ ମୋତେ ସବର୍ଦା ପରାମର୍ଶ ଦିଅନ୍ତି ଓ ମହେନ୍ଦ୍ର ସିଂ ଧୋନୀ ମୋତେ ଟିମ୍‌ ଇଣ୍ଡିଆର କ୍ୟାପ ପିନ୍ଧିବାକୁ ସୁଯୋଗ ଦେଇଥିଲେ। ରୋହିତ ଶର୍ମା ଓ ମନୋଜ ତିଓ୍ବାରୀଙ୍କ ସହ ମୋର ବହୁ ସ୍ମୃତି ରହିଛି, ଯାହା ଆଜୀବନ ମନେ ରହିବ। ଶେଷରେ ସଚିନ ତେନ୍ଦୁଲକରଙ୍କଠାରୁ ଟେଷ୍ଟ କ୍ୟାପ ପାଇବା ଓ ୧୦୦ ଉଇକେଟ ଅଧିକାରୀ ହେବା ମୋ ପାଇଁ ସବୁଠୁ ବଡ଼ ସଫଳତା। ଦେଶରେ କ୍ରିକେଟର ଉନ୍ନତି ଲାଗି ନିଜ ଦକ୍ଷତା ଅନୁଯାୟୀ କାର୍ଯ୍ୟ କରିବି ବୋଲି ବିସିସିଆଇକୁ ପଠାଇଥିବା ଇସ୍ତଫା ପତ୍ରରେ ଓଝା ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri