ପକ୍ଷାଘାତରେ ପୀଡ଼ିତ ଶୁକଦେବ: ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ଦେବକୀ

 

ଲୋଇସିଂହା, ୨୧।୧୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ଗଁାର ଶୁକଦେବ ପଧାନ(୪୫)। ସେ ବନେ ବଛରକେତେ ହେଲା ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଥିଲାବେଲେ ମାଏକିନା ଦେବକୀ କିଡ୍‌ନୀ ରୋଗ୍‌ରେ ବୁର୍ଲା ବଡ଼ ଡାକ୍‌ତରଖାନାରେ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଡାକ୍‌ତର ଦେବକୀକଁର ଉଚ ଚିକିଛା ଲାଗି କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଛନ୍‌। ହେଲେ ଟଁକା ପଏସା ଅଭାବୁ ପରିବାର ଲୋକ ତାହାକୁ କଟକ ନେଇ ନାଇଁପାରବାର। ଗଁାବାସୀକର ଚଁାଦାଭେଦାରେ ଦେବକୀ ଏହେଦେ ବୁର୍ଲା ବଡ଼ ଡାକ୍‌ତରଖାନାରେ ଚିକିଛିତ ହେଉଛନ୍‌।
ସୂଚନା ଅନ୍‌ସାରେ ଯୋଗୀସର୍ଡ଼ା ଗଁାର ଶୁକଦେବକଁର ପରିବାର କହେଲେ ମାଏକିନା ଦେବକୀ ଆର ଦୁଇ ପୁଓ ରାହୁଲ, ରୋହନକେ ନେଇ ସଁସାର। ଶୁକଦେବ କୁଲିମଜୁରି କରି କୁଟୁମ ପୁଷୁଥିଲେ। ହେଲେ ଆଏଜ୍‌କେ ୫ ବଛର ତଲେ ସେ ପକ୍ଷାଘାତ ରୋଗ୍‌ରେ ପଡ୍‌ଲେ। ବହୁତ ଟଁକା ପଏସା ଖରଚ୍‌ କଲା ଉତାରୁ ବି କିଛି ଲାଭ ନାଇଁ ହେଲା। ଗୁଟେ ବାଡ଼ି ସାହାଯ୍‌ରେ ସେ ବଡ଼ା କଷ୍‌ଟେ ଚାଲବୁଲ କରୁଛନ୍‌। ଏନ୍‌ତାଥି ପରିବାରର ବୋଝ୍‌ ଦେବକୀକଁର ଉପରେ ପଡ଼ିଥିଲା। ସେ କୁଲିମଜୁରି କରି ୪ ପରାନୀ କୁଟୁମ ପୁଷ୍‌ବାର ସଂଗେ ଆପ୍‌ନେ ଶୁକଦେବକଁର ଉଷୋକଷା, ଛୁଆପିଲାକର ପାଠ୍‌ପଢ଼ା ଖରଚ୍‌ ତୁଲଉଥିଲେ। ହେଲେ ଦୁଖର କଥା ଦୁଇ ହପ୍‌ତା ତଲେ ଦେବକୀକଁର ଦିହିପା ବିଗ୍‌ଡ଼ି ଝାଡ଼ା ହେଇଥିଲା। ପରିବାର ଲୋକ ତାହାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭରତି କଲେ। ହେଲେ ସେଠାନେ ଅବସ୍‌ତା ନାଇଁ ସୁଧିରଲାରୁ ପରିବାର ଲୋକ୍‌ ତାହାକୁ ବୁର୍ଲା ନେଲେ। ବୁର୍ଲାରେ ଡାକ୍‌ତର ପରୀକ୍ଷା ନିରୀକ୍ଷା କଲାରୁ ଦେବକୀ କିଡ୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ଏହେଦେ ବୁର୍ଲା ଡାକ୍‌ତର ଉଚ ଚିକିଛା ଲାଗି ଦେବକୀକୁଁ କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଛନ୍‌। ହେଲେ ଟଁକା ପଏସା ଅଭାବୁ ପରିବାର ଲୋକ ଦେବକୀକୁଁ କଟକ ନେଇ ନାଇଁପାରବାର। ଇ କଥା ଜାନଲାରୁ ଗଁାବାସୀ ୨୨ ହଜାର ଟଁକା ଚଁାଦାଭେଦା କରି ତାକର ଲାଗେଲେସର ହାତେ ବୁର୍ଲା ପଠେଇଛନ୍‌। ହେଲେ ଇ ଟଁକା ବି ଚିକିଛା ଲାଗି ଅଭାବ ପଡୁଛେ। ଏହେଦେ ଦେବକୀ ଟଁକା ପଏସା ଅଭାବୁ ବୁର୍ଲା ବଡ଼ ଡାକ୍‌ତରଖାନାରେ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଇ କଥାଟା ପରିବାର ଲୋକ୍‌ ତାକର ଦୁଇ ନାବାଲକ ପୁଓକୁ ଲୁକେଇକରି ରଖିଛନ୍‌। ରାଏଜ୍‌ ସରକାର ଆର ଜିଲା ପରଶାସନ ଇ ଦୁଖି ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ମାହାଲିଆ ଚିକିଛା ସୁବିଧା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡିଆକୁଁ ପଚ୍‌ରାଲାରୁ ସରକାରୀ ଡାକ୍‌ତରଖାନାରେ ଯେହେତୁ ଚିକିଛିତ ହେଉଛନ୍‌ ସେ ନିହାତି ଭାବେ ସରକାରକଁର ତରଫୁ ମିଲୁଥିବାର ସୁବିଧା ପାଉଥିବେ। ମୁଇଁ ଇ ବାବ୍‌ଦେ ଜିଲାପାଳକଁର ସଂଗେ କଥା ହେଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ କିଛି ସାହାଯ୍‌ର ବେବସ୍‌ତା କରମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri