ପକ୍ଷାଘାତରେ ପୀଡ଼ିତ ଜଟାଧାରୀ: କଳାକାର ଭତାରୁ ବଁଚିତ୍‌ ଅଭିଯୋଗ

ଅତାବିରା, ୭।୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର କଳା, ସଂସ୍କୃତିକେ ବଁଚେଇ ରଖବାର ଲାଗି ପୋରଛାହନ୍‌ ଯୁଗେଇ ଦେଉଛନ୍‌। ସେନ୍‌ତା ୫୦ ବଛର୍‌ରୁ ଅଧ୍‌କା ହେଉଥିବାର କଳାକାରମାନକୁ ଭତା ଦେଉଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର କଳାକାର ଭତା ପାଏବାରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ। ବରଗଡ଼ ଜିଲା ଭେଡ଼େନ ବ୍ଲକ ବଡ଼ପିପିଲି ଗଁାରେ।
ସୂଚନା ଅନ୍‌ସାରେ ବଡ଼ପିପିଲି ଗଁାର ଜଟାଧାରୀ ପ୍ରଧାନ(୭୦)। ସେ ଅଂଚଲର ଝନେ ନଁାକରା ପାଲା, ସଂକିରତନ୍‌ ଗାହାକ୍‌। କଳା ପଦରଶନ କରି ସେ ଅନେକ ଜାଗାରେ ସନାମନା ବି ହେଇଛନ୍‌। ଏହେଦେ ସେ ବଏସ୍‌ର ଶେଷ ମୁଡ଼ସାକେ ପୁହୁଁଚିଥିଲାବେଲେ କଳାକାର ଭତାର ଲାଗି ବାରବାର ଆବେଦନ କରି ନିରାଶ ହେଇଛନ୍‌। ଆଏଜ୍‌କେ ୯ ମାସ ହେଲା ଜଟାଧାରୀ ପକ୍ଷାଘାତ ରୋଗ୍‌ରେ ପଡ଼ି ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଭାତା ବାବ୍‌ଦେ ତାହାକୁ ପଚ୍‌ରାଲାରୁ କଳାକାର ଭତାର ଲାଗି ଦରକାରି କାଗଜପତର ଭେଡ଼େନ ତହସିଲରୁ ଆନିଥିଲି। ସେ ଗାଜପତର ଭେଡ଼େନ ବ୍ଲକ କଳାକାର ସଂଘ ଜରିଆରେ ବରଗଡ଼ ଜିଲା କଳା ଓ ସଂସ୍କୃତି ବିଭାଗକେ ଦେଇ ଭତାର ଲାଗି ଆବେଦନ କରିଥିଲି। ହେଲେ ଆଏଜ୍‌ତକ ଭତା ନୁହେମିଲେ ବଲି ସେ ମନ୍‌ଦୁଖ କରି କହିଥିଲେ। ଇ ଦିଗେ ଜିଲା କଳା ଓ ସଂସ୍କୃତି ବିଭାଗ ଦୁରୁଷ୍‌ଟି ଦେଇ ଭତା ଯୁଗେଇ ଦେବାକେ ସେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍‌।