ନୟାପଲ୍ଲୀରେ ଏଥର, ‘ପଦ୍ମାବତୀ ପ୍ୟାଲେସ୍‌

ଭୁବନେଶ୍ୱର,୫|୯(ବ୍ୟୁରୋ) – ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ। ଧୂମ୍‌ଧାମରେ ମା’ଙ୍କୁ ସ୍ବାଗତ କରିବା ପାଇଁ ସମସ୍ତ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସଜବାଜ। ଏଥିପାଇଁ ପ୍ରତିଦ୍ବନ୍ଦୀତା ମଧ୍ୟ ଜୋର ଧରିଛି। ମଣ୍ଡପଗୁଡିକରେ ତୋରଣ ଓ ମୂର୍ତ୍ତି ନିର୍ମାଣ କାମ ପ୍ରାୟତଃ ଶେଷ ହୋଇଥିବାବେଳେ ଚୂଡାନ୍ତ ରୂପ ଦେବାକୁ ଚାଲିଛି ଜୋରଦାର ପ୍ରସ୍ତୁତି। ଏହି ପରମ୍ପରାରେ ନିଜକୁ ସାମିଲ କରିଛି ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ପୂଜାମଣ୍ଡପ ନୟାପଲ୍ଲୀ। ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ପାର୍ଶ୍ୱବର୍ତ୍ତୀ ମୂର୍ତ୍ତି ଓ ତୋରଣ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୁଜରାଟର ‘ପଦ୍ମାବତୀ ପ୍ୟାଲେସ୍‌’ ଆକୃତିର ତୋରଣ ଏଥର ନୟାପଲ୍ଲୀରେ ଶୋଭାପାଇବାକୁ ଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି, ମେଢ଼, ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପୂଜାମଣ୍ଡପର ଅନନ୍ୟ ଆକର୍ଷଣ ମଧ୍ୟରେ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏଥର ପୂଜାକୁ ପ୍ରଦୂଷଣ ଓ ପ୍ଲାଷ୍ଟିକ୍‌ମୁକ୍ତ କରିବ ନୟାପଲ୍ଲୀ।
ରାଜଧାନୀରେ ୩୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରିଆସୁଥିବା ନୟାପଲ୍ଲୀ ଦୁର୍ଗାପୂଜା ସମିତି ଚଳିତବର୍ଷ ମଧ୍ୟ ଆଖି ଝଲସାଇଦେବା ଭଳି ସାଜସଜ୍ଜା କରିବ। ଏଥର ବି ତୋରଣ ଏଠାକାର ପ୍ରମୁଖ ଆକର୍ଷଣ ସାଜିବ। ଗୁଜରାଟର ପ୍ରସିଦ୍ଧ ପଦ୍ମାବତୀ ପ୍ୟାଲେସ ଆକୃତିର ତୋରଣ ଲୋକେ ପ୍ରତ୍ୟକ୍ଷଭାବେ ଏଠାରେ ଦେଖିବାକୁ ପାଇବେ। ୧୨୦ ଫୁଟ ଓସାର ଏବଂ ୮୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ତୋରଣ ଶଙ୍ଖ, ଗୁଆ, ଶାମୂକା ଓ ସନ୍‌ପେକରେ ପ୍ରସ୍ତୁତ ହେବ। ମଣ୍ଡପର ଭିତର ପାର୍ଶ୍ୱରେ ବିଭିନ୍ନ ଦେବଦେବୀଙ୍କର କାରୁକାର୍ଯ୍ୟ ରହିବ। ତୋରଣ ନିର୍ମାଣ ପାଇଁ କଲିକତା ଏବଂ ଓଡ଼ିଶାର ୬୦ରୁ ଅଧିକ କାରିଗର ନିୟୋଜିତ ହୋଇଥିବା ବେଳେ ୧୯ ଫୁଟର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଅନ୍ୟତମ ଆକର୍ଷଣ ସାଜିବ। ପ୍ରଦୂଷଣମୁକ୍ତ ପୂଜାପାଇଁ ମୂର୍ତ୍ତିରେ ରସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗର ବ୍ୟବହାର କରାଯିବ। କଲିକତାରୁ ୧୨ଜଣ କାରିଗର ଆସି ଏହି ମୂର୍ତ୍ତି ତିଆରି କରୁଥିବା ବେଳେ ଏଥର ମେଢ଼ରେ ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟର ଝଲକ ଦେଖିବାକୁ ମିଳିବ। ରଙ୍ଗିନ ଆଲୋକମାଳାରେ ମଣ୍ଡପକୁ ଝଲସାଇବା ପାଇଁ ଏଲ୍‌ଇଡି ଲାଇଟ୍‌ରେ ସାଜସଜ୍ଜା କରାଯିବ। ୬ଟି ଏଲ୍‌ଇଡି ଲାଇଟ୍‌ ଗେଟ୍‌ ଲଗାଯିବା ସହ ୧୫୦ରୁ ଊର୍ଦ୍ଧ୍ୱ ଷ୍ଟ୍ରକଚର ଲାଇଟ୍‌ ବୋର୍ଡ ଖଞ୍ଜାଯିବ। ଭକ୍ତଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେଇଛି ସମିତି। ସମସ୍ତ କାର୍ଯ୍ୟ ଉପରେ ତୀକ୍ଷ୍ମ ନଜର ରଖିବାକୁ ସିସିଟିଭି କ୍ୟାମେରା ଲଗାଯିବ। ମଣ୍ଡପ ଭିତରେ ଓ ବାହାରେ ୩୦ଟି କ୍ୟାମେରା ଖଞ୍ଜାଯିବ। ଏହାବ୍ୟତୀତ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ୍‌ ପୋଲିସ୍‌ଙ୍କ ସହ ୨୫୦ ଯୁବ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ମହିଳାଙ୍କ ସୁରକ୍ଷା ପାଇଁ ୧୦୦ ମହିଳା ସ୍ବେଚ୍ଛାସେବୀ ରହିବେ। ଦମକଳ ଗାଡି ସହ ଆମ୍ବୁଲାନ୍ସ ଓ ଫାଷ୍ଟ୍‌ଏଡ୍‌ ସୁବିଧା ରହିବ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri