ନୟାଗଡ଼ ସହରରେ ବିଶୋଧନ

ନୟାଗଡ ଅଫିସ,୪|୪:କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ନୟାଗଡ ସହରରେ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ବିଶୋଧନ କରାଯାଇଛି। ସହରର ଟ୍ରାଫିକ ଛକଠାରୁ ଜିଲା ମୁଖ୍ୟ ପୋଷ୍ଟ ଅଫିସ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ, ଖଣ୍ଡପଡା ରୋଡରେ ଏଲଆଇସି ଅଫିସ ସମ୍ମୁଖ ଏବଂ ଓଡ଼ଗାଁ ରାସ୍ତାରେ ମହିଳା ସମବାୟ ବ୍ୟାଙ୍କ ପର୍ଯ୍ୟନ୍ତ ବିଶୋଧନ କରାଯାଇଛି । ସେହିଭଳି ଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟ, ଏସପିଙ୍କ କାର୍ଯ୍ୟାଳୟ ଓ ନୟାଗଡ ପୋଲିସ ଟ୍ରେନିଂ ସ୍କୁଲ ପରିସର ଅନୁରୂପ ଭାବେ ବିଶୋଧନ କରାଯାଇଛି ।