ନୟାଗଡ଼ ଜିଲାରେ ପାସ୍‌ ହାର ୭୨ ପ୍ରତିଶତ

ନୟାଗଡ଼ ଅଫିସ,୨୨।୫-ମାଟ୍ରିକ୍‌ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ନୟାଗଡ଼ ଜିଲାରେ ପାସ୍‌ ହାର ୭୧.୮୫ ପ୍ରତିଶତ ରହିଛି। ୫୨ ଜଣ ଏ-୧, ୩୯୮ ଏ-୨, ୮୨୫ ବି-୧, ୧୩୮୮ ବି-୨, ୨୦୬୦ ଜଣ ସି, ୨୮୫୭ ଡି, ୨୨୯୭ ଜଣ ଇ ଗ୍ରେଡ଼ରେ କୃତକାର୍ଯ୍ୟ ହୋଇଛନ୍ତି। ଜିଲାର ୨୩୫ ହାଇସ୍କୁଲର ୧୩,୯୦୨ ଜଣ ଛାତ୍ରୀଛାତ୍ର ଫର୍ମ ଫିଲପ୍‌ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୭୫ କେନ୍ଦ୍ରରେ ୧୩,୭୫୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ମାଲପ୍ରାକ୍ଟିସ(ଏମ୍‌ପି) ହୋଇଥିବା ବେଳେ ଅବଶିଷ୍ଟ ୧୩୭୪୭ ଜଣଙ୍କ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୯୮୭୭ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୩୮୭୦ ଜଣ ଏଫ ଗ୍ରେଡ଼୍‌ ପାଇ ଅକୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟ ହୋଇଥିବା ଛାତ୍ରୀଙ୍କ ସଂଖ୍ୟ ୫୦୬୩ ଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୪୮୧୪। ଚଳିତବର୍ଷ ପାସ୍‌ ହାର କମିଥିବା ବେଳେ ଏ-୧ ଗ୍ରେଡ଼ ଛାତ୍ରୀଛାତ୍ରଙ୍କ ସଂଖା ମଧ୍ୟ କମିଯାଇଛି। ଗତବର୍ଷ ଜିଲାରେ ପାସ୍‌୍‌ ହାର ୭୪ ପ୍ରତିଶତ ହୋଇଥିବା ବେଳେ ୬୦ ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ଼୍‌ ପାଇଥିଲେ। ଚଳିତ ବର୍ଷ ପାସ୍‌ ହାର ୭୨ ପ୍ରତିଶତ ରହିଥିବା ବେଳେ ୫୨ ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ଼ ପାଇଛନ୍ତି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଘରୋଇ ବିଦ୍ୟାଳୟ ବାଜିମାତ୍‌ କରିଥିବା ଜଣାପଡ଼ିଛି। ୫୨ ଜଣ ଏ-୧ ଗ୍ରେଡ୍‌ ପାଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୫ ଜଣ ପିିଲା ଘରୋଇ ବିଦ୍ୟାଳୟର ବୋଲି ଜଣାପଡ଼ିଛି।
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୨୩୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ ଏ-୧, ୪୫ ଜଣ ଏ-୨, ୫୫ ଜଣ ବି-୧, ୫୮ ଜଣ ବି-୨, ୩୪ ଜଣ ସି , ୧୮ ଜଣ ଡି ଓ ୪ ଜଣ ଇ ଗ୍ରେଡ଼୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ନୟାଗଡ଼ ସହରସ୍ଥିତ ବଜେନ୍ଦ୍ର ହାଇସ୍କୁଲରେ ୧୫୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୬ ଜଣ ଏ-୨, ୯ ଜଣ ବି-୧, ୮ ଜଣ ବି-୨, ୬ ଜଣ ସି, ୧୩ ଜଣ ଡି, ୬ ଜଣ ଇ ଗ୍ରେଡ଼ରେ କୃତକାର୍ଯ୍ୟ ହୋଇଛନ୍ତି। ଏନ୍‌ଏସି ହାଇସ୍କୁଲରେ ୮୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୨ ଜଣ ଏ-୨, ୩ ଜଣ ବି-୧, ୧୮ ଜଣ ବି-୨, ୨୬ ଜଣ ସି, ୨୦ ଜଣ ଡି ଓ ୭ ଜଣ ଇ ଗ୍ରେଡ଼ରେ କୃତକାର୍ଯ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ କବିସୂର୍ଯ୍ୟ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ…

୭ରୁ ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ, ଏଥର ମହିଳା ଆଇନଜୀବୀଙ୍କ ପାଇଁ ରହିଛି…

ଭଞ୍ଜନଗର,୫ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ ମାର୍ଚ୍ଚ ୨୮ରେ ହେବ। ଏଥିପାଇଁ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ସମୟ…

ଗାଁ ଯାତ୍ରା ଦେଖିବାକୁ ଭଉଣୀକୁ ଆଣିବା ପାଇଁ ଯାଇଥିଲେ ଭାଇ, ରାସ୍ତାରେ ଛକିଥିଲା ଯମ, ଘଟିଲା…

ପରଜଙ୍ଗ,୫ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର କୁମୁସିସ୍ଥିତ ମାଧିଆ ରଗୁଡ଼ି ପାଖରେ ଅନୁଗୋଳରୁ ପଣ୍ଡୁଆ ଯାଉଥିବା…

ଭୁଲ୍ ଚିକିତ୍ସା ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ, ଡାକ୍ତର ଇଞ୍ଜେକ୍ସନ ଦେବା ପରେ ଦେହ କଳା…..

ବୌଦ୍ଧ,୫।୩( ଅଜିତ କୁମାର ବାରିକ): ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବୌଦ୍ଧ ଜିଲାରୁ…

ଦିଗପହଣ୍ଡିରେ ନିର୍ମାଣ ହେବ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରି…

ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାର ଚାଞ୍ଚଡ଼ାପଲ୍ଲୀ ଛକରେ ଶ୍ରୀଜଗନ୍ନାଥଙ୍କ ନୂଆ ମନ୍ଦିର ନିର୍ମାଣ ନିମନ୍ତେ ଚୈତ୍ର କୃଷ୍ଣପକ୍ଷ ଦ୍ୱିତୀୟା ଗୁରୁବାର ମଧ୍ୟାହ୍ନରେ ଭିତ୍ତିପ୍ରସ୍ତର…

ଆସିକା ଏମ୍‌ପିଙ୍କ ଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ, ଏହି ଅବସରରେ ଅଞ୍ଚଳର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମମାନଙ୍କୁ ଦିଆଗଲା…

ପୁରୁଷୋତ୍ତମପୁର,୫।୨ (ସବିତା ମିଶ୍ର) : ଯେଉଁ ମହାପୁରୁଷଙ୍କ ଲାଗି ଆଜି ଆାମେ ବ୍ରିଟିଶ କବଳରୁ ମୁକ୍ତହୋଇ ସ୍ବାଧିନ ଭାରତୀୟ ବୋଲି ଗର୍ବ କରୁଛେ ସେଭଳି ମହାନ ପୁରୁଷ…

ବିଜୁବାବୁଙ୍କ ନିର୍ଭୀକ ନେତୃତ୍ୱକୁ ନେଇ ନେତା କହିଲେ…

ପାଟଣା,୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ୧୧୦ତମ ବିଜୁ ଜୟନ୍ତୀ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ସନ୍ନିକଟ କଲ୍ୟାଣମଣ୍ଡପଠାରେ ବିଜେଡି ତରଫରୁ ଗୁରୁବାର…

ଦିନଦ୍ୱିପ୍ରହରରେ ଭଞ୍ଜନଗର କୋର୍ଟ ଆଗରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ଖେଳିଗଲା ଆତଙ୍କ

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଦିନଦ୍ୱିପ୍ରହରରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ବୁଦୁଲୀର ଅଶୋକ ସାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri