Posted inଖେଳ

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଆର୍ଚର ଓହରିଲେ

ଲଣ୍ଡନ, ୧୮।୫(ପି.ଟି.)-କହୁଣିରେ ପୁଣି ଯନ୍ତ୍ରଣା ଅନୁଭବ କରିବାରୁ ଇଂଲଣ୍ଡ ଫାଷ୍ଟ ବୋଲର ଜୋର୍ଫା ଆର୍ଚର ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି। ଆହତ ସମସ୍ୟା ଯୋଗୁ ସେ ଅଧାରୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମଧ୍ୟ ଖେଳିପାରି ନ ଥିଲେ। ଦୀର୍ଘଦିନଧରି କ୍ରିକେଟରୁ ଦୂରେଇ ରହିବାପରେ ୨୬ ବର୍ଷୀୟ ଆର୍ଚର ନିଜ କାଉଣ୍ଟି ଦଳ ସସେକ୍ସ ପକ୍ଷରୁ ସରେ ବିପକ୍ଷରେ ଖେଳି ୨୯.୨ ଓଭର ବୋଲିଂ କରିଥିଲେ ତେବେ ସେ କେଣ୍ଟ ବିପକ୍ଷ ମ୍ୟାଚରେ ମାତ୍ର ୫ ଓଭର ବୋଲିଂ କରି ଡାହାଣ କହୁଣିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ସେ ଅନ୍ତିମ ଦୁଇଦିନ ବୋଲିଂ କରିପାରି ନ ଥିଲେ। ଫଳରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଥିବା ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ପ୍ରକାଶ କରାଯାଇଛି। ଆର୍ଚର ନିଜେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଫିଟ୍‌ ବୋଲି ଘୋଷଣା କରିଥିଲେ। ଏହି ସିରିଜ ଜୁନ୍‌ ୨ରେ ଲଣ୍ଡନରେ ଆରମ୍ଭ ହେବ। ମାତ୍ର କହୁଣିରେ ସାନି ଯନ୍ତ୍ରଣା ତାଙ୍କର ଏବଂ ଇଂଲଣ୍ଡର ଯୋଜନାରେ ବାଧା ପହଞ୍ଚାଇଛି। କ୍ରିକେଟ ବୋର୍ଡ ଆର୍ଚରଙ୍କ ଚିକିତ୍ସା ଉପରେ ଧ୍ୟାନ ଦେଉଛି। ଇଂଲଣ୍ଡ ଏବଂ ସସେକ୍ସ ମେଡିକାଲ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି। ଚଳିତ ସପ୍ତାହ ଶେଷରେ ତାଙ୍କ ଆଘାତପ୍ରାପ୍ତ କହୁଣିରେ କେଉଁଭଳି ଚିକିତ୍ସା ଆବଶ୍ୟକ ତାହା ସ୍ଥିର ହେବ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଦଳ ମଙ୍ଗଳବାର ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଟେଷ୍ଟ କ୍ରିକେଟରେ ଏବେ ବି ବହୁତ କିଛି ପ୍ରମାଣ କରିବାର ଅଛି’ ଯଶପ୍ରୀତ ବୁମରାଙ୍କ ସମ୍ପର୍କରେ ଏମିତି କହିଲେ ପାକିସ୍ତାନ କ୍ରିକେଟର

ନୂଆଦିଲ୍ଲୀ,୨୯।୧୦: ଯେତେବେଳେ ଜସପ୍ରୀତ ବୁମରାଙ୍କ ହାତରେ ବଲ ଥାଏ, ସେତେବେଳେ ଶ୍ରେଷ୍ଠ ବ୍ୟାଟରମାନଙ୍କ ପାଇଁ ମଧ୍ୟ ରନ ସଂଗ୍ରହ କରିବା କଷ୍ଟକର ହୋଇପଡ଼େ। ନିଜର ଦମଦାର ବୋଲିଂ…

ଅଧିନାୟକ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦଳରେ ଯୋଗ ଦେବାକୁ ପଡ଼ିବ; ଅଶ୍ୱିନ ଦେଲେ ବଡ଼ ବୟାନ, ହେଲାଣି ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୯।୧୦: ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ମୁମ୍ବାଇ ଇଣ୍ଡିଆନ୍ସ ସହିତ ନିଜର ଯାତ୍ରା ଜାରି ରଖିବେ, ନା ତାଙ୍କୁ ଏକ ନୂତନ ଦଳର ଜର୍ସିରେ ଦେଖିବାକୁ ମିଳିବ? ଆଗାମୀ…

IPL 2027 ପୂର୍ବରୁ, ମୁମ୍ବାଇ ଇଣ୍ଡିଆନ୍ସ କଲା ବଡ଼ ପରିବର୍ତ୍ତନ, ମାଲିଙ୍ଗାଙ୍କ ସମେତ ୩ ପ୍ରମୁଖ ବ୍ୟକ୍ତିଙ୍କ ସହ ହଠାତ ସମ୍ପର୍କ ଛିନ୍ନ

ନୂଆଦିଲ୍ଲୀ,୨୯।୧୦: IPL 2027 ପୂର୍ବରୁ, ମୁମ୍ବାଇ ଇଣ୍ଡିଆନ୍ସ ନିଜର କୋଚିଂ ଷ୍ଟାଫରେ ପରିବର୍ତ୍ତନ କରିଛି ଏବଂ ତିନିଜଣ କୋଚଙ୍କ ସହ ସମ୍ପର୍କ ବିଚ୍ଛିନ୍ନ କରିଛି। ଏମାନଙ୍କ ମଧ୍ୟରେ…

ଚତୁର୍ଥ ଟି-୨୦ରୁ ବୈଭବଙ୍କୁ ବାହାର କରିବାକୁ ପଡିବ? କାହିଁକି ଏପରି କହିଲେ ଅଶ୍ୱିନ, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପରବର୍ତ୍ତୀ ମୁକାବିଲା ଏବେ ଅକଲାଣ୍ଡରେ ଖେଳାଯିବ। ଶୁକ୍ରବାର, ଅକ୍ଟୋବର ୩୦ ତାରିଖରେ ଉଭୟ ଦଳ ଚତୁର୍ଥ…

ପ୍ରଥମ ଥର କରୱା ଚୌଥ ବ୍ରତ ପାଳନ କଲେ ଶିଖର ଧୱନଙ୍କ ପତ୍ନୀ; କହିଲେ, ‘ମୁଁ ବହୁତ ଭାଗ୍ୟଶାଳୀ’

ନୂଆଦିଲ୍ଲୀ,୨୯।୧୦: ଆଜି ହେଉଛି କରୱା ଚୌଥ ପର୍ବ, ଯେଉଁ ଦିନ ପତ୍ନୀମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ…

Video: ଆରସିବି (RCB) ତାଙ୍କୁ କିଣିବା ମାତ୍ରେ ହୋଟେଲ ରୁମାର ଏମିତି ନାଚିଲେ ଶ୍ରେୟଙ୍କା ପାଟିଲ , ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୯।୧୦: ବୁଧବାର କୋଚିରେ ‘ୱିମେନ୍ସ ପ୍ରିମିୟର ଲିଗ’ (WPL) ର ପଞ୍ଚମ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପାଞ୍ଚଟି ଦଳ ମୋଟ ୨୭…

ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ ଏମିତି କାମ କଲେ ଶୁଭମନ ଗିଲ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ (ODI) ସିରିଜ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଭାରତୀୟ ଅଧିନାୟକ…

ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୯ା୧୦: ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଏହି ପ୍ରଶ୍ନର ଉତ୍ତରରେ ଅନେକ କ୍ରିକେଟରଙ୍କ ନାଁ ସାମ୍ନାକୁ ଆସିପାରେ। କିନ୍ତୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଦିନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?