ନ୍ୟାୟ ଦାବିରେ ବିଛିନ୍ନାଞ୍ଚଳବାସୀଙ୍କ ପ୍ରଜାମେଳି

କୋରୁକୋଣ୍ଡା/ଚିତ୍ରକୋଣ୍ଡା, ୧୧।୧୨ (ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନାଞ୍ଚଳରେ ପୁଣିଥରେ ବିଛିନ୍ନାଞ୍ଚଳବାସୀ ଏକତ୍ରିତ ହୋଇ ପ୍ରଜାମେଳି କରିଥିବା ଦେଖିବାକୁ ମିଳିଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡରାପାଲି ପଞ୍ଚାୟତର ଆରାପଦର ଗ୍ରାମରେ ହୋଇଥିଲା। ବିଛିନ୍ନାଞ୍ଚଳର ୭ଟି ପଞ୍ଚାୟତର ହଜାର ହଜାର ଲୋକେ ଏହି ପ୍ରଜାମେଳି କରି ନିଜର ନ୍ୟାୟ ଓ ସେମାନଙ୍କ ହକ ପାଇଁ ନିଜର ସ୍ବର ଉତ୍ତୋଳନ କରିଥିଲେ। ବିଛିନ୍ନାଞ୍ଚଳବାସୀଙ୍କ କହିବାନୁଯାୟୀ ପୂର୍ବରୁ ବାତ୍ୟାରେ ଯାହା ସେମାନଙ୍କର କ୍ଷତିଗ୍ରସ୍ତ ହୋଇଥିଲା, ସରକାର ସେମାନଙ୍କର କ୍ଷତିପୂରଣ ବାବଦକୁ କିଛି ସାହାଯ୍ୟ ସହାୟତା କଲେ ନାହିଁ। ବର୍ତ୍ତମାନ ଚଳିତ ବର୍ଷ ସେହିପରି ଡ୍ୟାମ ପାଣି ପଶି ଲୋକମାନଙ୍କ ଜମିରେ ଫସଲ ସବୁ ନଷ୍ଟ ହୋଇଯାଇଛି ତଥାପି ପ୍ରଶାସନ ସବୁ ଜାଣିଶୁଣି ନୀରବ ରହୁଛି। ବିଛିନ୍ନାଞ୍ଚଳବାସୀଙ୍କ କହିବା କଥା କି ଯଦି ଭୁବନେଶ୍ୱର, ପୁରୀ କିମ୍ବା କଟକରେ ବାତ୍ୟା ହେଲେ ପ୍ରଭାବିତ ଲୋକମାନଙ୍କୁ ସରକାର ସାହାଯ୍ୟ ସହାୟତା କରୁଛନ୍ତି। କିନ୍ତୁ ବିଛିନ୍ନାଞ୍ଚଳବାସୀ ଆଜି ପର୍ଯ୍ୟନ୍ତ ସବୁବେଳେ ହୀନ ଦୃଷ୍ଟିରେ ଦେଖିଆସୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଗତକାଲି ବିଛିନ୍ନାଞ୍ଚଳ ଆଦିବାସୀ ବିକାଶ ମଞ୍ଚ ପକ୍ଷରୁ ହଜାର ହଜାର ନିରୀହ ଆଦିବାସୀ ଏକତ୍ରିତ ହୋଇ ସେମାନଙ୍କର ନ୍ୟାୟ ଦାବିରେ ଏହି ପ୍ରଜାମେଳି କରିଥିଲେ। ଏବଂ ଏହି ପ୍ରଜାମେଳିରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲାର ୬ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏହି ପ୍ରଜାମେଳିରେ ଯୋଗ ଦେଇଥିଲେ ଏବଂ ବିଛିନ୍ନାଞ୍ଚଳବାସୀଙ୍କୁ ସହାୟତାର ହାତ ବଢାଇଥିଲେ, ସେମାନଙ୍କ ଫସଲ ମଧ୍ୟରେ ପାଣି ପଶି ଚଳିତ ବର୍ଷ ବହୁ ମାତ୍ରାରେ ଫସଲ ନଷ୍ଟ ହୋଇଯାଇଥିବାରୁ ସେମାନଙ୍କ ପାଇଁ ବିରି, ମାଣ୍ଡିଆ, କୋଳଥ, ମୁଗ, କାନ୍ଦୁଲ ଆଦି ସେହି ସରପଞ୍ଚ ଓ ସମିତିସଭ୍ୟମାନେ ସେମାନଙ୍କ ଗ୍ରାମରୁ ଆଣିଥିଲେ। ତେଣୁ ଆନ୍ଧ୍ରପ୍ରଦେଶ ସବୁ ପ୍ରକାର ସାହାଯ୍ୟ ସହାୟତା ସେମାନଙ୍କୁ ଯୋଗାଉଥିବାରୁ ସେମାନେ ଆନ୍ଧ୍ରରେ ମିଶିବାକୁ ଚାହୁଁଥିବା ଜଣାପଡିଛି। ଯଦି ଆଗାମୀ ଦିନରେ ଏହିପରି ସେମାନଙ୍କୁ ଅଣଦେଖା କରାଯାଏ ତାହେଲେ ସେମାନେ ଆନ୍ଧ୍ରରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି। ଏବଂ ଏହି ପ୍ରଜାମେଳି ପ୍ରତ୍ୟକ୍ଷ ଭାବେ ନକ୍ସଲମାନଙ୍କର ହାତ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri