Categories: ଜାତୀୟ

ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୮।୯: ଜମ୍ମୁ-କଶ୍ମୀରର ସୁନ୍ଦରବନି ଓ ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ୧୦ଟାରେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର ମାଡ ମଧ୍ୟ କରିଛି। ଏଥିରେ କେହି ମୃତାହତ ହେବାର ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ। ଏହାର କଡା ଜବାବ ଦେଇଛନ୍ତି ଭାରତୀୟ ସେନା। ତେବେ ଦିନକ ପୂର୍ବରୁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଅନେକ ସମୟରେ ପାକିସ୍ତାନ ପ୍ରଥମେ ଅସ୍ତ୍ରବିରତି ଉଲ୍ଲଂଘନ କରି ତା’ର ପୂର୍ବ ପ୍ରକୃତିର ପରିଚୟ ଦେଉଛି।

Share