Categories: ଜାତୀୟ

ନେହେରୁ ମେମୋରିଆଲ ହେଲା କଂଗ୍ରେସ ମୁକ୍ତ

ନୂଆଦିଲ୍ଲୀ,୬।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ନେହେରୁ ମେମୋରିଆଲ ଏବେ କଂଗ୍ରେସ ମୁକ୍ତ ହୋଇଛି। ଏହାର ପୁନର୍ଗଠନ କରାଯାଇଛି। ଏଥିରେ ଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, କର୍ଣ ସିଂ ଏବଂ ଜୟରାମ ରମେଶଙ୍କୁ ବାହାର କରି ଦିଆଯାଇଛି। ନେହେରୁ ମେମୋରିଆଲ ସୋସାଇଟିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପା ନେତା ଅନିର୍ବନ ଗାଙ୍ଗୁଲି, ଗୀତିକାର ପ୍ରସୂନ ଯୋଶୀ ଏବଂ ଗଣମାଧ୍ୟମ ପ୍ରତିନିଧି ରଜତ ଶର୍ମାଙ୍କୁ ସାମିଲ୍‌ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଅଧ୍ୟକ୍ଷ ଅଛନ୍ତି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାର ଉପାଧ୍ୟକ୍ଷ ରହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଏହାର ସଦସ୍ୟ ଅଛନ୍ତି।

Share