ନେସ୍କୋ ଆଦାୟ କଲା ୮କୋଟି ୮୪ଲକ୍ଷ ୩୮ହଜାର

ବାଲେଶ୍ୱର ଅଫିସ, ୨୫।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ପକ୍ଷରୁ ଗତ ୧୬ ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ୧୨୦ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଦ୍ୱାରା ବକେୟା ବିଦ୍ୟୁତ୍‌ ବିଲ ଆଦାୟ ଓ ସଂଯୋଗ ବିଚ୍ଛିନ୍ନ ଅଭିଯାନ ଆରମ୍ଭ କରାଯାଇଛି। ରବିବାର ସୁଦ୍ଧା ୮ ଦିନରେ ୨୯, ୧୨୨ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୮କୋଟି ୮୪ଲକ୍ଷ ୩୮ହଜାର ଟଙ୍କା ଆଦାୟ ହୋଇଛି। ୬୩୫୪ଜଣ ଉପଭୋକ୍ତାଙ୍କର ୧୦କୋଟି ୧୫ଲକ୍ଷ ୮ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ସେହିପରି ୮୦୯ଜଣ ଉପଭୋକ୍ତାଙ୍କ ଠାରୁ ୪୪ଲକ୍ଷ ୯୨ହଜାର ଟଙ୍କା ଆଦାୟ କରାଯାଇ ପୁନଃ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ବିଭାଗ ପକ୍ଷରୁ ସୋମବାର ଏକ ପ୍ରେସ୍‌ ବିବୃତିରେ ଜଣାଇ ଦିଆଯାଇଛି।
ବାଲେଶ୍ୱର ଜିଲାର ୩୪ ସ୍କ୍ବାଡ୍‌ ମାଧ୍ୟମରେ ୬୧୫୩ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧କୋଟି ୭୧ଲକ୍ଷ ଟଙ୍କା ଆଦାୟ ହୋଇଛି। ୨୦୨୧ ଉପଭୋକ୍ତାଙ୍କର ୨କୋଟି ୨୮ଲକ୍ଷ ୧୯ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ସେହିପରି ଭଦ୍ରକରେ ୧୯ଟି ସ୍କ୍ବାଡ଼୍‌ ମାଧ୍ୟମରେ ୨୮୫୨ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧କୋଟି ୨୩ଲକ୍ଷ ୩୭ହଜାର ଟଙ୍କା ଆଦାୟ ହୋଇଛି। ୧୧୦୭ ଉପଭୋକ୍ତାଙ୍କର ୨କୋଟି ୨୧ଲକ୍ଷ ୧୫ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ଯାଜପୁରରେ ୨୦ଟି ସ୍କ୍ବାଡ଼ ମାଧ୍ୟମରେ ୨୪୯୫ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧ କୋଟି ୫୮ଲକ୍ଷ ୮୯ହଜାର ଟଙ୍କା ଆଦାୟ ହୋଇଛି। ୪୫୦ ଉପଭୋକ୍ତାଙ୍କର ୧କୋଟି ୬ଲକ୍ଷ ୪୩ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ମୟୂରଭଞ୍ଜରେ ୨୭ଟି ସ୍କ୍ବାଡ଼୍‌ ମାଧ୍ୟମରେ ୧୨୭୪୨ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୨କୋଟି ୯୩ଲକ୍ଷ ୧୮ହଜାର ଟଙ୍କା ଆଦାୟ ହୋଇଛି। ୧୦୭୪ ଉପଭୋକ୍ତାଙ୍କର ୨କୋଟି ୮ଲକ୍ଷ ୬୮ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। କେନ୍ଦୁଝରରେ ୨୦ଟି ସ୍କ୍ବାଡ଼ ମାଧ୍ୟମରେ ୪୮୭୭ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧କୋଟି ୩୭ଲକ୍ଷ ୯୪ହଜାର ଟଙ୍କା ଆଦାୟ ହୋଇଛି। ୧୭୦୨ ଉପଭୋକ୍ତାଙ୍କର ୨କୋଟି ୫୧ଲକ୍ଷ ୩୫ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିବା ବିଭାଗୀୟ ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri