Posted inଜାତୀୟ

ନେପାଳ ମାନଚିତ୍ରରେ ଭାରତୀୟ ଅଞ୍ଚଳ

ନୂଆଦିଲ୍ଲୀ,୨୦ା୫: ଭାରତ ସହ ନେପାଳର ସୀମା ବିବାଦ ଲାଗି ରହିଥିବା ବେଳେ ନେପାଳ କ୍ୟାବିନେଟ ପକ୍ଷରୁ ଏକ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରାଯାଇଛି। ଏହି ମାନଚିତ୍ରରେ ଭାରତୀୟ ଅଞ୍ଚଳ ଲିପୁଲେଖ, କାଲାପାଣି, ଲିମ୍ପିୟାଧୁରାକୁ ନେପାଳ ନିଜ ଅଞ୍ଚଳ ବୋଲି ଦର୍ଶାଇଛି। ନେପାଳରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିର ସାଂସଦମାନେ ଏହି ତିନି ଅଞ୍ଚଳକୁ ନେପାଳରେ ସାମିଲ କରିବା ଲାଗି ଦାବିକରି ସଂସଦରେ ସ୍ବତନ୍ତ୍ର ପ୍ରସ୍ତାବ ଆଣିଥିଲେ। ପ୍ରକାଶଥାଉ କି, ଏହି ଅଞ୍ଚଳଗୁଡ଼ିକୁ ଉଭୟ ଭାରତ ଓ ନେପାଳ ନିଜର ବୋଲି ଦାବି କରିଆସୁଥିବା ବେଳେ ଏଗୁଡ଼ିକୁ ନେଇ ବିବାଦ ମୁଣ୍ଡ ଟେକିଛିି। ଭାରତ ପକ୍ଷରୁ ଏହି ଅଞ୍ଚଳ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାର ଅଂଶବିଶେଷ ବୋଲି କୁହାଯାଇଛି। ଅପରପକ୍ଷରେ ନେପାଳ ମଧ୍ୟ ଏହାକୁ ଧାରଚୁଲା ଜିଲାର ଅଂଶ ବୋଲି କହିଆସୁଛି। ନୂଆ ମାନଚିତ୍ର ପଦାକୁ ଆସିବା ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତିକୁ ଟାଣି ହୋଇଯାଇଛି।
ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗଓ୍ବାଲି କହିଛନ୍ତି, ଖୁବ୍‌ଶୀଘ୍ର ନୂଆ ମାନଚିତ୍ର ଭୂପ୍ରବନ୍ଧନ ମନ୍ତ୍ରଣାଳୟ ଦ୍ୱାରା ସାର୍ବଜନୀନ କରାଯିବ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଗଓ୍ବାଲି ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରାଙ୍କୁ ସମନ୍‌ ଜାରି କରି ଧାରଚୁଲା ସହ ଲିପୁଲେଖକୁ ନିର୍ମାଣ କରାଯାଉଥିବା ରାସ୍ତାକୁ ବିରୋଧ କରିଥିଲେ। ତୀର୍ଥସ୍ଥଳୀ କୈଳାସ ମାନସରୋବରକୁ ଯିବା ଲାଗି ଏହି ରାସ୍ତା ନିର୍ମାଣ କରାଯାଉଥିବା ବେଳେ ନେପାଳ ସୀମାଦେଇ ରାସ୍ତା ନିର୍ମାଣ କରାଯାଇଥିଲା। ୮୦ କି.ମି.ର ଏହି ନୂଆ ରାସ୍ତାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚଳିତମାସ ପ୍ରାରମ୍ଭରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ଘାଟନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‌ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରିଥିବା ନେପାଳର ଅର୍ଥମନ୍ତ୍ରୀ ତଥା ସରକାରଙ୍କ ମୁଖପାତ୍ର ୟୁବରାଜ ଖତିଓ୍ବାଡ଼ା ପ୍ରକାଶ କରିଥିଲେ। କ୍ୟାବିନେଟର ନିଷ୍ପତ୍ତି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ନେପାଳର ସଂସ୍କୃତି, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ୟୋଗେଶ୍‌ ଭଟ୍ଟରାୟ କହିଛନ୍ତି। ତେବେ ନେପାଳ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ସଦସ୍ୟ ଗଣେଶ ଶାହା ଏଭଳି ପଦକ୍ଷେପ ଭାରତ-ନେପାଳ ମଧ୍ୟରେ ତିକ୍ତତା ସୃଷ୍ଟିକରିବ ବୋଲି ମତ ଦେଇଛନ୍ତି। ଅଯଥା ବିବାଦ ନ ବଢ଼ାଇ ସମାଧାନ ଲାଗି ନେପାଳ ସରକାରଙ୍କ ପକ୍ଷରୁ ଭାରତ ସହ ଆଲୋଚନା କରାଯିବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। ନୂଆ ମାନଚିତ୍ରରେ ମୋଟ ୩୩୫ କି.ମି. ଭୂମିକୁ ସଂଲଗ୍ନ କରାଯାଇଛି। ୧୮୧୬ ମସିହାର ସୁଗୌଲି ଚୁକ୍ତିକୁ ପାଥେୟ କରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ‘କାଠମାଣ୍ଡୁ ପୋଷ୍ଟ’ ପକ୍ଷରୁ ଦର୍ଶାଯାଇଛି। ନେପାଳର ଏଭଳି ଆଭିମୁଖ୍ୟକୁ ଭାରତ ପକ୍ଷରୁ ସମାଲୋଚନା କରାଯାଇଛି। ଭାରତର ସେନାମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ବାଣେ କହିଛନ୍ତି ଯେ, ଭାରତ-ନେପାଳ ସୀମା ବିବାଦକୁ ଚାଇନା ଟିହାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri