Posted inଫୁରସତ

ନେତାଜୀ ସ୍ତ୍ରୀଙ୍କୁ ଶ୍ରଦ୍ଧାରେ ଡାକନ୍ତି…

ବିପ୍ଳବୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ରେ ହୋଇଥିଲା। ପିତା ଜାନକୀ ନାଥ ବୋଷ ଏବଂ ମା’ ପ୍ରଭାବତୀ। ତାଙ୍କ ପିତା ଥିଲେ ଜଣେ ଆଇନଜୀବୀ। ସେ କଟକର ରେଭେନ୍ସା କଲିଜିଏଟ୍‌ ସ୍କୁଲରେ ପାଠ ପଢ଼ିଥିଲେ। କଲିକତାର ପ୍ରେସିଡେନ୍ସି କଲେଜରୁ ବିଏ ପାସ୍‌ କରିବା ପରେ ୧୯୧୯ରେ ବ୍ରିଟେନ୍‌ ଚାଲିଯାଇଥିଲେ। ସେଠାରେ ଅଷ୍ଟ୍ରିଆର ଯୁବତୀ ଏମିଲି ଶଙ୍କେଲଙ୍କ ସହ ୧୯୩୪ରେ ସାକ୍ଷାତ ହୋଇଥିଲା। ଦୁଇଜଣ ମିଶି ଗୋଟିଏ ସ୍ଥାନରେ ଚାକିରି କରୁଥିଲେ। ୧୯୩୬ରେ ଅଷ୍ଟ୍ରିଆ ଏବଂ ଚେକୋସ୍ଲୋଭାକିଆ ରହିବା ସମୟରେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବାରେ ଲାଗିଲା। ୧୯୧୦ ଜାନୁୟାରୀ ୨୬ରେ ଅଷ୍ଟ୍ରିଆର ଏକ କ୍ୟାଥ୍‌ଲିକ୍‌ ପରିବାରରେ ଜନ୍ମିତ ଏମିଲିଙ୍କ ପିତା ଚାହୁଁ ନ ଥିଲେ ତାଙ୍କ ଝିଅ ଜଣେ ଭାରତୀୟଙ୍କ ସହ ମିଳାମିଶା କରୁ ବୋଲି। କିନ୍ତୁ ସୁଭାଷଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବା ପରେ ବିବାହ ଦେବାକୁ ରାଜି ହୋଇ ଯାଇଥିଲେ। ୧୯୩୭ ଡିସେମ୍ବର ୨୭ରେ ଏମିଲିଙ୍କ ସହ ସୁଭାଷଙ୍କ ବିବାହ ଅଷ୍ଟ୍ରିଆରେ ସମ୍ପନ୍ନ ହୋଇଥିଲା। ସେଦିନ ଏମିଲିଙ୍କ ୨୭ତମ ଜନ୍ମଦିବସ ଥିଲା। ବିବାହ ସମୟରେ ସେ ଏମିଲିଙ୍କ ମଥାରେ ଭାରତୀୟ ପରମ୍ପରା ଅନୁସାରେ ସୁଭାଷ ସିନ୍ଦୂର ଲଗାଇଥିଲେ। ଏହି ବିବାହ ସମ୍ପୂର୍ଣ୍ଣ ଗୋପନୀୟ ଥିଲା। କାରଣ ସୁଭାଷ ଚାହୁଁ ନ ଥିଲେ ଜଣେ ବିଦେଶିନୀଙ୍କୁ ବିବାହ କରି ଦେଶରେ ଏହାର କିଛି ପ୍ରଭାବ ପଡୁ। ତେଣୁ ବିବାହକୁ ଗୁପ୍ତ ରଖିଥିଲେ। ସେ ଏମିଲିଙ୍କୁ ଶ୍ରଦ୍ଧାରେ ବାଘୁଣୀ ବୋଲି ଡାକୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri