‘ନୃତ୍ୟକଳାରେ ଲୁଚିଛି ଆମ ପରିଚୟ’: ଶାସ୍ତ୍ରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟରେ ଶୁଭେନ୍ଦୁ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲାରେ ଲୋକକଳା ଓ ସଂସ୍କୃତି ଅନନ୍ୟ। ଏ ମାଟିରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସମେତ ମୋଗଲ ତାମସା, ଚଢେୟା ଚଢେୟାଣୀ ଲୋକ ନାଟକ, ପତର ସଉରା ଭଳି ବିଭିନ୍ନ ଲୋକକଳା ବିକଶିତ ହୋଇଛି। ଏହି ଲୋକକଳାର ବିକାଶ କରି ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ସହ ଶାସ୍ତ୍ରୀୟ ଓ ଲୋକକଳା ଗବେଷଣା କେନ୍ଦ୍ର ପ୍ରତିଷ୍ଠା ତାଙ୍କ ଜୀବନର ଅନ୍ୟତମ ଲକ୍ଷ୍ୟ ବୋଲି ଭଦ୍ରକର ଯୁବ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କା(୨୪) କହିଛନ୍ତି।
ଶୁଭେନ୍ଦୁଙ୍କ ଘର କଟସାହି ଶହୀଦନଗର ଅଞ୍ଚଳରେ। ପିଲାଟି ବେଳୁ ନୃତ୍ୟ ପ୍ରତି ତାଙ୍କର ରୁଚି ରହିଥିଲା। ପ୍ରଥମେ ସେ ଆଧୁନିକ ନୃତ୍ୟ ଶିଖିଥିଲେ। ପରେ ଶାସ୍ତ୍ରୀୟ ନୃତ୍ୟ ଓ ଲୋକ ନୃତ୍ୟ ପ୍ରତି ତାଙ୍କର ରୁଚି ବଢିଥିଲା। ଓଡ଼ିଶୀ ନୃତ୍ୟଗୁରୁ ବିଚିତ୍ରାନନ୍ଦ ସ୍ବାଇଁ, ଗୁରୁ ଶାଶ୍ୱତ ଜୋଷି, ଗୁରୁ ରବିଶଙ୍କର ଠାକୁରଙ୍କ ଠାରୁ ସେ ନୃତ୍ୟ ଶିକ୍ଷା କରି ସେବେଠାରୁ କଳାର ପ୍ରଚାର ପ୍ରସାର ଲାଗି କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରି ଲୋକପ୍ରିୟତା ହାସଲ କରପାରିଛନ୍ତି। ମା’ ମଞ୍ଜୁଲତା ଓ ବାପା ଜଗବନ୍ଧୁ ଲେଙ୍କାଙ୍କ ପ୍ରୋତ୍ସାହନ ପାଇ ସେ ଆଗକୁ ବଢି ଚାଲିଛନ୍ତି। ଧରିତ୍ରୀ ସହ ସାକ୍ଷାତ ଆଲୋଚନା ବେଳେ ସେ କହିଥିଲେ, ଓଡିଶୀ ନୃତ୍ୟ ବ୍ୟତୀତ ମୋଗଲ ତାମସା, ଚଢେୟା ଚଢେୟାଣୀ ଲୋକନାଟକ, ପତର ସଉରା, ଦେବଦାସୀ ନୃତ୍ୟ, ମାହାରୀ ଆଦି ନୃତ୍ୟରେ ସେ ଅଭିନୟ କରି ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଯେ କୌଣସି କାର୍ଯ୍ୟକ୍ରମ ଆୟୋଜନ ହେଲେ ନୃତ୍ୟ ଓ ସଙ୍ଗୀତରୁ ଏହାକୁ ଆରମ୍ଭ କରିବା ପରମ୍ପର ରହିଛି। କେବଳ ସେତିକି ନୁହେଁ ଆମ ଲୋକକଳାରେ ଆମ ସଂସ୍କୃତିର ପ୍ରାଣସ୍ପନ୍ଦନ ଲୁଚିରହିଛି, ଯାହା ସାମାଜିକ ଜୀବନକୁ ସରସ ସୁନ୍ଦର କରିଆସିଛି। ଏଣୁ କଳାକୁ ସେ ଆପଣାଇ ଏ ଦିଗରେ ସାଧନା ଜାରି ରଖିଛନ୍ତି। ସେ ନିଜେ କୋରିଓଗ୍ରାଫର୍‌ ହୋଇ ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ପିଲାଙ୍କୁ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷାଦାନ କରିଛନ୍ତି। ଏଥିସହ ନିଜେ ୨ ଘଣ୍ଟା ଅଭ୍ୟାସ କରିଛନ୍ତି । ସେ ସିଭିଲରେ ଡିପ୍ଲୋମା ହାସଲ ପରେ ଓଡିଶୀ ନୃତ୍ୟଶିଳ୍ପୀ ପାଇଁ ବିଶାରଦ ଅଧ୍ୟୟନ କରୁଛନ୍ତି। ଏହାମଧ୍ୟରେ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ସାଉଣ୍ଟିଛନ୍ତି। ଏଥିରେ ରାଜ୍ୟସ୍ତରୀୟ ଲୋକନୃତ୍ୟ ସମ୍ମାନ, ରାଜ୍ୟସ୍ତରୀୟ ନୃତ୍ୟପ୍ରବୀଣ ସମ୍ମାନ, ରାଜ୍ୟ ସଂସ୍କୃତି ସମ୍ମାନ, ଗୁରୁ ନାଟ୍ୟଚାର୍ଯ୍ୟ ସମ୍ମାନ, ରାଜ୍ୟ ପ୍ରତିଭା ସମ୍ମାନ, ନୃତ୍ୟ ଭାରତୀ, କଳାଭାରତୀ, ଗୁରୁକୀର୍ତ୍ତି ସମ୍ମାନ, ରାଜ୍ୟ ନାଟକ ମହୋତ୍ସବ ସମ୍ମାନ, ଜାତୀୟସ୍ତରୀୟ ଜାତୀୟ ଯୁବପ୍ରତିଭା ସମ୍ମାନ, ଜାତୀୟ ହସ୍ତତନ୍ତ ସମ୍ମାନ, ଜାତୀୟ ଜୀବନସାଧକ ସମ୍ମାନ, ଜାତୀୟ ଯୁବ ମହୋତ୍ସବ, ଜାତୀୟ ସଂସ୍କୃତି ସମ୍ମାନ, କଳାଶ୍ରୀ ସମ୍ମାନ ରହିଛି। ଏହି ଯାତ୍ରା ଆରମ୍ଭ ପଥରେ ସେ ପ୍ରଥମେ ଅସୁରାଳି ଠାରେ ହୋଇଥିବା ବ୍ଲକସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ପ୍ରଶଂସା ପାଇବା ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।
ଶୁଭେନ୍ଦୁ କହନ୍ତି, ନିଜ ମାଟି, ନିଜ ଭାଷା ଓ ନିଜ ନୃତ୍ୟକୁ ଆମେ ଭୁଲିବା ଉଚିତ ନୁହେଁ। ଯୁବପିଢି ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟକଲେ କଳା ଓ ସଂସ୍କୃତିର ବିକାଶ ହୋଇପାରିବ। ବର୍ତ୍ତମାନର ଯୁବପିଢିରେ ପ୍ରତିଭାଙ୍କର ଅଭାବ ନାହିଁ । ସେମାନେ କଳାସଂସ୍କୃତିର ବିକାଶ ଲାଗି ଉଦ୍ୟମ କଲେ ଏ ମାଟି ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri