Posted inଫୁରସତ

ନୂତନ ବ୍ରେନ୍‌ ସର୍କିଟର ଅନୁସନ୍ଧାନ

ମୁମ୍ବାଇ: ମାନସିକ ଚାପ ଯୋଗୁ ମାନବ ଶରୀରରେ ଦେଖାଦେଉଥିବା ପ୍ରତିକ୍ରିୟା ତଥା ଅସୁସ୍ଥତାର କାରଣ ଜାଣିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ମଣିଷର ମସ୍ତିଷ୍କରେ ଥିବା ଏକ ସ୍ବତନ୍ତ୍ର ସର୍କିଟ ଏଥିପାଇଁ ଦାୟୀ ବୋଲି ସେମାନେ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି। ଉକ୍ତ ନୂତନ ସର୍କିଟର ଆବିଷ୍କାର କରିବାରେ ବୈଜ୍ଞାନିକମାନେ ସଫଳ ହୋଇଥିବା ସାଇନ୍ସ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇଛି।
ସାଧାରଣତଃ ହଠାତ ଅଧିକ ଭାବପ୍ରବଣ ବା ସମ୍ବେଦନଶୀଳ ହୋଇଗଲେ ମଣିଷ ଦେହର ହୃଦ୍‌ସ୍ପନ୍ଦନ ବଢ଼ିିଯାଇଥାଏ। ଝାଳ ବାହାରିବା ସହ ରକ୍ତଚାପ ଓ ତାପମାତ୍ରାରେ ବୃଦ୍ଧି ଘଟିବା ଭଳି ଶାରୀରିକ ପ୍ରତିକ୍ରିୟାମାନ ଦେଖାଦେଇଥାଏ। ଅଧିକ ସମୟ ଧରି ଏହି ମାନସିକ ଚାପ ଲାଗିରହିଲେ ଏହା ଶରୀରର ବିଭିନ୍ନ ଅଂଶକୁ ପ୍ରଭାବିତ କରି ମଣିଷକୁ ରୋଗଗ୍ରସ୍ତ ମଧ୍ୟ କରିଦିଏ। ଏହି କାରଣରୁ ଅନେକ ଲୋକ ମସ୍ତିଷ୍କ ବିକୃତି, ପିଟିଏସ୍‌ଡି (ପୋଷ୍ଟ ଟ୍ରମାଟିକ୍‌ ଷ୍ଟ୍ରେସ୍‌ ଡିଜ୍‌ଅର୍ଡର) ବା ଚାପ ପରବର୍ତ୍ତୀ ବ୍ୟାଧିର ଶୀକାର ହୋଇଥାନ୍ତି। ଏସବୁ ପଛର କାରଣ ଜାଣିବା ଏବଂ ଚିକିତ୍ସା ପାଇଁ ନାଗୋୟା ୟୁନିଭର୍ସିଟି ଗ୍ରାଜୁଏଟ ସ୍କୁଲ ଅଫ୍‌ ମେଡିସିନ ପକ୍ଷରୁ ପ୍ରଫେସର କାଜୁହିରୋ ନାକାମୁରା ଏବଂ ସହକାରୀ ପ୍ରଫେସର ନାଓୟା କାଟୋକାଙ୍କ ନେତୃତ୍ୱରେ ଗଠିତ ଅନୁସନ୍ଧାନକାରୀ ଦଳ ଏକ ଅଧ୍ୟୟନ କରିଥିଲେ। ସେମାନେ ମୂଷା ଶରୀରରେ ଚାପ ସୃଷ୍ଟି କରାଇ ମସ୍ତିଷ୍କକୁ ଇଞ୍ଜେକ୍ସନ ମାଧ୍ୟମରେ ଟ୍ରାକର ପଠାଇଥିଲେ। ଉକ୍ତ ଅଧ୍ୟୟନରୁ ଗବେଷକମାନେ ଜାଣିବାକୁ ପାଇଲେ ଯେ, ମାନସିକ ଚାପ ଯୋଗୁ ମସ୍ତିଷ୍କର ଡିପି/ଡିଟିଟି ଅଂଶ (ଡୋରସାଲ ପେଡୁକୁଲାର କର୍ଟେକ୍ସ ଏବଂ ଡୋରସାଲ ଟେନିଆ ଟେକ୍ଟା) ଅଧିକ ସକ୍ରିୟ ହୋଇଉଠେ। ଏହା ହାଇପୋଥାଲାମସ (ପିଟୁଇଟାରି ଗ୍ରନ୍ଥି ନିକଟରେ ଅବସ୍ଥିତ, ଯାହା ହରମୋନ ରିଲିଜ କରିବା, ତାପମାତ୍ରା ନିୟନ୍ତ୍ରଣ, ଦୈନନ୍ଦିନ ମନସ୍ତତ୍ତ୍ୱିକ ଚକ୍ର ବଜାୟ ରଖିବା ଆଦି କରିଥାଏ) କୁ ଏକ ସର୍କିଟ ବା ରାସ୍ତା ମାଧ୍ୟମରେ ଚାପର ସଙ୍କେତ ପଠାଇଥାଏ। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାନସିକ ଚାପ ଲାଗି ରହିଲେ ହାଇପୋଥାଲାମସ ଅତ୍ୟଧିକ ପରିମାଣର ସଂକେତ ପାଇ ଅନାବଶ୍ୟକ ଭାବେ ଶରୀରରେ ବିଭିନ୍ନ ପରିବର୍ତ୍ତନ କରାଇଥାଏ, ଯାହାକି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କାରଣରୁ ମୂଷାର ଶରୀରରେ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ପରେ ଗବେଷକମାନେ ହାଇପୋଥାଲାମସକୁ ସଂଯୋଗ କରୁଥିବା ଉକ୍ତ ରାସ୍ତା ବା ସର୍କିଟକୁ ବନ୍ଦ କରି ମୂଷାକୁ ପୁଣି ଚାପର ସମ୍ମୁଖୀନ କରାଇ ନିରୀକ୍ଷଣ କରିଥିଲେ। ଏହାପରେ ମୂଷା ଶରୀରରେ ପୂର୍ବଭଳି ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିଲା। ମାନସିକ ଚାପ ଯୋଗୁ ମସ୍ତିଷ୍କରେ ଡିପି/ଡିଟିଟିରୁ ହାଇପୋଥାଲାମସକୁ ଯାଇଥିବା ସ୍ବତନ୍ତ୍ର ସର୍କିଟ ଶରୀରରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟିର କାରଣ ହୋଇଥାଏ ବୋଲି ଜଣାପଡ଼ିଥିବା ପ୍ରଫେସର ନାକାମୁରା କହିଛନ୍ତି। ଏହି ସର୍କିଟର ଆବିଷ୍କାର ଆଗାମୀ ଦିନରେ ମାନସିକ ରୋଗୀ ବା ଚାପର ବଶବର୍ତ୍ତୀ ହୋଇ ରୋଗଗ୍ରସ୍ତ ହେଉଥିବା ଲୋକଙ୍କ ଚିକିତ୍ସା ପାଇଁ ଉପଯୋଗୀ ହୋଇପାରେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri