Categories: ଜାତୀୟ

ନୂଆ ଭାରତ ଗଠନର ସଙ୍କେତ ଦେଲେ ମୋଦି: ନିର୍ମାଣ ହେବ ୨ କୋଟି ଘର, ୧୫ କୋଟି ଘରେ ପହଞ୍ଚିବ ପିଇବା ପାଣି, ପ୍ରତି ଗାଁରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା

ନୂଆଦିଲ୍ଲୀ,୧୫।୮: ନୂଆ ଭାରତ ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଙ୍କେତ ଦେଇଛନ୍ତି। ନୂଆ ଭାରତରେ ଲୋକଙ୍କ ପାଇଁ ୨ କୋଟି ଘର ନିର୍ମାଣ କରାଯିବ। ଏହା ସହିତ ଜଳସଙ୍କଟର ମୁକାବିଲା ଲାଗି ୧୫ କୋଟି ଘରେ ପିଇବା ପାଣି ପହଞ୍ଚିବ। ସେହିପରି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରତି ଗାଁରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପରିବହନ ବ୍ୟବସ୍ଥାର ବିକାଶ ଲାଗି ଶହେ ଲକ୍ଷ କିଲୋମିଟର ସଡ଼କ ପଥ ନିର୍ମାଣ କରାଯିବ। ଏହାଦ୍ୱାରା ବ୍ୟବସାୟିକ କ୍ଷେତ୍ର ବିଶିତ ହୋଇପାରିବ। ୫୦ ହଜାରରୁ ଅଧିକ ନୂଆ ଷ୍ଟାର୍ଟ ଅପ୍‌କୁ ସୁଯୋଗ ଦିଆଯିବ। ସେହିପରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ଲାଗି ଦେଢ଼ ଲକ୍ଷ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯିବ। ଲୋକଙ୍କ ସୁବିଧା ପାଇଁ ପ୍ରତି ୩ଟି ଲୋକ ସଭା ଆସନ କ୍ଷେତ୍ରରେ ମେଡିକାଲ କଲେଜ ସ୍ଥାପିତ ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Share