ନୂଆବର୍ଷରେ ଫୁଲତୋଡ଼ା ବଦଳରେ ବହି ଦିଅ: ଜିଲାପାଳ

ଛତ୍ରପୁର,୧ା୧(ଡି.ଏନ୍‌.ଏ.)-ବୁଧବାର ନୂତନ ବର୍ଷ ୨୦୨୦ ଆରମ୍ଭ ହେବ। ସାଧାରଣତଃ ଗ୍ରୀଟିଙ୍ଗସ୍‌ କାର୍ଡ, ଫୁଲ ତୋଡ଼ା ଓ ବିଭିନ୍ନ ଉପହାର ଦେଇ ନୂତନବର୍ଷର ଶୁଭେଚ୍ଛା ଜଣାଯାଏ। ତେବେ ଚଳିତଥର ଏସବୁ ଉପହାର ନ ଦେଇ ବହି ଉପହାର ଦେବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱାରୋପ କରିଛନ୍ତି। ଜନସାଧାରଣ ସ୍କୁଲ ଛାତ୍ରୀଛାତ୍ର, ସରକାରୀ ଅଫିସର ଓ ବନ୍ଧୁମାନଙ୍କୁ ବହି ଉପହାର ଦେବାକୁ ମଙ୍ଗଳବାର ଗଣମାଧ୍ୟମ ଜରିଆରେ ଜିଲାପାଳ ଅନୁରୋଧ କରିଛନ୍ତି। ବର୍ତ୍ତମାନ ମାର୍କେଟରେ ଉଭୟ ଓଡ଼ିଆ ଓ ଇଲିଂଶ ଭାଷାର ଭଲ ଭଲ ବହି ମିଳୁଛି ା ନିଜେ ବହି ପଢନ୍ତୁ ଓ ଅନ୍ୟମାନଙ୍କୁ ଏହା ଉପହାର ଦିଅନ୍ତୁ। ଏହାଦ୍ୱାରା ପରମ୍ପରାକୁ ବଜାୟ ରଖିହେବ ବୋଲି ଜିଲାପାଳ କହିଛନ୍ତି।