ନୂଆବର୍ଷରୁ…

ଆରମ୍ଭ ହୋଇଛି ପୁଣି ଏକ ନୂଆବର୍ଷ। ମନରେ କେତେ ଆଶା, ଆକାଂକ୍ଷା ଓ କିଛି ନୂଆ କରିବାର ସଂକଳ୍ପ ନେଇ ଏହାକୁ ସ୍ବାଗତ ଜଣାଇଛନ୍ତି ସଭିଏଁ। ତେବେ ଭବିଷ୍ୟତରେ ଏକ ସୁଖ ସମୃଦ୍ଧ ଜୀବନ ଜିଇବାର କାମନା ରଖି ଏବେଠୁ ସଞ୍ଚୟ କରିବାକୁ ବି ଏହି ନୂଆ ବର୍ଷରେ ସଂକଳ୍ପବଦ୍ଧ ହୋଇଛନ୍ତି କେତେଜଣ ଯୁବତୀଯୁବକ…

ଭବିଷ୍ୟତକୁ ସୁଦୃଢ଼ କରିବାକୁ ହେଲେ ଆର୍ଥିକ ସ୍ଥିତି ମଜଭୁତ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯେଉଁଥିପାଇଁ ଆବଶ୍ୟକ ହୋଇଥାଏ ସଞ୍ଚୟ। ଆଉ ଏହାକୁ ଆରମ୍ଭ କରିବାର ଉପଯୁକ୍ତ ସମୟ ହେଉଛି ଯୁବାବସ୍ଥା। ଏହାକୁ ଆଖି ଆଗରେ ରଖି କେବଳ ବର୍ତ୍ତମାନକୁ ମଉଜମସ୍ତିରେ କାଟିବା ଆଳରେ ନିଜର ସମସ୍ତ ଆୟକୁ ବ୍ୟୟ କରିଦେବା ପରିବର୍ତ୍ତେ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ନୂଆବର୍ଷରେ ସଂକଳ୍ପ ନେଇଛନ୍ତି କିଛି ଯୁବପିଢ଼ି। ତେବେ ସଞ୍ଚୟ କରୁଥିଲେ କେତେକ ଦିଗ ପ୍ରତି ଗୁରୁତ୍ୱ ଦେଲେ ଆପଣ ସଞ୍ଚତ୍ତ ଅର୍ଥକୁ ସୁରକ୍ଷିତ ରଖିପାରିବା ସହ ଅଧିକ ଲାଭବାନ୍‌ ବି ହୋଇପାରିବେ..
– ଯୁବ ବୟସରେ ଅଧିକାଂଶ ଯୁବତୀଯୁବକ ମଜାମସ୍ତି, ଶପିଂ ଆଦିରେ ଅଧିକ ଟଙ୍କା ବ୍ୟୟ କରିଦିଅନ୍ତି। ଫଳରେ ଭବିଷ୍ୟତରେ ଏଥିପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଯୁବାବସ୍ଥାରୁ ସଞ୍ଚୟ କରିବା ବୁଦ୍ଧିମତାର କାମ। ତେବେ ଏଥିପାଇଁ ଏକ ଲକ୍ଷ୍ୟ ସ୍ଥିର କରିବା ଆବଶ୍ୟକ ହୋଇଥାଏ। ଯାହାଦ୍ୱାରା ଏହାକୁ ପୂରଣ କରିବାର ଆଗ୍ରହ ଏବଂ ତତ୍ପରତା ହିଁ ସଞ୍ଚୟ କରିବାକୁ ପ୍ରେରଣା ଯୋଗାଇବ।
– ନିଜର ଆବଶ୍ୟକତା ଅନୁଯାୟୀ ସମସ୍ତ ଖର୍ଚ୍ଚ ପରେ ସଞ୍ଚୟ କରିବା ଏତେ ସହଜ କଥା ନୁହେଁ। ତେଣୁ ସଞ୍ଚୟ ଆରମ୍ଭ ଲାଗି ସର୍ବ ପ୍ରଥମେ ନିଜର ମାସିକ ଖର୍ଚ୍ଚର ଏକ ତାଲିକା ପ୍ରସ୍ତୁତ କରି ମାସିକ ଆୟ ସହ ଏହାକୁ ତୁଳନା କରନ୍ତୁ। ଜବ୍‌ କିମ୍ବା ବ୍ୟବସାୟ ଆପଣଙ୍କ ପେସା ଅନୁଯାୟୀ କେତେ ଟଙ୍କା ଆୟ ହେଉଛି, ସେଥିରୁ କେତେ ଖର୍ଚ୍ଚ ହେଉଛିି, ବଜାର ଦର ବୃଦ୍ଧି ସାଙ୍ଗକୁ ଖର୍ଚ୍ଚର ମାତ୍ରା କେତେ ବଢୁଛି, କେଉଁ ଖର୍ଚ୍ଚ ଉପରେ ଲଗାମ ଲଗାଇଲେ ଏହା ମ୍ୟାନେଜ୍‌ ହୋଇପାରିବ, ଅଧିକ ଆୟ କରିବାକୁ ଦରକାର ହେଲେ ଅନ୍ୟ କେଉଁ ପନ୍ଥା ଅବଲମ୍ବନ କରିପାରିବେ ଆଦି ବିଷୟରେ ଯୋଜନା ମୁତାବକ କାର୍ଯ୍ୟ କରନ୍ତୁ ା ମନେରଖନ୍ତୁ ସବୁବେଳେ ନିଜର ମାସିକ ଖର୍ଚ୍ଚ ଆକଳନ କରିବା ପରେ ଆନୁମାନିକ ବଳକା ଅର୍ଥକୁ ପ୍ରଥମେ ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ। ଯଦି ଜବ୍‌ କରି ନାହାନ୍ତି ଏବଂ ଅଭିଭାବକଙ୍କ ଠାରୁ ମିଳୁଥିବା ପକେଟ୍‌ ମନିରୁ ସଞ୍ଚୟ କରିବାକୁ ଚାହୁଁଛନ୍ତି, ତେବେ ନିଜର ଆବଶ୍ୟକତା ବ୍ୟତୀତ ବଳକା ଅର୍ଥକୁ ଏଣେ ତେଣେ ଅଜଥା ଖର୍ଚ୍ଚ ଆଦୌ ନ କରି ସଞ୍ଚୟ କରିପାରିବେ ା
– ସଞ୍ଚୟ କରିବାକୁ ହେଲେ ଦୃଢ଼ ମାନସିକତା ଆବଶ୍ୟକ। ତେଣୁ ପ୍ରତି ମାସରେ କେତେ ଟଙ୍କା ସଞ୍ଚୟ କରିବେ ସେଥିପାଇଁ ମାସିକ ଖର୍ଚ୍ଚର ଏକ ବଜେଟ ସ୍ଥିର କରନ୍ତୁ। ଯେଉଁଥିରେ ବ୍ୟୟ ସବୁବେଳେ ନିଜର ଆୟକୁ ଧ୍ୟାନରେ ରଖି ହେବା ଜରୁରୀ ା ପ୍ରତିମାସରେ ସମସ୍ତ ଖର୍ଚ୍ଚ କରିବା ପରେ ଯାହା ଟଙ୍କା ବଳୁଛି ତାହାକୁ ସଞ୍ଚୟ ନ କରି ପ୍ରଥମେ କେତେ ଟଙ୍କା ସଞ୍ଚୟ କରିବେ ତାହା ସ୍ଥିର କରିବା ପରେ ବଳକା ଟଙ୍କାକୁ ଖର୍ଚ୍ଚ କରିବା ହିଁ ବୁଦ୍ଧିମତ୍ତାର କାମ।
– ନିଜର ସଞ୍ଚତ୍ତ ଅର୍ଥରୁ ଅଧିକରୁ ଅଧିକ ଲାଭ ପାଇବାକୁ ଚାହୁଁଥିଲେ ଏହାକୁ ଘରେ ନ ରଖି ବ୍ୟାଙ୍କ୍‌, ପୋଷ୍ଟ ଅଫିସ କିମ୍ବା ଅନ୍ୟାନ୍ୟ ଫଣ୍ଡରେ ରଖନ୍ତୁ।
– ଯଦି ଆପଣ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଅଙ୍କର ସଞ୍ଚୟ କରିପାରୁଛନ୍ତି ତେବେ ଏହାକୁ ଏକ ଆର୍‌ଡି(ରିକରିଙ୍ଗ୍‌ ଡିପୋଜିଟ୍‌) ଆକାଉଣ୍ଟ ଖୋଲି ଅଧିକ ସୁଧ ପାଇ ଲାଭବାନ୍‌ ହୋଇପାରିବେ।
– ଆଜିକାଲି ଆଉ କୌଣସି ଚାକିରିରେ ପେନ୍‌ସନ୍‌ ସୁବିଧା ମିଳୁନାହିଁ। ତେଣୁ ବୃଦ୍ଧାବସ୍ଥାରେ ଯେପରି ଆର୍ଥତ୍କ ସମସ୍ୟା ନ ଭୋଗନ୍ତି ସେଥିଲାଗି ଯୁବାବସ୍ଥାରୁ ପେନ୍‌ସନ୍‌ ପ୍ଲାନ କରନ୍ତୁ। ଚାକିରି କରିବାର ପ୍ରାରମ୍ଭିକ ସମୟରୁ ପେନ୍‌ସନ୍‌ ପ୍ଲାନ୍‌ ଅଧିକ ବର୍ଷ ଟଙ୍କା ଜମା କରିବେ ଏବଂ ଅଧିକ ଲାଭବାନ୍‌ ହୋଇପାରିବେ। ଏଥିଲାଗି ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ନ୍ୟାଶନାଲ୍‌ ପେନ୍‌ସନ୍‌ ସିଷ୍ଟମ ଯୋଜନା ବା ଏନ୍‌ପିଏସ୍‌ ସ୍କିମ୍‌ରେ ଟଙ୍କା ଜମା କରିପାରିବେ। ଏହାଦ୍ବାରା ଆପଣ ୬୦ ବର୍ଷ ହେବା ପରେ ଉକ୍ତ ଜମା ଟଙ୍କା ଉପରେ ପେନ୍‌ସନ୍‌ ପାଇପାରିବେ। ଏହା ବ୍ୟତୀତ ବି ଅନ୍ୟାନ୍ୟ ପେନ୍‌ସନ୍‌ ପ୍ଲାନ୍‌ ରହିଛି। ଯେଉଁଥିରେ ବି ଆପଣ ନିଜ ସୁବିଧା ଅନୁସାରେ ପ୍ରତିମାସରେ କିମ୍ବା ବର୍ଷକୁ ଥରେ ଟଙ୍କା ଜମା କରିପାରିବେ। ତେବେ ବାର୍ଷିକ ଏକକାଳୀନ ଅଧିକ ଟଙ୍କା ଜମା କରିବା ପରିବର୍ତ୍ତେ ପ୍ରତିମାସରେ ଅଳ୍ପ ଅଳ୍ପ ଟଙ୍କା ଜମା କରିବା ସହଜ ହୋଇଥାଏା
– ବର୍ତ୍ତମାନ ଅନେକ ଯୁବତୀଯୁବକ ଶେୟାର ମାର୍କେଟ, ରିୟଲ ଇଷ୍ଟେଟ, ମ୍ୟୁଚୁଆଲ ଫଣ୍ଡ ଭଳି ସଂସ୍ଥାରେ ଅଧିକ ରିଟର୍ନ ପାଇବା ଆଶାରେ ଟଙ୍କା ନିବେଶ କରୁଥିବା ଦେଖିବାକୁ ମିଳୁଛି। ହେଲେ ମନେ ରଖନ୍ତୁ ଏଥିରେ ବିପଦ ରହିଛି। ତେଣୁ ଅଧିକ ଲାଭ ପାଇବା ଆଶାରେ ଏଥିରେ ସବୁ ଟଙ୍କା ଲଗାନ୍ତୁ ନାହିଁ। କୌଣସି ଫାଇନାନ୍ସ ଆଡ୍‌ଭାଇଜର୍‌ଙ୍କ ଠାରୁ ପ୍ରଥମେ ପରାମର୍ଶ ନିଅନ୍ତୁ। ଅନ୍ୟର ଶୁଣା କଥାରେ ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
କ’ଣ କରନ୍ତି ଏମାନେ…
ରାକେଶ କୁମାର ବେହେରା (ଯାଜପୁର)- ଟଙ୍କା ମଣିଷର ପ୍ରତିଟି ସମୟରେ ଦରକାର। ତେଣୁ ଏହାକୁ ଦେଖିଚାହିଁ ଖର୍ଚ୍ଚ କରିବା ସହ କିଛି ଭବିଷ୍ୟତ ଲାଗି ସଞ୍ଚୟ କରିବା ବି ଆବଶ୍ୟକ। ଏକଥା ଜାଣିଥିଲେ ସୁଦ୍ଧା ବେଳେ ବେଳେ ଆୟ ଠାରୁ ବ୍ୟୟ ବଳି ଯାଉଛି। ହେଲେ ଏଥର ନୂଆବର୍ଷରେ ଭବିଷ୍ୟତକୁ ଆଖିଆଗରେ ରଖି ସଞ୍ଚୟ କରିବା ଲାଗି ସଂକଳ୍ପ ନେଇଛି। ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାରୁ ଦରମା ଟଙ୍କାରେ ମାସିକ ଖର୍ଚ୍ଚ ବାଦ୍‌ ବଳକା ଟଙ୍କାରେ ଏକ ୧୫ ବର୍ଷିଆ ଜୀବନ ଆନନ୍ଦ ପଲିସି କରିଛି ଏବଂ ପ୍ରତିମାସରେ ଏଥିରେ ଟଙ୍କା ଜମା ରଖିବାକୁ ନିଷ୍ପତ୍ତି ନେଇଛି।
ଅନିଲ କୁମାର ସାହୁ( ବାଲି ସାହି, ପୁରୀ)- ବର୍ତ୍ତମାନ ଟଙ୍କା ରୋଜଗାର ଲାଗି ବିଭିନ୍ନ ମାଧ୍ୟମ ରହିଛି। ଆଉ ସେଥିରୁ କେଉଁଟି ସୁବିଧାଜନକ ହୋଇପାରିବ, କିଭଳି ଅଧିକ ଆୟ ହୋଇପାରିବ ଏବଂ ସମସ୍ତ ଖର୍ଚ୍ଚ ପରେ କିଛି ଅର୍ଥ ସଞ୍ଚୟ କରି ହେବ ସେସବୁ ନିଜକୁ ନିଷ୍ପତ୍ତି ନେବାକୁ ହୋଇଥାଏ। ଏସବୁକୁ ଧ୍ୟାନରେ ରଖି ଗତ କିଛିବର୍ଷ ହେବ ଟ୍ରେଡିଂ କରୁଛି। ମାତ୍ର ୫ ଜଣଙ୍କ ଟଙ୍କା ନେଇ ବିଭିନ୍ନ କମ୍ପାନୀର ଶେୟାର କିଣୁଥିଲି। ବର୍ତ୍ତମାନ ୨୦ ଜଣଙ୍କ ଟଙ୍କା ଡାଇରେକ୍ଟ ଇନ୍‌ଭେଷ୍ଟ କରୁଛି। ଚଳିତ ନୂଆବର୍ଷରେ ଅଧିକ ଟଙ୍କା ସଞ୍ଚୟ ଲକ୍ଷ୍ୟ ରଖି ନିଜର ଏକ ଟ୍ରେଡିଂ ଫାର୍ମ ଖୋଲିବାକୁ ପ୍ଲାନିଂ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri