ନୂଆବର୍ଷରୁ…

ଆରମ୍ଭ ହୋଇଛି ପୁଣି ଏକ ନୂଆବର୍ଷ। ମନରେ କେତେ ଆଶା, ଆକାଂକ୍ଷା ଓ କିଛି ନୂଆ କରିବାର ସଂକଳ୍ପ ନେଇ ଏହାକୁ ସ୍ବାଗତ ଜଣାଇଛନ୍ତି ସଭିଏଁ। ତେବେ ଭବିଷ୍ୟତରେ ଏକ ସୁଖ ସମୃଦ୍ଧ ଜୀବନ ଜିଇବାର କାମନା ରଖି ଏବେଠୁ ସଞ୍ଚୟ କରିବାକୁ ବି ଏହି ନୂଆ ବର୍ଷରେ ସଂକଳ୍ପବଦ୍ଧ ହୋଇଛନ୍ତି କେତେଜଣ ଯୁବତୀଯୁବକ…

ଭବିଷ୍ୟତକୁ ସୁଦୃଢ଼ କରିବାକୁ ହେଲେ ଆର୍ଥିକ ସ୍ଥିତି ମଜଭୁତ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯେଉଁଥିପାଇଁ ଆବଶ୍ୟକ ହୋଇଥାଏ ସଞ୍ଚୟ। ଆଉ ଏହାକୁ ଆରମ୍ଭ କରିବାର ଉପଯୁକ୍ତ ସମୟ ହେଉଛି ଯୁବାବସ୍ଥା। ଏହାକୁ ଆଖି ଆଗରେ ରଖି କେବଳ ବର୍ତ୍ତମାନକୁ ମଉଜମସ୍ତିରେ କାଟିବା ଆଳରେ ନିଜର ସମସ୍ତ ଆୟକୁ ବ୍ୟୟ କରିଦେବା ପରିବର୍ତ୍ତେ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ନୂଆବର୍ଷରେ ସଂକଳ୍ପ ନେଇଛନ୍ତି କିଛି ଯୁବପିଢ଼ି। ତେବେ ସଞ୍ଚୟ କରୁଥିଲେ କେତେକ ଦିଗ ପ୍ରତି ଗୁରୁତ୍ୱ ଦେଲେ ଆପଣ ସଞ୍ଚତ୍ତ ଅର୍ଥକୁ ସୁରକ୍ଷିତ ରଖିପାରିବା ସହ ଅଧିକ ଲାଭବାନ୍‌ ବି ହୋଇପାରିବେ..
– ଯୁବ ବୟସରେ ଅଧିକାଂଶ ଯୁବତୀଯୁବକ ମଜାମସ୍ତି, ଶପିଂ ଆଦିରେ ଅଧିକ ଟଙ୍କା ବ୍ୟୟ କରିଦିଅନ୍ତି। ଫଳରେ ଭବିଷ୍ୟତରେ ଏଥିପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଯୁବାବସ୍ଥାରୁ ସଞ୍ଚୟ କରିବା ବୁଦ୍ଧିମତାର କାମ। ତେବେ ଏଥିପାଇଁ ଏକ ଲକ୍ଷ୍ୟ ସ୍ଥିର କରିବା ଆବଶ୍ୟକ ହୋଇଥାଏ। ଯାହାଦ୍ୱାରା ଏହାକୁ ପୂରଣ କରିବାର ଆଗ୍ରହ ଏବଂ ତତ୍ପରତା ହିଁ ସଞ୍ଚୟ କରିବାକୁ ପ୍ରେରଣା ଯୋଗାଇବ।
– ନିଜର ଆବଶ୍ୟକତା ଅନୁଯାୟୀ ସମସ୍ତ ଖର୍ଚ୍ଚ ପରେ ସଞ୍ଚୟ କରିବା ଏତେ ସହଜ କଥା ନୁହେଁ। ତେଣୁ ସଞ୍ଚୟ ଆରମ୍ଭ ଲାଗି ସର୍ବ ପ୍ରଥମେ ନିଜର ମାସିକ ଖର୍ଚ୍ଚର ଏକ ତାଲିକା ପ୍ରସ୍ତୁତ କରି ମାସିକ ଆୟ ସହ ଏହାକୁ ତୁଳନା କରନ୍ତୁ। ଜବ୍‌ କିମ୍ବା ବ୍ୟବସାୟ ଆପଣଙ୍କ ପେସା ଅନୁଯାୟୀ କେତେ ଟଙ୍କା ଆୟ ହେଉଛି, ସେଥିରୁ କେତେ ଖର୍ଚ୍ଚ ହେଉଛିି, ବଜାର ଦର ବୃଦ୍ଧି ସାଙ୍ଗକୁ ଖର୍ଚ୍ଚର ମାତ୍ରା କେତେ ବଢୁଛି, କେଉଁ ଖର୍ଚ୍ଚ ଉପରେ ଲଗାମ ଲଗାଇଲେ ଏହା ମ୍ୟାନେଜ୍‌ ହୋଇପାରିବ, ଅଧିକ ଆୟ କରିବାକୁ ଦରକାର ହେଲେ ଅନ୍ୟ କେଉଁ ପନ୍ଥା ଅବଲମ୍ବନ କରିପାରିବେ ଆଦି ବିଷୟରେ ଯୋଜନା ମୁତାବକ କାର୍ଯ୍ୟ କରନ୍ତୁ ା ମନେରଖନ୍ତୁ ସବୁବେଳେ ନିଜର ମାସିକ ଖର୍ଚ୍ଚ ଆକଳନ କରିବା ପରେ ଆନୁମାନିକ ବଳକା ଅର୍ଥକୁ ପ୍ରଥମେ ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ। ଯଦି ଜବ୍‌ କରି ନାହାନ୍ତି ଏବଂ ଅଭିଭାବକଙ୍କ ଠାରୁ ମିଳୁଥିବା ପକେଟ୍‌ ମନିରୁ ସଞ୍ଚୟ କରିବାକୁ ଚାହୁଁଛନ୍ତି, ତେବେ ନିଜର ଆବଶ୍ୟକତା ବ୍ୟତୀତ ବଳକା ଅର୍ଥକୁ ଏଣେ ତେଣେ ଅଜଥା ଖର୍ଚ୍ଚ ଆଦୌ ନ କରି ସଞ୍ଚୟ କରିପାରିବେ ା
– ସଞ୍ଚୟ କରିବାକୁ ହେଲେ ଦୃଢ଼ ମାନସିକତା ଆବଶ୍ୟକ। ତେଣୁ ପ୍ରତି ମାସରେ କେତେ ଟଙ୍କା ସଞ୍ଚୟ କରିବେ ସେଥିପାଇଁ ମାସିକ ଖର୍ଚ୍ଚର ଏକ ବଜେଟ ସ୍ଥିର କରନ୍ତୁ। ଯେଉଁଥିରେ ବ୍ୟୟ ସବୁବେଳେ ନିଜର ଆୟକୁ ଧ୍ୟାନରେ ରଖି ହେବା ଜରୁରୀ ା ପ୍ରତିମାସରେ ସମସ୍ତ ଖର୍ଚ୍ଚ କରିବା ପରେ ଯାହା ଟଙ୍କା ବଳୁଛି ତାହାକୁ ସଞ୍ଚୟ ନ କରି ପ୍ରଥମେ କେତେ ଟଙ୍କା ସଞ୍ଚୟ କରିବେ ତାହା ସ୍ଥିର କରିବା ପରେ ବଳକା ଟଙ୍କାକୁ ଖର୍ଚ୍ଚ କରିବା ହିଁ ବୁଦ୍ଧିମତ୍ତାର କାମ।
– ନିଜର ସଞ୍ଚତ୍ତ ଅର୍ଥରୁ ଅଧିକରୁ ଅଧିକ ଲାଭ ପାଇବାକୁ ଚାହୁଁଥିଲେ ଏହାକୁ ଘରେ ନ ରଖି ବ୍ୟାଙ୍କ୍‌, ପୋଷ୍ଟ ଅଫିସ କିମ୍ବା ଅନ୍ୟାନ୍ୟ ଫଣ୍ଡରେ ରଖନ୍ତୁ।
– ଯଦି ଆପଣ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଅଙ୍କର ସଞ୍ଚୟ କରିପାରୁଛନ୍ତି ତେବେ ଏହାକୁ ଏକ ଆର୍‌ଡି(ରିକରିଙ୍ଗ୍‌ ଡିପୋଜିଟ୍‌) ଆକାଉଣ୍ଟ ଖୋଲି ଅଧିକ ସୁଧ ପାଇ ଲାଭବାନ୍‌ ହୋଇପାରିବେ।
– ଆଜିକାଲି ଆଉ କୌଣସି ଚାକିରିରେ ପେନ୍‌ସନ୍‌ ସୁବିଧା ମିଳୁନାହିଁ। ତେଣୁ ବୃଦ୍ଧାବସ୍ଥାରେ ଯେପରି ଆର୍ଥତ୍କ ସମସ୍ୟା ନ ଭୋଗନ୍ତି ସେଥିଲାଗି ଯୁବାବସ୍ଥାରୁ ପେନ୍‌ସନ୍‌ ପ୍ଲାନ କରନ୍ତୁ। ଚାକିରି କରିବାର ପ୍ରାରମ୍ଭିକ ସମୟରୁ ପେନ୍‌ସନ୍‌ ପ୍ଲାନ୍‌ ଅଧିକ ବର୍ଷ ଟଙ୍କା ଜମା କରିବେ ଏବଂ ଅଧିକ ଲାଭବାନ୍‌ ହୋଇପାରିବେ। ଏଥିଲାଗି ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ନ୍ୟାଶନାଲ୍‌ ପେନ୍‌ସନ୍‌ ସିଷ୍ଟମ ଯୋଜନା ବା ଏନ୍‌ପିଏସ୍‌ ସ୍କିମ୍‌ରେ ଟଙ୍କା ଜମା କରିପାରିବେ। ଏହାଦ୍ବାରା ଆପଣ ୬୦ ବର୍ଷ ହେବା ପରେ ଉକ୍ତ ଜମା ଟଙ୍କା ଉପରେ ପେନ୍‌ସନ୍‌ ପାଇପାରିବେ। ଏହା ବ୍ୟତୀତ ବି ଅନ୍ୟାନ୍ୟ ପେନ୍‌ସନ୍‌ ପ୍ଲାନ୍‌ ରହିଛି। ଯେଉଁଥିରେ ବି ଆପଣ ନିଜ ସୁବିଧା ଅନୁସାରେ ପ୍ରତିମାସରେ କିମ୍ବା ବର୍ଷକୁ ଥରେ ଟଙ୍କା ଜମା କରିପାରିବେ। ତେବେ ବାର୍ଷିକ ଏକକାଳୀନ ଅଧିକ ଟଙ୍କା ଜମା କରିବା ପରିବର୍ତ୍ତେ ପ୍ରତିମାସରେ ଅଳ୍ପ ଅଳ୍ପ ଟଙ୍କା ଜମା କରିବା ସହଜ ହୋଇଥାଏା
– ବର୍ତ୍ତମାନ ଅନେକ ଯୁବତୀଯୁବକ ଶେୟାର ମାର୍କେଟ, ରିୟଲ ଇଷ୍ଟେଟ, ମ୍ୟୁଚୁଆଲ ଫଣ୍ଡ ଭଳି ସଂସ୍ଥାରେ ଅଧିକ ରିଟର୍ନ ପାଇବା ଆଶାରେ ଟଙ୍କା ନିବେଶ କରୁଥିବା ଦେଖିବାକୁ ମିଳୁଛି। ହେଲେ ମନେ ରଖନ୍ତୁ ଏଥିରେ ବିପଦ ରହିଛି। ତେଣୁ ଅଧିକ ଲାଭ ପାଇବା ଆଶାରେ ଏଥିରେ ସବୁ ଟଙ୍କା ଲଗାନ୍ତୁ ନାହିଁ। କୌଣସି ଫାଇନାନ୍ସ ଆଡ୍‌ଭାଇଜର୍‌ଙ୍କ ଠାରୁ ପ୍ରଥମେ ପରାମର୍ଶ ନିଅନ୍ତୁ। ଅନ୍ୟର ଶୁଣା କଥାରେ ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
କ’ଣ କରନ୍ତି ଏମାନେ…
ରାକେଶ କୁମାର ବେହେରା (ଯାଜପୁର)- ଟଙ୍କା ମଣିଷର ପ୍ରତିଟି ସମୟରେ ଦରକାର। ତେଣୁ ଏହାକୁ ଦେଖିଚାହିଁ ଖର୍ଚ୍ଚ କରିବା ସହ କିଛି ଭବିଷ୍ୟତ ଲାଗି ସଞ୍ଚୟ କରିବା ବି ଆବଶ୍ୟକ। ଏକଥା ଜାଣିଥିଲେ ସୁଦ୍ଧା ବେଳେ ବେଳେ ଆୟ ଠାରୁ ବ୍ୟୟ ବଳି ଯାଉଛି। ହେଲେ ଏଥର ନୂଆବର୍ଷରେ ଭବିଷ୍ୟତକୁ ଆଖିଆଗରେ ରଖି ସଞ୍ଚୟ କରିବା ଲାଗି ସଂକଳ୍ପ ନେଇଛି। ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାରୁ ଦରମା ଟଙ୍କାରେ ମାସିକ ଖର୍ଚ୍ଚ ବାଦ୍‌ ବଳକା ଟଙ୍କାରେ ଏକ ୧୫ ବର୍ଷିଆ ଜୀବନ ଆନନ୍ଦ ପଲିସି କରିଛି ଏବଂ ପ୍ରତିମାସରେ ଏଥିରେ ଟଙ୍କା ଜମା ରଖିବାକୁ ନିଷ୍ପତ୍ତି ନେଇଛି।
ଅନିଲ କୁମାର ସାହୁ( ବାଲି ସାହି, ପୁରୀ)- ବର୍ତ୍ତମାନ ଟଙ୍କା ରୋଜଗାର ଲାଗି ବିଭିନ୍ନ ମାଧ୍ୟମ ରହିଛି। ଆଉ ସେଥିରୁ କେଉଁଟି ସୁବିଧାଜନକ ହୋଇପାରିବ, କିଭଳି ଅଧିକ ଆୟ ହୋଇପାରିବ ଏବଂ ସମସ୍ତ ଖର୍ଚ୍ଚ ପରେ କିଛି ଅର୍ଥ ସଞ୍ଚୟ କରି ହେବ ସେସବୁ ନିଜକୁ ନିଷ୍ପତ୍ତି ନେବାକୁ ହୋଇଥାଏ। ଏସବୁକୁ ଧ୍ୟାନରେ ରଖି ଗତ କିଛିବର୍ଷ ହେବ ଟ୍ରେଡିଂ କରୁଛି। ମାତ୍ର ୫ ଜଣଙ୍କ ଟଙ୍କା ନେଇ ବିଭିନ୍ନ କମ୍ପାନୀର ଶେୟାର କିଣୁଥିଲି। ବର୍ତ୍ତମାନ ୨୦ ଜଣଙ୍କ ଟଙ୍କା ଡାଇରେକ୍ଟ ଇନ୍‌ଭେଷ୍ଟ କରୁଛି। ଚଳିତ ନୂଆବର୍ଷରେ ଅଧିକ ଟଙ୍କା ସଞ୍ଚୟ ଲକ୍ଷ୍ୟ ରଖି ନିଜର ଏକ ଟ୍ରେଡିଂ ଫାର୍ମ ଖୋଲିବାକୁ ପ୍ଲାନିଂ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri