ନୂଆଗଡକୁ ପୁଣି ଲେଉଟିଲା ଡେଙ୍ଗୁ: ଜଣେ ମୃତ, ୨ ଆକ୍ରାନ୍ତ

ଆର.ଉଦୟଗିରି, ୨୯ା୧୧ (ଡି.ଏନ.ଏ.) – ମାସେ ନପୁରୁଣୁ ପୁଣି ନୁଆଗଡକୁ ଡେଙ୍ଗୁ ଲେଉଟିଛି। ବୁଧବାର ଡେଙ୍ଗୁରେ ଗ୍ରାମର ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚତ୍ଛି। ନୂଆଗଡ ଗ୍ରାମ ଖ୍ରୀଷ୍ଟିଆନ ସାହିର ଧିରେନ ସିଂ (୨୩)ଙ୍କୁ ଜ୍ୱର ହୋଇଥିଲା। ୨୧ ତାରିଖରେ ବ୍ରହ୍ମପୁରରେ ଏକ ଘରୋଇ ନିଦାନ କେନ୍ଦ୍ରରେ ରକ୍ତପରୀକ୍ଷା ପରେ ଡ଼େଙ୍ଗୁ ହୋଇଥିବା ଜଣାପଡିଥିଲା। ଘରୋଇ କ୍ଲିନିକରେ ଚିକିତ୍ସିତ ହେବାପରେ ଔଷଧ ଧରି ଗ୍ରାମକୁ ଫେରି ସ୍ଥାନୀୟ କ୍ବାକ୍‌ ଦ୍ୱାରା ଚିକିତ୍ସିତ ହେଉଥିଲେ। ୨୫ରେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ନିଆଯାଇଥିଲେ। ସେଠାରେ ବୁଧବାର ସକାଳେ ତାଙ୍କର ମତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଚଳିତ ମାସ ୮ରେ ୩୩ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହୋଇଥିଲେ। ସେହି ସମୟରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ମେଡିକାଲ ଇନ୍‌ଚାର୍ଜ ନିବେଦିତା ସାହୁ ଏବଂ ତାଙ୍କ ଷ୍ଟାଫ ମୃତକଙ୍କ
ପରିବାରକୁ ଭେଟିଛନ୍ତି।