ନୀହାରିକା ହତ୍ୟା ମାମଲା : ଆତ୍ମସମର୍ପଣ କଲେ ପ୍ରେମିକ କିଶୋର

ଜଗତ୍‌ସିଂହପୁର ଅଫିସ/ବିରିଡ଼ି (ଡି.ଏନ୍‌.ଏ.),୨୧ା୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ନୀହାରିକାଙ୍କ ମୃତଦେହ ବିରିଡ଼ି ଥାନା ଅଧୀନ ବିଲୁଆଖାଇ ନଦୀପଠାରୁ ଉଦ୍ଧାର ହେବାର ୩ ଦିନ ପର୍ଯ୍ୟନ୍ତ ପୋଲିସକୁ ଧରାଛୁଅଁ। ଦେଉ ନ ଥିବା ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପ୍ରେମିକ ହାଜିପୁରର କିଶୋର ଚନ୍ଦ୍ର ଆଞ୍ଚଲ (ରାଜା) ଶୁକ୍ରବାର ଅପରାହ୍ନରେ ହଠାତ୍‌ ପୋଲିସ ଆଗରେ ଆତ୍ମସମର୍ପଣ କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ତାଙ୍କ ପାଖରୁ ଟଙ୍କା ସରିଯିବାରୁ ସେ ହାଜିପୁର ଛକରେ ଜଣଙ୍କଠାରୁ ଟଙ୍କା ନେବା ପାଇଁ କାରରୁ ଓହ୍ଲାଇବାବେଳେ ଧରାପଡିଥିବା କୁହାଯାଉଛି। ଫଳରେ ଘଟଣା ଆହୁରି ରହସ୍ୟମୟ ହୋଇଯାଇଛି। ତେବେ ଖୁବ୍‌ଶୀଘ୍ର ସମଗ୍ର ଘଟଣାର ପର୍ଦ୍ଦାଫାଶ ହେବାକୁଯାଉଛି। କିଶୋରଙ୍କୁ ପୋଲିସ କଟକରେ କୌଣସି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଜାରି ରଖିଛି। ହତ୍ୟାରେ କିଶୋରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ଗତ ୮ ତାରିଖ ରାତି ପ୍ରାୟ ୧୦ଟା ଭିତରେ ନୀହାରିକାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୁରାକ ପାଇଛି। କେବଳ ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ଏବଂ କେଉଁ ସ୍ଥାନରେ କିପରି ହତ୍ୟା କରାଯାଇଥିଲା ତାହା ଜାଣିବା ପାଇଁ ପୋଲିସ ଛାନଭିନ ଚଳାଇଛି। ସେହିପରି ମୃତଦେହ ନୀହାରିକାଙ୍କର କି ନାହିଁ ତାହା ସ୍ପଷ୍ଟ ହେବା ପାଇଁ ଡିଏନ୍‌ଏ ପରୀକ୍ଷା ନିମନ୍ତେ ପ୍ରକ୍ରିୟା ଚାଲିଛି। ଶୁକ୍ରବାର ତାଙ୍କ ମା ଖୋର୍ଦ୍ଧାଜିଲା ବାଲିଅନ୍ତା ଥାନା ଭିଙ୍ଗାରପୁରର ପ୍ରତିମା ପାତ୍ର ଓ ବାପା ଗଗନ ପାତ୍ରଙ୍କ ରକ୍ତ ନମୁନା ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ସଂଗ୍ରହ ହୋଇଛି। ପୂର୍ବରୁ ନୀହାରିକାଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ଦିନେ ଦୁଇଦିନ ଭିତରେ ସେମାନଙ୍କ ନମୁନା ଭୁବନେଶ୍ୱରସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ (ଷ୍ଟେଟ୍‌ ଫୋରେନ୍ସିକ୍‌ ସାଇନ୍ସ ଲାବୋରେଟୋରୀ)କୁ ପଠାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପୋଲିସର ହସ୍ତଗତ ହୋଇପାରିନାହିଁ। କିନ୍ତୁ ରାତିସୁଦ୍ଧା ରିପୋର୍ଟ ମିଳିଯିବ ବୋଲି ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମକୁ ନୀହାରିକାଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି, ମୋ ଝିଅକୁ ଯିଏ ଏମିତି ମାରିଛି ତାକୁ ସେମିତି ମରାଯାଉ। ମୋ ଝିଅକୁ ନ୍ୟାୟ ମିଳୁ। ନୀହାରିକା ଆମ ପରିବାରକୁ ପୋଷୁଥିଲା। ତାକୁ ହରାଇ ଆମେ କେମିତି ରହିବୁ। ସେହିପରି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ନୀହାରିକାଙ୍କ ବାପା ଦାବି କରିଛନ୍ତି। ତାଙ୍କ ଝିଅକୁ କିଶୋର ଗତ ୮ ତାରିଖରେ ନେଇଯାଇ ହତ୍ୟା କରିଥିବା ସେ କହିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଧରାଯାଉ ବୋଲି ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri