‘ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ’

ପୁରୀ ଅଫିସ, ୧୨ା୬: ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କୌଣସି ପ୍ରକାର କ୍ଷତି ହୋଇନାହିଁ। ସେହିପରି ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ମଧ୍ୟ ସୁରକ୍ଷିତ ଅଛି। ବାତ୍ୟାରେ ନୀଳଚକ୍ର ବଙ୍କା, ତେଢା ହୋଇ ଯାଇଥିବା ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା ଭୁଲ୍‌ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ମଙ୍ଗଳବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଥିଲେ, ଫନୀ ବାତ୍ୟାରେ ଶ୍ରୀମନ୍ଦିରରେ କ୍ଷୟକ୍ଷତି ହୋଇଥିଲା। କିନ୍ତୁ ନୀଳଚକ୍ର ଓ ମୁଖ୍ୟ ମନ୍ଦିରକୁ ନେଇ ଯାହା ଶୁଣିବାକୁ ମିଳୁଥିଲା ତାହାର କୌଣସି ସତ୍ୟତା ନ ଥିବା ଏଏସ୍‌ଆଇର ଡ୍ରୋନ୍‌ ଫଟୋଗ୍ରାଫିରୁ ସ୍ପଷ୍ଟ ହୋଇଛି।
ମୁଖ୍ୟ ପ୍ରଶାସକ କହିଛନ୍ତି, ଗତ ପରିଚାଳନା କମିଟି ବୈଠକରେ ଏଏସ୍‌ଆଇକୁ ଶ୍ରୀମନ୍ଦିରର ଡ୍ରୋନ୍‌ ଫଟୋଗ୍ରାଫି କରିବା ଲାଗି ଅନୁମତି ଦିଆଯାଇଥିଲା। ବାତ୍ୟା ପରେ ଶ୍ରୀମନ୍ଦିର ଏବଂ ନୀଳଚକ୍ରର ସ୍ଥିତି ଯାଞ୍ଚ ଲାଗି ଏହି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ମୁତାବକ, ଏଏସ୍‌ଆଇର ସୁପରିଣ୍ଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଡ୍ରୋନ୍‌ ଫଟୋଗ୍ରାଫି କରି କ’ଣ କ୍ଷୟକ୍ଷତି ହୋଇଛି ତାହା ଦେଖାଇଥିଲେ। ପରିଚାଳନା କମିଟି ସଦସ୍ୟମାନେ ସ୍କ୍ରିନ୍‌ରେ ଏ ସବୁକୁ ଦେଖିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ନୀଳଚକ୍ର ଓ ମୁଖ୍ୟ ମନ୍ଦିରରେ କୌଣସି କ୍ଷତି ହୋଇନାହିଁ। ନୀଳଚକ୍ରକୁ ଭିନ୍ନ ଭିନ୍ନ ଆଙ୍ଗେଲରୁ ଦେଖାଯାଇଥିଲା। ମାତ୍ର ପୂର୍ବରୁ ଯେମିତି ଥିଲା ସେମିତି ରହିଛି, ସାମାନ୍ୟତମ ବଙ୍କା ହୋଇନାହିଁ। ମୋଟାମୋଟି ଭାବେ ମୁଖ୍ୟ ମନ୍ଦିର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ଅନ୍ୟପକ୍ଷରେ ଭୋଗମଣ୍ଡପ କଳସ ମରାମତି କାମ ଶେଷ ହୋଇ ସ୍ଥାପନ କରାଯାଇଛି। ମୁଖ୍ୟ ମନ୍ଦିରରୁ ଗଳିପଡ଼ିିଥିବା ସିଂହ ମୂର୍ତ୍ତି ମଧ୍ୟ ଲଗା ସରିଛି। ସେହିପରି ବାତ୍ୟାରେ ସିଂହଦ୍ୱାର ପ୍ରବେଶ ପଥରେ ଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। ବର୍ତ୍ତମାନ ଜୟ ବିଜୟ ମୂର୍ତ୍ତି ତିଆରି ଚାଲିଛି। ଖଣ୍ଡୋଲାଇଟ୍‌ ପଥରରେ ତିଆରି କରାଯାଉଥିବା ଏହି ମୂର୍ତ୍ତି ଦୁଇଟିକୁ ଆସନ୍ତା ୧୬ତାରିଖରେ ସ୍ଥାପନ କରାଯିବ। ବାତ୍ୟା ପରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ଏହି ୩ଟି କାମ ପ୍ରମୁଖ ରହିଥିଲା। ଜୁନ୍‌ ୧୭ ପୂର୍ବରୁ ଶ୍ରୀମନ୍ଦିରର ମରାମତି କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନଜରରେ ରଖି ଏଏସ୍‌ଆଇ ଦ୍ରୁତଗତିରେ କାମ କରୁଛି । ଜୟ ବିଜୟ ମୂର୍ତ୍ତି ସ୍ଥାପନ କରିସାରିବା ପରେ ମୁଖ୍ୟ କାମ ଶେଷ ହୋଇଯିବ। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ଯେଉଁ କାମ ହୁଏ ସେ ନେଇ ମଙ୍ଗଳବାର ଭୁବନେଶ୍ୱରରେ ଏକ ବୈଠକ ହେବ। ଅପରାହ୍ନ ୪ଟାରେ ଓପେପା ସମ୍ମଳନୀ କକ୍ଷରେ ହେବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିବେ। ଏଥିରେ ଶ୍ରୀମନ୍ଦିର କୋର୍‌ କମିଟି ସଦସ୍ୟମାନେ ମଧ୍ୟ ଯୋଗଦେବେ ବୋଲି ମୁଖ୍ୟ ପ୍ରଶାସକ ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri