ନୀଳଚକ୍ରରେ ଉଡ଼ିଲା ଧଳାବାନା: ସ୍ବାଭାବିକ ବର୍ଷା, ପବନର ସୂଚକ

ପୁରୀ ଅଫିସ,୮।୬: ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତିଦିନ ଧ୍ୱଜା ବା ବାନା ବନ୍ଧାଯାଏ। ଚୁନରା ସେବକମାନେ ଅପରାହ୍ନରେ ଏହି ବାନା ବାନ୍ଧିଥାନ୍ତି। ନୀଳଚକ୍ର ଅଗ୍ରଭାଗରେ ଗୋଟିଏ ମୁଖ୍ୟ ବାନା ସହିତ ତଳେ ଏକାଧିକ ବାନା ବନ୍ଧାଯାଇଥାଏ। ଗୋଲାପି, ହଳଦିଆ, ନାଲି, ଧଳା ରଙ୍ଗର ବାନା ନୀଳଚକ୍ର ଉପରେ ଉଡୁଥାଏ। ତେବେ ମୁଖ୍ୟ ବାନାର ରଙ୍ଗ ଯେବେ ଧଳା ରହିଥାଏ ତାହା ବର୍ଷା, ପବନ ସୂଚକ ବୋଲି କହିଛନ୍ତି ଚୁନରା ସେବକ ଡ. ଶରତ ମହାନ୍ତି। ୩୮ ବର୍ଷର ବାନା ବନ୍ଧାର ଅନୁଭୂତିକୁ ନେଇ ଡ. ମହାନ୍ତି କହିଛନ୍ତି, ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଭକ୍ତ ବାନା ବାନ୍ଧିବା ପାଇଁ ଦିଅନ୍ତି। ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ଲଟେରି ହୁଏ। ଲଟେରି ଅନୁଯାୟୀ ମୁଖ୍ୟ ବାନା ବନ୍ଧାଯାଏ। ତେବେ ଯେଉଁଦିନ ଧଳା ବାନା ଲଟେରି ଉଠେ ତା ପରଦିନ ବା ପାଖାପାଖି ବର୍ଷା, ପବନ ହେବାର ସମ୍ଭାବନା ଅଧିକ ଥାଏ। ଏହି ବାନା ଏକପ୍ରକାର ସୂଚନା ଦିଏ ବୋଲି କହିଛନ୍ତି ଶରତ। ରବିବାର ସକାଳେ ନୀଳଚକ୍ରରେ ଧଳା ବାନା ଉଡୁଥିଲା। ସକାଳୁ ପରୀର ଆକାଶ ମେଘୁଆ ରହିଥିବାବେଳେ ସାମାନ୍ୟ ଝିପି ଝିପି ବର୍ଷା ପଡ଼ିଥିଲା। ଏପରି କି ଅଧିକାଂଶ ସମୟ ଆକାଶ ମେଘୁଆ ମଧ୍ୟ ରହିଥିଲା। କେବଳ ଏହିଦିନଟି ନୁହେଁ, ବାତ୍ୟା ଅମ୍ଫନ ପୂର୍ବରୁ ବି ନୀଳଚକ୍ରରେ ଧଳା ବାନା ଉଡ଼ିଥିଲା। ସେହିପରି ଗତବର୍ଷ ଫନୀ ବାତ୍ୟାର ପୂର୍ବଦିନ ଅର୍ଥାତ୍‌ ମେ ୨ ତାରିଖ ଗୁରୁବାର ନୀଳାଚକ୍ରରୁ ଯେଉଁ ବାନାଟି ଉଡ଼ିିଯାଇଥିଲା ତାହାର ରଙ୍ଗ ମଧ୍ୟ ଧଳା ରହିଥିଲା ବୋଲି କହିଛନ୍ତି ଶରତ। ସାଧାରଣତଃ ହଳଦିଆ ଏବଂ ନାଲି ରଙ୍ଗର ବାନା ଅଧିକ ସମୟ ଲଟେରିରେ ଉଠୁଥିବାବେଳେ ଧଳା ରଙ୍ଗର ବାନା ବହୁ କମ୍‌ ନୀଳଚକ୍ରରେ ବନ୍ଧା ଯାଇଥାଏ। ତେବେ ଏହା ତାଙ୍କର ନିଜସ୍ବ ଅନୁଭୂତି ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri