ନୀଳଗିରି ଲାଙ୍ଗୁର ମାଙ୍କଡ଼ ଗୁରୁତର

ନରାଜ,୧୮ା୫(ଡି.ଏନ୍‌.ଏ.): ଚଳିତବର୍ଷ ନନ୍ଦନାକାନନରେ ପ୍ରଥମ କରି ଶୁକ୍ରବାର ଜନ୍ତୁଙ୍କ ଉପରେ ଗ୍ରୀଷ୍ମ ତାପର ପ୍ରଭାବ ଦେଖିବାକୁ ମିଳିଛି। ନନ୍ଦନକାନନ ଖୁଆଡ ନଂ ୫୩ରେ ରହୁଥିବା ଅଣ୍ଡିରା ନୀଳଗିରି ଲାଙ୍ଗୁର ଗୁରୁତୁର ଭାବେ ଅସୁସ୍ଥ ହୋଇ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରର ଆଇସୁଲେଶନ ଓାର୍ଡରେ ଚିକିତ୍ସିତ ହେଉଛି। ସକାଳ ୧୧ଟା ବେଳେ ତାରଜାଲି ଆବଦ୍ଧ ଖୁଆଡ ଭିତରେ ମାଈ, ଅଣ୍ଡିରା ଦୁଇଟି ନୀଳଗିରି ଲାଙ୍ଗୁର ମାଙ୍କଡ଼ ରହିଥିବା ବେଳେ ଅଣ୍ଡିରା ଲାଙ୍ଗୁର ଅସୁସ୍ଥ ହୋଇ ପଡିଥିଲା। ପ୍ରାଣୀ ଚିକିତ୍ସକମାନେ ଅନୁଧ୍ୟାନ କରିବାବେଳେ ଲାଙ୍ଗୁରର ଅବସ୍ଥା ଦେଖି ତାକୁ ତୁରନ୍ତ ପ୍ରାଣୀ ଚିକିତ୍ସାଳୟ ଆଣିଥିଲେ। ଲାଙ୍ଗୁର ତରଳ ଝାଡା ହୋଇ ଗୁରୁତର ଭାବେ ଦୁର୍ବଳ ହୋଇ ପଡିଥିଲା। ତାକୁ ଆଇସୁଲେଶନ ରୁମରେ ରଖି ପ୍ରଥମେ ସାଲାଇନ, ଆଣ୍ଟିବାୟୋଟିକ୍‌ ସହ ଚାପ ନିୟନ୍ତ୍ରଣକାରୀ ଔଷଧ ଦେଇ ଚିକିତ୍ସା କରାଯାଇଛି। ସନ୍ଧ୍ୟା ସୁଦ୍ଧା ତା’ର ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ହୋଇ ନ ଥିଲା। ଅଧିକତାପ ସାଙ୍ଗକୁ ନନ୍ଦନକାନନରେ ଗଛ ଛାଇ ଅଭାବରୁ ଗତ କିଛିଦିନ ହେଲା ନନ୍ଦନକାନନ ତାପମାତ୍ରା ଜନ୍ତୁମାନଙ୍କୁ ଅସହୟ କରି ଦେଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର: ୨୪ଘଣ୍ଟାରେ ୩ ଘଟଣାରେ ଆତଙ୍କିତ ସହରବାସୀ

ଅସୁରକ୍ଷିତ ହୋଇପଡ଼ିିଛି ରାଜଧାନୀ ଭୁବନେଶ୍ୱର। କଥା କଥାରେ ବୁଲୁଛି ଖଣ୍ଡା, ଭୁଜାଲି। ଦିନ ହେଉ ଅବା ରାତି ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ କେହି ସୁରକ୍ଷିତ ନାହାନ୍ତି।…

୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri