ନୀଳଗିରି ଡାକ୍ତରଖାନାରେ ରୋଗୀଙ୍କୁ ମିଳିଲା ରନ୍ଧାଖାଦ୍ୟ

ସଜନାଗଡ଼, ୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଡାକ୍ତରଖାନାରେ ଦୀର୍ଘଦିନ ଧରି ଶୁଖିଲା ଖାଦ୍ୟ ଦିଆଯାଉଥିଲା। ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ଶୁକ୍ରବାରଠାରୁ ଡାକ୍ତରଖାନା ପରିସରରେ ରୋଗୀମାନଙ୍କୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା ଆରମ୍ଭ ହୋଇଛି। ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ମେଡ଼ିକାଲ ଏସ୍‌ଡିଏମ୍‌ଓ ଡା. ଅଜୟ କୃଷ୍ଣ ସାମଲ, ଡା. ସରୋଜିନୀ ପ୍ରଧାନଙ୍କ ଉପସ୍ଥିତିରେ ରୋଗୀମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା।
ପ୍ରତିଦିନ ରୋଗୀଙ୍କୁ ସକାଳେ, ଦ୍ୱିପ୍ରହର ଓ ସନ୍ଧ୍ୟାରେ ନିୟମ ଅନୁଯାୟୀ ସୁଷମ ଖାଦ୍ୟ ସହ ଶୁଖିଲା ଖାଦ୍ୟ ଦିଆଯିବାର ସ୍ଥିରୀକୃତ କରାଯାଇଛି। ଏକ ଘରୋଇ ସଂସ୍ଥା ଦ୍ୱାରା ଉକ୍ତ ରନ୍ଧାଖାଦ୍ୟ ପ୍ରଦାନ ପାଇଁ ଚୁକ୍ତିନାମା କରାଯାଇଛି। ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ରୋଗୀମାନଙ୍କୁ ଦିଆଯିବା ନିମନ୍ତେ ତଥା ଖାଦ୍ୟର ତଦାରଖ ପାଇଁ ଜଣେ ସୁପର୍‌ଭାଇଜରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।