ନିୟମିତ ୪୯ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପାତ୍ରପୁର, ୨୭।୧୦ (ଡି.ଏନ୍‌.ଏ.)- ପାତ୍ରପୁର ସ୍ଥିତ ଶିକ୍ଷକ ଭବନ ପରିସରରେ ଶନିବାର ନିୟମିତ ହୋଇଥିବା ୪୯ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ସଭାପତି ଟୁଟୁ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶିକ୍ଷକ ସଂଘ ସଭପତି ରାଜେଶ ମହାନ୍ତି ଯୋଗ ଦେଇ ନିୟମିତ ହୋଇଥିବା ଶିକ୍ଷକମାନଙ୍କୁ ସ୍ବାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ପାଢ଼ୀ, କେ. ଧର୍ମାରାଓ, ସନନ୍ଦ ଚୌଧୁରୀ, ନିରନ ରେଡ୍ଡୀ, ରାଜୀବ ପ୍ରଧାନ, ପ୍ରଶାନ୍ତ କୁମାର ଦାସ, ଅନନ୍ତ ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।