Categories: ଜାତୀୟ

ନିୟନ୍ତ୍ରଣ ରେଖା ଲଞ୍ଚପ୍ୟାଡ୍‌ରେ ୪୦ରୁ ଅଧିକ ଜୈଶ୍‌ ଆତଙ୍କବାଦୀ: ଭାରତରେ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର

ଶ୍ରୀନଗର,୨୭।୮: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ୪୦ରୁ ଅଧିକ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ଏକାଠି ହୋଇଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଥିବା ଲଞ୍ଚପ୍ୟାଡ୍‌ରେ ଆଇଏସ୍‌ଆଇ ନିର୍ଦ୍ଦେଶରେ ଆତଙ୍କବାଦୀମାନେ ସୁଯୋଗକୁ ଅପେକ୍ଷା କରିଥିବା କୁହାଯାଉଛି। ଜୈଶ୍‌ ଅପରେଶନ୍‌ କମାଣ୍ଡର ଅବଦୁଲ୍‌ ରଉଫ୍‌ ଅସଗରଙ୍କୁ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଆଇଏସ୍‌ଆଇ ନିର୍ଦ୍ଦେଶ ଜାରି କରିଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି। ଭାରତରେ ଅନୁପ୍ରବେଶ କରି ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଆଇଏସ୍‌ଆଇ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଥିବା କୁହାଯାଉଛି।

Share