Categories: ଜାତୀୟ

ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ: ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଷଡ଼ଯନ୍ତ୍ର ରଚିଛି ପାକିସ୍ତାନ

ଶ୍ରୀନଗର,୧୮।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ ଜାରି ହୋଇଛି। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ବାହାନାରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଆଇଏସ୍‌ଆଇର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀଙ୍କୁ କଭର ଫାୟାର ଦିଆଯାଇ ଭାରତରେ ପ୍ରବେଶ କରିବାର ସୁଯୋଗ ସୃଷ୍ଟି କରାଯାଉଛି। ତେବେ ସତର୍କ ସୂଚନା ଆଧାରରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share