Categories: ଜାତୀୟ

ନିୟନ୍ତ୍ରଣ ରେଖାଠାରେ ମୁତୟନ ହେବ ସ୍ପାଇକ୍‌ କ୍ଷେପଣାସ୍ତ୍ର: ଟ୍ୟାଙ୍କ୍‌ ସହିତ ବଙ୍କରକୁ କରିବ ଧ୍ୱଂସ

ନୂଆଦିଲ୍ଲୀ,୨୬।୧୧: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ପାଇକ୍‌ କ୍ଷେପଣାସ୍ତ୍ରକୁ ମୁତୟନ କରାଯିବ। ଏଭଳି ୨୪୦ କ୍ଷେପଣାସ୍ତ୍ର କିଣିବା ପାଇଁ ଭାରତ ଇସ୍ରାଏଲ୍‌ ମଧ୍ୟରେ ଚୁକ୍ତି ହୋଇଛି। ଏହି ଗାଇଡେଡ୍‌ କ୍ଷେପଣାସ୍ତ୍ରର ଟ୍ୟାଙ୍କ୍‌ ସହିତ ବଙ୍କରକୁ ମଧ୍ୟ ଧ୍ୱଂସ କରିବାର କ୍ଷମତା ରହିଛି। ପାକିସ୍ତାନ୍‌ ଅଧିକୃତ କଶ୍ମୀରରେ ବଙ୍କରରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଏହି କ୍ଷେପଣାସ୍ତ୍ର ଦ୍ୱାରା ନିପାତ କରାଯାଇ ପାରିବ। ଏହାଦ୍ୱାରା ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି।

Share