ନିହଲପ୍ରସାଦରେ ନଗଡ଼ାର ଚିତ୍ର: ସତ୍ୟ ଶଯ୍ୟାଶାୟୀ

ଢେଙ୍କାନାଳ ଅଫିସ, ୧୫।୯ – କଙ୍କାଳସାର ଶରୀର। ଗଣି ହୋଇଯାଉଛି ପଞ୍ଜରା। ଦେହସାରା ଗଭୀର କ୍ଷତ। ଉଠି ବସିବାକୁ ବଳ ନାହିଁ। ନିସ୍ତେଜ ହୋଇ ବିଛଣାରେ ପଡ଼ିରହିଛନ୍ତି। ଆଖି ପୂରାଇ ଦେଖିଲେ ଯେ କେହି ବି ସହଜରେ ଠଉରାଇ ପାରିବ କଅଁଳ ଶିଶୁଟିର ଅସହାୟତା। ହେଲେ ଫାଇଲ ଚାଷରେ ବ୍ୟସ୍ତ ପ୍ରଶାସନର ନଜର କିନ୍ତୁ ପଡ଼ିନି ଅବୋଧ ଶିଶୁଟି ଉପରେ। ଏପରି ନୁହେଁ ଯେ, ଅଭିଯୋଗ ହୋଇନି କି ବିଭାଗୀୟ ଅଧିକାରୀଙ୍କ କାନରେ କଥା ପଡ଼ିନି। ହେଲେ ଆନ୍ତରିକତା ଅଭାବରୁ ଶିଶୁ ପାଖରେ ପହଞ୍ଚତ୍ ପାରିନି ପୁଷ୍ଟିକର ଖାଦ୍ୟ। ଅପପୁଷ୍ଟିର ଶିକାର ହୋଇଥିବା ସମ୍ପୃକ୍ତ ସାଢ଼େ ୩ ବର୍ଷର ଦିବ୍ୟାଙ୍ଗ ଶିଶୁ ହେଲେ ଗଁଦିଆ ବ୍ଲକ ନିହଲପ୍ରସାଦ ଗ୍ରାମର କାର୍ତ୍ତିକ ସେଠୀଙ୍କ ବଡ଼ପୁଅ ସତ୍ୟ। ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲାରେ ଏଭଳି ଚିତ୍ର ନଗଡ଼ାକୁ ମନେପକାଇ ଦେଇଛି। ଏହି ଘଟଣା ପଦାକୁ ଆସିବା ପରେ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ସମନ୍ବିତ ଶିଶୁ ବିକାଶ ଯୋଜନାକୁ ନେଇ ପ୍ରଶ୍ନ ଉଠିଛି।
ନିହଲପ୍ରସାଦ ଗ୍ରାମରେ ରୁହନ୍ତି କାର୍ତ୍ତିକ ସେଠୀଙ୍କ ପରିବାର। ସ୍ତ୍ରୀ, ଦୁଇପୁଅଙ୍କୁ ନେଇ ତାଙ୍କ ସଂସାର। ବଡ଼ ପୁଅ ସତ୍ୟ ଦୃଷ୍ଟିହୀନ। ସୁଷମ ଖାଦ୍ୟ ଅଭାବରୁ ସେ ଅପପୁଷ୍ଟିର ଶିକାର। ଉଠିବାକୁ ବଳ ପାଉ ନ ଥିବାରୁ ସତ୍ୟ ଏବେ କତରାଗଲା। ଦୀର୍ଘଦିନ ଧରି ବିଛଣାରେ ପଡ଼ି ରହିଥିବାରୁ ତାଙ୍କ ଶରୀରରେ ଘା’ ହୋଇଯାଇଛି। କାର୍ତ୍ତିକ କୁହନ୍ତି, ସେ ଦିନମଜୁରିଆ। ଖଟିଲେ ପରିବାର ଚଳେ। ମଜୁରି ଟଙ୍କାରେ ଘର ଖର୍ଚ୍ଚ ଉଠାଇବା କାଠିକର ପାଠ। ଦୁଇ ପିଲାଙ୍କ ପାଇଁ ଭଲ ଖାଇବା କେଉଁଠୁ ଯୋଗାଡ଼ କରିବେ। ଏ ନେଇ ସେ ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତାଙ୍କ ପୁଅକୁ ଦିବ୍ୟାଙ୍ଗ ଭତ୍ତା ତାଲିକାରେ ସାମିଲ କରାଯାଉନାହିଁ। ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ପୁଅର ସମସ୍ୟା ନେଇ ସେ ୪୦ କିମି ଦୂର ଗଁଦିଆ ବ୍ଲକ କାର୍ଯ୍ୟାଳୟ ଏବଂ ୭୦କିମି ଦୂର ଢେଙ୍କାନାଳକୁ ଆସି ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ହେଲେ କେହି ତାଙ୍କ କଥା ବୁଝୁ ନ ଥିବା ସେ କହିଛନ୍ତି।
ଅନ୍ୟପଟେ ଅବହେଳିତ ଶିଶୁଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରିୟ’ର କର୍ମକର୍ତ୍ତା ଟଙ୍କଧର ବାରିକ ସତ୍ୟଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି। ଏ ନେଇ ସେ ଗଁଦିଆ ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ (ସିଡିପିଓ)ଙ୍କୁ ଅବଗତ କରାଇଛନ୍ତି। ସିଡିପିଓ ଉର୍ମିଳା ଦେହୁରୀ କୁହନ୍ତି, ସ୍ଥାନୀୟ ସୁପରଭାଇଜରଙ୍କୁ ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଜିଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱରେ ଥିବା ଜିଲା ସାମାଜିକ ସଶକ୍ତୀକରଣ ଓ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲିକ କୁହନ୍ତି, ଏ ସମ୍ପର୍କରେ ପଦକ୍ଷେପ ନେବାକୁ ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଜଣାଇବୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri