ନିସାହା ତୁଳସାକୁଁ ସାହାଯ୍‌ କଲା ଓଁଶ୍ରୀ ଯୁବକ ସଂଘ

 

ମୋହନଗିରି,୧୦।୧୨(ଡି.ଏନ.ଏ.)-
କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରି ୨ ନମ୍ବର ଓ୍ବାର୍ଡର ତୁଳସା ନନ୍ଦ(୪୮)। ଆଏଜ୍‌କେ ୧୮ ଦିନ୍‌ ହେଲା ଘରର ପିଁଢ଼ାରୁ ପଡ଼ି ତାକର ଡେବରି ଗୋଡ଼ ଭାଂଗି ଯାଇଛେ। ଇଆଡ଼େ ତାକର ଆପ୍‌ନେ ସୀତାରାମ ନନ୍ଦ ବଛ୍‌ରେ ହେଲା ରାଜକୋଟରେ ଦାଦନ ଖଟୁଛନ୍‌। ଏନ୍‌ତାଥି ତୁଳସାକଁର ଚିକିଛା ଲାଗି ଟଁକା ପଏସାର ନିହାତି ଦରକାର ଅଛେ। ଟଁକା ପଏସା ଅଭାବୁ ସେ ଗଁା ବଇଦନେ ଜଡିବୁଟି ଚିକିଛା କରେଇ ନିରାଶ ହେଇଛନ୍‌। ୧୮ ଦିନ୍‌ ହେଲା ସେ ଘରେ ନିସାହା ହେଇ ପଡ଼ିଥିବାର ଜାନି ଗଁାର ଓଁଶ୍ରୀ ପୂଜା କମିଟିର ଯୁବକମାନେ ସାହାଯ୍‌ର ହାତ୍‌ ବଢ଼େଇଛନ୍‌। ସେମାନେ ନିଜର ନିଜର ଭିତରେ ଟଁକା ଠୁଲେଇ ତୁଳସାକଁର ପୁଓ ରିଙ୍କୁ ନନ୍ଦକୁଁ ଦେଇ ୧୦୮ ଆମ୍ବୁଲାନ୍ସରେ ଚିକିଛା ଲାଗି ଭବାନୀପାଟଣାକେ ପଠେଇଛନ୍‌। ଯୁବକ ସଂଘର ଇ ମହତ୍‌ କାଯ୍‌କେ ଅଂଚଲବାସୀ ବଡ଼ଭାରି ପରଶଁସା କରିଛନ୍‌।