ନିଷ୍କାସନ ହେଉନି ବର୍ଷାଜଳ, ଧାନ ଫସଲ ନଷ୍ଟ

ଶେରଗଡ,୧୯ା୮(ଡି.ଏନ.ଏ.)-ଶେରଗଡ଼ ବ୍ଲକ ଶେରଗଡ଼ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଏକର ଜମିର ଧାନ ଫସଲ ବର୍ଷା ଜଳରେ ବୁଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଛି। ଏନେଇ ସ୍ଥାନୀୟ ପ୍ରଶାସନକୁ ଲୋକମାନେ ଅଭିଯୋଗ କରିଛନ୍ତି ା ୧୫ ଦିନ ପୂର୍ବରୁ ବର୍ଷା ହୋଇଥିଲା। ଏହି ବର୍ଷା ପାଣି ବିଲରେ ଜମି ରହିଥିବା ବେଳେ ପୁଣି ବର୍ଷା ହୋଇଥିବାରୁ ପାଣି ନିଷ୍କାସନ ହୋଇପାରୁନି। ଏ ସମ୍ପର୍କରେ ସ୍ଥାନୀୟ ଚାଷୀମାନେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଅବଗତ କରିଛନ୍ତି ା ଏହି ପାଣିକୁ ନାଳ ଜରିଆରେ ନିଷ୍କାସନ ପାଇଁ ଚାଷୀମାନେ ବାରମ୍ବାର ଦାବି କରିଥିଲେ। କିନ୍ତୁ କିଛି ସୁଫଳ ମିଳୁନାହିଁ ବୋଲି ଚାଷୀ ବଳରାମ ରାଉତ କହିଛନ୍ତି।
ପ୍ରକାଶ ଯେ, କଳିଙ୍ଗ ବୈଶ୍ୟ ଭବନ ଛକରେ ଥିବା ଏକ ନାଳ ଦେଇ ୨୦ ଖଣ୍ଡ ଗ୍ରାମର ବର୍ଷା ପାଣି ପ୍ରବାହିତ ହୁଏ। ଉକ୍ତ ନାଳକୁ ସଫା ନ କରିବାରୁ ଏହି ପାଣି ପ୍ରତିବର୍ଷ ଶହ ଶହ ଭରଣ ଜମିରେ ପଶି ଧାନ ଫସଲ ନଷ୍ଟ କରୁଛି ା ଏ ନେଇ ପ୍ରତିବର୍ଷ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଉକ୍ତ ନାଳ ଏକ ବିଲ ଦେଇ ଯାଉଥିବା ବେଳେ ବିଲର ମାଲିକ ପାଣି ନ ଛାଡିବାରୁ ପାଣିକୁ ଚାରିଛକ ଦେଇ ନନ୍ଦିନୀ ନଦୀରେ ପକାଇବା ପାଇଁ ଯୋଜନା କରି ପୂର୍ତ୍ତବିଭାଗ ନାଳ କାମ ଆରମ୍ଭ କଲା। କିନ୍ତୁ ସେହି ନାଳ ଦ୍ୱାରା ମଧ୍ୟ ପାଣି ନିସ୍କାସନ ହୋଇପାରୁନାହିଁ ା ଏହି ପାଣି ରହିବା ଯୋଗୁଁ ଶେରଗଡର ବଡଦାଣ୍ଡ ସାହି, ରମୁଣି ସାହି, ତୋଟାସାହି, ବାଲିସାହିର ଶତାଧିକ ପରିବାର ଏକ ପ୍ରକାର ଆଶଙ୍କାରେ ରହୁଛନ୍ତି ା କାରଣ କେତେବେଳେ ଯେ ପାଣି ବଢି ଉକ୍ତ ସାହିଗୁଡ଼ିକରେ ପଶିବ ତାହା କହିହେଉନାହିଁ ବୋଲି ଅବସରପ୍ରାପ୍ତ ଶିକ୍ଷକ ତଥା ବଡଦାଣ୍ଡ ସାହିର କୁମାର ସ୍ବାମୀ ଆଚାରୀ କହିଛନ୍ତି। ଦରକାର ପଡିଲେ ଉକ୍ତ ନାଳ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣ ରାଜ ରାସ୍ତାକୁ ଓହ୍ଲାଇବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବୁ ବୋଲି ଚାଷୀ ନିତ୍ୟାନନ୍ଦ ପଣ୍ଡା କହିଛନ୍ତି ା ଉକ୍ତ ନାଳ ସଂଯୋଗ କରୁଥିବା ରାସ୍ତା ଜାତୀୟ ରାଜପଥ ବିଭାଗର ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଉନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଗ୍ରାମର ପାଣିନିଷ୍କାସନ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ବର୍ଷା ଦିନେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସାମାଜିକକର୍ମୀ ଦୁର୍ଗାମାଧବ ବିଷୋୟୀ କହିଛନ୍ତି। ଏ ସମ୍ପର୍କରେ ଜାତୀୟ ରାଜପଥ ଯନ୍ତ୍ରୀ ପାର୍ଥସାରଥୀ ପ୍ରୟାଗରାଜ କହନ୍ତି ଶେରଗଡ ଏହି ସମାସ୍ୟାକୁ ଗୁରୁତର ଦେଇ ସରକାର ଏ ଦିଗରେ ବଡ ଯୋଜନା ଭାବେ ଗ୍ରହଣ କଲେ ଭଲ ହୁଅନ୍ତା। ଏ ନେଇ ଉପସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲିଚାନ୍ଦ ଗୌଡ କହିଛନ୍ତି ଏହି ସମାସ୍ୟା ବହୁ ପୁରଣା ଏ ଦିଗରେ ଆମ୍ଭ ବିଭାଗ କିଛି କାମ କରୁଛି ା ଜାତୀୟ ରାଜପଥ ବିଭାଗ ଦୃଷ୍ଟି ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri