ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ: ବନ କର୍ମଚାରଙ୍କୁ ନିସ୍ତୁକ ପିଟିଲେ

ପରଜଙ୍ଗ, ୩୧।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ପାଳସାହି ଗ୍ରାମରେ ଗୁରୁବାର ରାତିରେ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। କେତେଜଣ ନିଶାସକ୍ତ ଯୁବକ ଏପରି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଦୀର୍ଘ ୪ ଘଣ୍ଟା ଧରି ବନ କର୍ମଚାରୀ ଅଟକ ରହିବା ପରେ ବିଳମ୍ବିତ ରାତିରେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଛି। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ୪ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ପାଳସାହି ଗ୍ରାମରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଜନବସତିରେ ହାତୀ ପଶିଥିବା ସୂଚନା ପାଇ ଗୁରୁବାର ରାତି ୯ଟାରେ ଏକ ବୋଲେରୋରେ ଡ୍ରାଇଭର ସଞ୍ଜୀବ ଜେନାଙ୍କ ସମେତ ହାତୀ ସ୍କ୍ବାଡ୍‌ କର୍ମଚାରୀ ମନୋଜ ପାତ୍ର, ପ୍ରକାଶ ଦାସ, ଲିଟୁ ସାହୁ, ସତ୍ୟନାରାୟଣ ପରିଡ଼ା, ଜଳଧର ସାହୁ, ନରେନ୍ଦ୍ର ଜେନା, ସୁରଥ ଜେନା, ବାବୁ ସାହୁ ପହଞ୍ଚତ୍ଥିଲେ। ହାତୀ ଘଉଡ଼ାଉଥିବା ସମୟରେ ୪ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଖଣ୍ଡା, ଠେଙ୍ଗା ଧରି ବନ କର୍ମଚାରୀଙ୍କୁ ମାରିବାକୁ ଗୋଡ଼ାଇଥିଲେ। ବୋଲେରୋର ଚକରୁ ପବନ ଛାଡ଼ିଦେବାସହ ସମସ୍ତଙ୍କୁ ଅଟକ ରଖିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଏକ ଗାଡ଼ିରେ ଢେଙ୍କାନାଳ ମୋବାଇଲ ସ୍କ୍ବାଡ୍‌ କର୍ମଚାରୀ ପହଞ୍ଚତ୍ଥିବାବେଳେ ସେମାନେ ମଧ୍ୟ ସମ୍ପୃକ୍ତ ଯୁବକଙ୍କ ରୋଷର ଶିକାର ହୋଇଥିଲେ। ହାତୀ ଉପଦ୍ରବ ସମୟରେ ଗଁାରେ ନ ରହି କାହିଁକି ପଳାଇଯାଉଛ ବୋଲି ଯୁବକମାନେ ପ୍ରଶ୍ନ କରିଥିଲେ। ଏଥିସହ ଗ୍ରାମରେ ୨୪ ଘଣ୍ଟିଆ ପହରା ଦେବାକୁ ଜିଦ୍‌ କରି ଗଣ୍ଡଗୋଳ କରିଥିଲେ। ରେଞ୍ଜର ହରମୋହନ ନାୟକ, ପୋଲିସ କର୍ମଚାରୀଙ୍କ ସହ ରାତି ୧ଟାରେ ପହଞ୍ଚତ୍ ହାତୀ ସ୍କ୍ବାଡ୍‌ ଏବଂ ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ରେଞ୍ଜର ପତ୍ରସଂଖ୍ୟା ୨୨୭୫ରେ ପରଜଙ୍ଗ ଥାନା ଅଧିକାରୀ ଏବଂ ପତ୍ରସଂଖ୍ୟା ୨୨୭୬ରେ ଜିଲା ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଇଛନ୍ତି।
ଏ ନେଇ ଫରେଷ୍ଟର ରାମଚନ୍ଦ୍ର ରାଉତଙ୍କ ଅଭିଯୋଗକ୍ରମେ ମନ୍ତ୍ରୀବର ସାହୁ, ଅମୀର ବିଶ୍ୱାଳ, ନରେଶ ବେହେରା, ପ୍ରକାଶ ସାହୁଙ୍କ ନାମରେ ମାମଲା (ନଂ.୨୨୯/୧୯) ରୁଜୁ କରାଯାଇଛି। ଅଭିଯୁକ୍ତମାନେ ଫେରାର ଥିବା ପୋଲିସ ଏସ୍‌ଆଇ ଜନ୍ମେଜୟ ପାତ୍ର ସୂଚନା ଦେଇଛନ୍ତି।