ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ: ଶତାଧିକ ଲୋକ ହେଲେ ଏକାଠି

ଦାରିଙ୍ଗବାଡି, ୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ ନେଲେ ଅଞ୍ଚଳବାସୀ। ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଚୋରାମଦ କାରବାର କରୁଥିବା ଲୋକଙ୍କ ନିକଟରେ ପହଞ୍ଚି ଖୋଲା ସ୍ଥାନରେ ଲୁଚାଇ ରଖିଥିବା ମହୁଲ ପୋଚ ଓ ଦେଶୀ ମଦକୁ ନଷ୍ଟ କରିଛନ୍ତି। ଶତାଧିକ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀକୁ ମଧ୍ୟ ଭାଙ୍ଗି ଚୁରମାର କରିବା ସହ ନିଆଁ ଲଗାଇ ସେଗୁଡିକୁ ପୋଡିଦେଇଥିଲେ ।
ପ୍ରକାଶ ଯେ, ପୂର୍ବରୁ ଅଞ୍ଚଳରେ ଚୋରାମଦ କାରବାର ବନ୍ଦ କରିବାକୁ ଗ୍ରାମରେ ବୈଠକ ବସିଥିଲା। ଚଳିତ ୫ ତାରିଖଠାରୁ ଆଉ ଏହି କାରବାର କରିବୁ ନାହିଁ ବୋଲି ଚୋରାମଦ କାରବାର କରୁଥିବା ବ୍ୟବସାୟୀମାନେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ। ୬ରେ ଗ୍ରାମ୍ୟ କମିଟି, ବିର୍ସାମୁଣ୍ଡା ଯୁବକ ସଂଘ ଏବଂ ଏସଏଚଜି ମହିଳାମାନେ ଗାଁରେ ବୈଠକ କରି ନିଶାମୁକ୍ତ କରିବାକୁ ନିଷ୍ପତି ନେବା ସହ ଏହି କାରବାରରେ ଲିପ୍ତ ଥିବା ବ୍ୟବସାୟୀଙ୍କୁ ଏହି ବ୍ୟବସାୟ କଲେ ୨୦ ହଜାର ଜରିମାନା କରିବାକୁ କମିଟି ଗୁଡିକ ନିଷ୍ପତି ନେଇଥିଲେ। ସଭା ଓ ଶୋଭାଯାତ୍ରା କରି ଥାନା ରେ ପହଞ୍ଚି ନିଶାମୁକ୍ତ କରିବାକୁ ସହଯୋଗ କରିବାକୁ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ। କିନ୍ତୁ ଏବେ ମଧ୍ୟ ଏହି କାରବାର ଜାରି ରହିଥିବାରୁ ଡବେରୀ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଚୋରା ବ୍ୟବସାୟୀମାନେ ଏହି ବ୍ୟବସାୟ ବନ୍ଦ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏହି କାରବାର ବୃଦ୍ଧି ଯୋଗୁ ଅନେକ ଯୁବଗୋଷ୍ଠୀ, ଗରିବ ସାମାରେଖା ତଳେ ରହିଥିବା ପରିବାର ସର୍ବସ୍ବ ହରାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ନୂଆ ଧମକ ଦେଲା ଇରାନ, ଆମେରିକୀୟ ଜାହାଜକୁ ବୁଡ଼ାଇ….

ତେହରାନ୍‌,୧୬।୪: ଇସଲାମାବାଦରେ ଇରାନ ସହିତ ଆଲୋଚନା ବିଫଳ ହେବା ପରେ, ଆମେରିକା ଆରବ ଏବଂ ଓମାନ ଉପସାଗର ଅଞ୍ଚଳରେ ଥିବା ଇରାନ ବନ୍ଦରଗୁଡ଼ିକରେ ପ୍ରବେଶ କରୁଥିବା କିମ୍ବା…

CSKକୁ ବଡ଼ ଝଟ୍‌କା: IPL 2026ରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଆଉ ଜଣେ ଖେଳାଳି IPL 2026ରୁ ବାଦ ପଡ଼ିଛନ୍ତି। ଷ୍ଟାର ଫାଷ୍ଟ ବୋଲର ଖଲିଲ ଅହମ୍ମଦଙ୍କୁ ଆଘାତ ଯୋଗୁ ଚଳିତ ସିଜିନରୁ…

୨ ଦିନ ହେବ ଛାତ୍ରାବାସ ଆସିଥିଲେ ପ୍ରଶାନ୍ତ: ଆଜି ମିଳିଲା ମୃତଦେହ, ଖେଳିଗଲା ଚାଞ୍ଚଲ୍ୟ

ନବରଙ୍ଗପୁର,୧୬।୪(ସଦାଶିବ ପ୍ରହରାଜ): ଛାତ୍ରାବାସରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ…

ଗାଁ ଗାଁରେ ବଢୁଛି କୋଚିଙ୍ଗ ସେଣ୍ଟର: ସରକାରୀ ନିୟମକୁ ଫୁ’

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷାର ବିକାଶ ପାଇଁ ସରକାର ତତ୍ପର ହୋଇ ଉଠିଛନ୍ତି। ଆଧୁନିକ ଶିକ୍ଷାର ଉନ୍ନତୀକରଣ ପାଇଁ ସର୍ବଭାରତୀୟସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଚଳିତବର୍ଷ…

ଟ୍ରମ୍ପଙ୍କ ତେଲ କିଣିବାକୁ ନେଇ ରୋକ୍‌ ଭିତରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଏଣିକି ପେଟ୍ରୋଲ-ଏଲପିଜିରେ…

ନୂଆଦିଲ୍ଲୀ,୧୬।୪: ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ସମ୍ପ୍ରତି ଭାରତ-ରୁଷ ସମ୍ପର୍କ, ପ୍ରତିରକ୍ଷା ସହଯୋଗ, ଶକ୍ତି ଯୋଗାଣ ଏବଂ ପରିବର୍ତ୍ତନଶୀଳ ବିଶ୍ୱ ଭୂ-ରାଜନୈତିକ ଦୃଶ୍ୟପଟ ସମ୍ପର୍କରେ ସ୍ପଷ୍ଟ…

IMFର ଚେତାବନୀ; ଯଦି ତୈଳ ମୂଲ୍ୟ ଅଧିକ ରୁହେ, ବିଶ୍ୱ ଉପରେ ପଡ଼ିବ ଏହି ସଙ୍କଟ

ନୂଆଦିଲ୍ଲୀ,୧୬।୪: ଇଣ୍ଟରନ୍ୟାସନାଲ ମୋନିଟାରୀ ଫଣ୍ଡ(IMF) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ବିଶ୍ୱ ଅର୍ଥନୀତି ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ…

କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁରର ପ୍ରଥମ CBSE ଦଶମ ପରୀକ୍ଷାଫଳ: ୧୦୦% ସଫଳତା

ଛତ୍ରପୁର,୧୬।୪(ଦିଲ୍ଲୀପ ସାମଲ): କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ପ୍ରଥମ CBSE ଦଶମ ଶ୍ରେଣୀ(୨୦୨୬) ପରୀକ୍ଷାରେ ଶତପ୍ରତିଶତ ଫଳାଫଳ ଅର୍ଜନ କରି ଏକ ଗୌରବମୟ ସଫଳତା ହାସଲ କରିଛି। ମୋଟ…

ହର୍ମୁଜ ଭଳି ବଡ଼ ରାସ୍ତା ବନ୍ଦ କରିବ ଚାଇନା! ସମୁଦ୍ରରେ ଲଗାଇଲା ବ୍ୟାରିକେଡ; ବିଶ୍ୱରେ ଚହଳ

ବେଜିଂ,୧୬।୪: ଚାଇନା ହର୍ମୁଜ ପ୍ରଣାଳୀ ଠାରୁ ମଧ୍ୟ ବଡ଼ ଏକ ସାମୁଦ୍ରିକ ପଥକୁ ଅବରୋଧ କରିବାକୁ ପ୍ରସ୍ତୁତ ହେଉଛି। ପ୍ରକୃତରେ, ଫିଲିପାଇନ୍ସ ଏବଂ ଜାପାନ ସହିତ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri