ନିଶାନ୍ତ ବାର ନ ଖୋଲିବା ପାଇଁ ତେଜିଲା ଦାବି: ଅବକାରୀ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୩।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଓମ୍‌ ନଗର ପଡାରେ ନିଶାନ୍ତ ବାର ଖୋଲିବାକୁ ବହୁ ଚେଷ୍ଟା ଚାଲିଥିବାବେଳେ ଏହାକୁ ବିରୋଧ କରି କେସିଙ୍ଗା ସିଟିଜେନ ଫୋରମର ସଭାପତି ଡ଼.ହେମ ସାଗର ସାହା ଭୁବନେଶ୍ୱରସ୍ଥିତ ଅବକାରୀ ସେକ୍ରେଟାରୀ ଆର.ଏସ.ଗୋପାଳନଙ୍କ ନିକଟରେ ସୋମବାର ଅଭିଯୋଗ କରିଛନ୍ତି।
କେସିଙ୍ଗା ଏନଏସିରୁ ବଲାଙ୍ଗିର ଜିଲା ଟିଟିଲାଗଡ଼ ମୁନିସିପାଲଟିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଅବସ୍ଥିତ ଓମ୍‌ ନଗର ଦେଇ ଏହି ରାସ୍ତା ସଂଯୋଗ ହୋଇଛି। ଏହା ପୂର୍ବରୁ ନିଶାନ୍ତ ବାର କେସିଙ୍ଗା ଜାତୀୟ ରାଜ ପଥ ୨୬ରୁ ଆରଏମସି ରାସ୍ତା ଦେଇ ତେଲ ନଦୀ କିଛି ଦୂରରେ ନିଶାନ୍ତ ବାର ଖୋଲା ଯାଇଛି। ସହରଠାରୁ ପ୍ରାୟ ଅଧା କିମି ଦୂରରେ ଏହି ନିଶାନ୍ତ ବାର ଥିବାରୁ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ହେଉଥିବାରୁ ଓଁମ ନଗରର ମୁଖ୍ୟ ରାସ୍ତାରେ ନିଶାନ୍ତ ବାର ଖୋଲିବାକୁ ବାର ପକ୍ଷରୁ ଉଦ୍ୟମ ଚାଲିଛି।
କିନ୍ତୁ ଏହି ରାସ୍ତା ଦେଇ ବଲାଙ୍ଗିର ଜିଲା ଟିଟିଲାଗଡ, ମହଦା, ଲୁଥୁରବନ୍ଧ ଗ୍ରାମର ଛାତ୍ରୀଛାତ୍ର, ବ୍ୟବସାୟୀ ଭଳି ଏନେକ ଲୋକଙ୍କ ଗମନାଗମନ ଦିନରାତି ଲାଗି ରହିଛି। ଏହି ମୁଖ୍ୟ ରାସ୍ତାରେ ନିଶାନ୍ତ ବାର ଖୋଲିଲେ ମଦୁଆଙ୍କ ପ୍ରାର୍ଦୁଭାବ ବଢିବା ସହ ଅସାମାଜିକଙ୍କ ବୃଦ୍ଧି ପାଇବା ଆଶଙ୍କାକୁ ନେଇ ସହରରେ ଥିବା ଅନେକ ସହରବାସୀ ସମେତ କାଉନସିଲର ଜିଲାପାଳ, କଳାହାଣ୍ଡି ଅବକାରୀ ଅଧୀକ୍ଷକଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ଏହି ଓଁମ ନଗରରେ ବସବାସ କରୁଥିବା ମହିଳା, ଯୁବତୀଯୁବକ, ପୁରୁଷ ପଥଚାରୀଙ୍କ ଅନେକ ଅସୁବିଧା ହେବାର ସମ୍ଭାବନା ରହୁଥିବାରୁ ସହରର ସିଟିଜେନ ଫୋରମ ପକ୍ଷରୁ ଓମ୍‌ ନଗରରେ ନିଶାନ୍ତ ବାର ନ ଖୋଲିବାକୁ ଅବକାରୀ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ଅବକାରୀ କମିଶନର ଏବଂ ପ୍ରଶାସନିକ ସ୍ତରରେ ବିଚାର କରି କ୍ୟାନସେଲ କରିବା ପାଇଁ ଉଦ୍ୟମ ଚାଲିଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର: ୮ ବର୍ଷ ପାଇଁ ଏହି କ୍ରିକେଟରଙ୍କୁ ବ୍ୟାନ୍‌ କଲା ICC

ନୂଆଦିଲ୍ଲୀ,୩।୮: କ୍ରିକେଟ ଜଗତରୁ ଏକ ଚମକାଇଦେଲା ଭଳି ଖବର ସାମ୍ନାକୁ ଆସିଛି। ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର କ୍ରିକେଟର ଅଖିଲେଶ ରେଡ୍ଡିଙ୍କୁ…

ଶ୍ରାବଣ ସୋମବାରରେ ପାଟଣା ଅଞ୍ଚଳରେ ଭକ୍ତିମୟ ପରିବେଶ, ହରହର ମହାଦେବ ଧ୍ବନୀରେ ପ୍ରକମ୍ପିତ ମନ୍ଦିର

ପାଟଣା,୩ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ପ୍ରଥମ ସୋମବାର…

ଛାଡ଼ପତ୍ର ହେଲେ କାଙ୍ଗାଳ ହେବେ ରୋନାଲ୍ଡୋ! ବିବାହ ପୂର୍ବରୁ ରୋନାଲ୍ଡୋ-ଜର୍ଜିନା କରିଥିଲେ ଏହି ଏଗ୍ରିମେଣ୍ଟ

ଲିସବନ,୩।୮: ପର୍ତ୍ତୁଗାଲର ଦିଗ୍ଗଜ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ବିବାହ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଉଭୟଙ୍କର ବିବାହ ପୂର୍ବରୁ…

ପାନବରଜରେ ଗୁଳିମାଡ଼ ଘଟଣାର ପର୍ଦ୍ଧାଫାଶ କଲା ପୋଲିସ, ପ୍ଲଟ୍‌ ବ୍ୟବସାୟରୁ ହୋଇଥିଲା ବିବାଦ

ଖୋର୍ଦ୍ଧା,୩।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପାନବରଜ ଗ୍ରାମରେ ଗୁଳିକାଣ୍ଡ ମାମଲାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା…

ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ରେ ସେକ୍ସ ରାକେଟ୍‌ ଠାବ, ପ୍ରଲୋଭନ ଦେଖାଇ…

ରାଉରକେଲା,୩ା୮(ସଙ୍ଗୀତା ଜେନା): ସହରର ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି। ରଘୁନାଥପାଲୀ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର…

ଏନ୍‌ଲିନୋ ପାଇଁ ସତର୍କ କଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର,୩।୮: ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ସୋମବାର ପ୍ରକାଶ କରିଛନ୍ତି। ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ।…

ଶ୍ରାବଣ ସୋମବାରରେ ତିନି ରାଜ୍ୟରୁ ଆସିଲେ ଭକ୍ତ, ସ୍ଥାନୀୟ ଯୁବକଙ୍କ ପକ୍ଷରୁ ନିଆଗଲା ବଡ଼ ପଦକ୍ଷେପ

କଲ୍ୟାଣସିଂହପୁର, ୩।୮(ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଐତିହାସିକ ଦେବଗିରି ଶୈବପୀଠ ଉତ୍ସବମୁଖର ହୋଇଉଠିଛି। ହାତୀ…

ମୁହଁ ଖୋଲିଲେ ଥଲାପତି ବିଜୟଙ୍କ ପୁଅ: କହିଲେ, ମୋ ବାପା ମୁଖ୍ୟମନ୍ତ୍ରୀ ହେବା ମୁହୂର୍ତ୍ତ …

ଚେନ୍ନାଇ,୩।୮:ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତା ବିଜୟ ପୁଅ ଜାସନ ସଞ୍ଜୟ ‘ସିଗ୍ମା’ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଡେବ୍ୟୁ ପୂର୍ବରୁ,ଜାସନ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri